ନିଆରା ଢଙ୍ଗରେ ଲକଡାଉନରେ ସମୟ କାଟୁଛନ୍ତି ସେହ୍ୱାଗ, କରୁଛନ୍ତି ଗୋସେବା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪:  କରୋନା ଭାଇରସ ପାଇଁ ସାରା ଦେଶକୁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଅନେକ କ୍ରିକେଟର, ସେଲିବ୍ରିଟୀ ଭିନ୍ନ ଭିନ୍ନ ଅନ୍ଦାଜରେ ସମୟ ଅତିବାହିତ କରୁଛନ୍ତି । ତେବେ ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗ କିନ୍ତୁ ନିଆରା ଢଙ୍ଗରେ ସମୟ କାଟୁଛନ୍ତି । ସେ ଏହି ଦିନମାନଙ୍କରେ ଗୋସେବା କରୁଛନ୍ତି । ରବିବାର ସେହ୍ୱାଗ ନିଜ ଟ୍ୱିଟର୍ ପେଜରେ ଏହାର ଭିଡିଓ ସେୟାର କରିଛନ୍ତି ।ଏହି ଭିଡିଓରେ ସେ ଗାଈମାନଙ୍କ ସହ ଠିଆ ହୋଇ ସେମାନଙ୍କର ସେବା କରୁଛନ୍ତି ।

ସେହ୍ୱାଗଙ୍କ ଏହି ଭିଡିଓ କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସେ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଗାଈ ଆମରି ମାତା ଅଟନ୍ତି ଓ ଆମକୁ କିଛି ଆସେ ନାହିଁ । ଏହି ବାକ୍ୟକୁ ସେ ଭିଡିଓରେ ମଧ୍ୟ କହୁଥିବା ଦେଖିବାକୁ ମିଳିଛି ।

wp:core-embed/twitter {"url":"https://twitter.com/virendersehwag/status/1246727664322236416?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246727664322236416\u0026ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-virender-sehwag-doing-gausewa-during-lockdown-period-coronavirus-2988901.html","type":"rich","providerNameSlug":"twitter","className":""}
https://twitter.com/virendersehwag/status/1246727664322236416?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1246727664322236416&ref_url=https%3A%2F%2Fhindi.news18.com%2Fnews%2Fsports%2Fcricket-virender-sehwag-doing-gausewa-during-lockdown-period-coronavirus-2988901.html
/wp:core-embed/twitter

ପୂର୍ବରୁ ଗତ ୩୧ ତାରିଖରେ ସେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ମା ଲହୁଣୀ ପ୍ରସ୍ତୁତ କରୁଥିଲେ । ଆଜି ମାଆ ଘରେ ଲହୁଣୀ ପ୍ରସ୍ତୁତ କରିଛନ୍ତି ଓ ସେ କୃଷ୍ଣଙ୍କ ଭଳି ସେଥିରୁ କିଛି ଖାଇଥିବା ସେହ୍ୱାଗ ଟ୍ୱିଟ୍ କରିଥିଲେ ।

wp:core-embed/instagram {"url":"https://www.instagram.com/p/B-Y1kLPgoeX/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-Y1kLPgoeX/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.