ନିଜ ଶ୍ବଶୁର ଘରେ ଫସିଥିଲେ ବୀରେନ୍ଦ୍ର ସେହଓ୍ବାଗ : ଡାକିବାକୁ ପଡ଼ିଥିଲା ପୋଲିସ୍

Published By : Prameya-News7 Bureau | April 03, 2019 IST

ମୁମ୍ବାଇ ୩/୪: ବୀରେନ୍ଦ୍ର ସେହଓ୍ବାଗ ନିଜର ସିଧାସାଧା ସ୍ବଭାବ ପାଇଁ ପରିଚିତ। ତାଙ୍କ ଓ୍ବାନ ଲାଇନର୍ସ ବହୁତ ପସନ୍ଦ କରାଯାଏ। ତାଙ୍କ ମଜାଳିଆ ଟ୍ବିଟ୍ ପାଇଁ ମଧ୍ୟ ସେ ପପୁଲାର । କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ତାଙ୍କ ଫ୍ୟାନଙ୍କ ସଂଖ୍ୟା କମି ଯାଇନାହାନ୍ତି।

{"id":99803,"width":594,"height":334}

ସେହଓ୍ବାଗ ଯେଉଁଠିକୁ ଯାଆନ୍ତି ତାଙ୍କ ଫ୍ୟାନମାନେ ତାଙ୍କ ଝଲକ ପାଇବା ପାଇଁ ତାଙ୍କ ପଛେ ପଛେ ପହଞ୍ଚି ଯାଆନ୍ତି। ସେ ତାଙ୍କ ଶ୍ବଶୁର ଘରକୁ ଯାଇଥିବାବେଳେ ତାଙ୍କ ଫ୍ୟାନ ସହ ଜଡ଼ିତ ଏକ ମଜାଳିଆ ଘଟଣା ଘଟିଥିଲା। ଏକ ଟିଭି ସାକ୍ଷାତକାରରେ ସେ କହିଥିଲେ ଯେ ଥରେ ତାଙ୍କୁ ଶ୍ବଶୁର ଘରୁ ବାହାରିବା ପାଇଁ ପୋଲିସଙ୍କୁ ଡାକିବାକୁ ପଡ଼ିଥିଲା।

{"id":99804,"width":591,"height":589}

ସେହଓ୍ବାଗ ଯେତେବେଳେ ତାଙ୍କ ବିବାହ ପୂର୍ବରୁ ତାଙ୍କ ଶ୍ବଶୁର ଘରକୁ ଯାଇଥିଲେ ତାଙ୍କୁ ଭେଟିବା ପାଇଁ ଘର ତଳେ ୧୦ହଜାର ଲୋକ ରୁଣ୍ଡ ହୋଇଥିଲେ। ଏହାପରେ ପୋଲିସକୁ ଡକାଯାଇଥିଲା। ପୋଲିସ୍ ସବୁ ଲୋକଙ୍କୁ ସେଠାରୁ ଯିବାକୁ କହିଥିଲା ଏବଂ ସେହଓ୍ବାଗ ଘରକୁ ଯାଇ ପାରିଥିଲେ।

{"id":99805,"width":595,"height":446}

ଏହାପରଠୁ ସେ ସ୍ଥିର କରିଥିଲେ ଯେ ସେ କେବେ ଶ୍ବଶୁର ଘରକୁ ଯିବେ ନାହିଁ। ନହେଲେ ସେ ଘରୁ ବାହାରିବେ ନାହିଁ। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ ହେଉ ସେ ସବୁବେଳେ ବିନଦାସ ଅନ୍ଦାଜ​ରେ ଦେଖାଯାଆନ୍ତି ସେ। ଏଥିପାଇଁ ତାଙ୍କୁ ବଡ଼ ବଡ଼ କ୍ରିକେଟର ପ୍ରଶଂସା କରିଥାଆନ୍ତି।

{"id":99806,"width":593,"height":394}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.