ନିର୍ବାଚନ ହାରିବା ପରେ ଜୋରଦାର ଟ୍ରୋଲ ହେଉଛନ୍ତି ଟ୍ରମ୍ପ: ଟ୍ବିଟ କରି ମଜା ଉଡାଇଲେ ପୂର୍ବତନ ଭାରତୀୟ କ୍ରିକେଟର

Published By : Prameya-News7 Bureau | November 08, 2020 IST

ନୂଆାଦିଲ୍ଲୀ ୦୮/୧୧ : ଆମେରିକା ରାଷ୍ଟପତି ନିର୍ବାଚନରେ ଜୋ ବାଇଡେନ ବିଜୟୀ ହେବା ପରେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ଟ୍ବିଟ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି । ଗୋଟିଏ ଫଟୋ ଟ୍ବିଟ କରି ସେହଓ୍ବାଗ ଲେଖିଛନ୍ତି ସେ "ଟ୍ରମ୍ପଙ୍କ କମେଡି ବହୁତ ମିସ୍ କରିବେ, ଚାଚାଙ୍କ କମେଡି ବହୁତ ମନେ ପଡିବ ।"

{"id":358360,"sizeSlug":"large"}


୨ ଥର ଆମେରିକାର ଉପ-ରାଷ୍ଟ୍ରପତି ରହିଥିବା ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏବଂ ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । କମଲା ହାରିସ ଆମେରିକାର ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

wp:core-embed/twitter {"url":"https://twitter.com/virendersehwag/status/1325129400992452608","type":"rich","providerNameSlug":"twitter","className":""}
https://twitter.com/virendersehwag/status/1325129400992452608
/wp:core-embed/twitter


ସେହଓ୍ବାଗଙ୍କ ବ୍ୟତିତ ବିଶ୍ବର ଆଉ କିଛି ଖେଳାଳି ଆମେରିକା ନିର୍ବାଚନକୁ ନେଇ ଟିପ୍ପଣୀ ଦେଇଛନ୍ତି । ଆମେରିକାର ଫୁଟବଲ ତାରକା ମେଗନ ରେପିନୋଏ ଟ୍ବିଟ କରିଛନ୍ତି ଭାବି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପ-ରାଷ୍ଟ୍ରପତି କମଲା ହାରିସଙ୍କୁ ଅଭିନନ୍ଦନ । ସେହିପରି ଏନବିଏର ତାରକା ଖେଳାଳି ଲେବ୍ରୋନ ଜେମ୍ସ୍ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଏହା ସେହି କ୍ୟାମ୍ପେନ ଯାହାକି ସେ ଅଶ୍ବେତ ଭୋଟରଙ୍କ ତାକତ ଦେଖାଇବାକୁ ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.