ଦିଲ୍ଲୀରେ ବାଣ ଉପରେ ପ୍ରତିବନ୍ଧକ, ‘ବାହୁବଳୀ’ ଫଟୋ ପୋଷ୍ଟ କରି କେଜ୍ରିଓ୍ଵାଲ ସରକାରଙ୍କୁ ଏମିତି ଆକ୍ଷେପ କଲେ ବୀରେନ୍ଦ୍ର ସେହ୍ଵାଗ

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭।୧୧: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଏବଂ କରୋନାର ତୃତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ନଭେମ୍ଵର ୭ରୁ ୩୦ ପର୍ଯ୍ୟନ୍ତ ବାଣ ଫୁଟା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏବେ ଏହି ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟ୍‌ର ବୀରେନ୍ଦ୍ର ସେହ୍ଵାଗଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି।

wp:html /wp:html

ସେ ବାହୁବଳୀ ଫିଲ୍ମର ସ୍କ୍ରିନ୍ ସଟ୍ ସେୟାର କରି ଅରବିନ୍ଦ କେଜ୍ରିଓ୍ଵାଲ ସରକାର ଉପରେ ତାତ୍ସଲ୍ୟ କରିଛନ୍ତି। କିନ୍ତୁ ସେ କାହାରି ନାମ ନେଇ ନାହାନ୍ତି। ସେ ଲେଖିଛନ୍ତି- ହିମାଳୟର ବରଫ ଯେମିତି ତରଳି ନଯାଉ। ଫଟୋରେ ଶ୍ରମିକ ଶ୍ରେଣୀର ଲୋକ ହାତ ଯୋଡି ବିନତି କରିବା ମୁଦ୍ରାରେ ଥିବା ଦେଖିବାକୁ ମିଳିଛି। ଫଟୋରେ ଲେଖା ହୋଇଛି ଯେ- ଆମକୁ ପଚାରିବାର ଥିଲା ଯେ, ଦୀପାବଳିରେ ଦୀପ ଜଳାଇ ପାରିବୁ କି ନାହିଁ ? କୌଣସି ଗ୍ଲୋବାଲ ଓ୍ଵାର୍ମିଂର ଅସୁବିଧା ହୋଇଯିବନି ତ।

ଏହି ପୋଷ୍ଟରେ ଲୋକେ ଖୁବ୍ ପ୍ରତିକ୍ରିୟା ଦେଇଛନ୍ତି। କିଛି ଏହା ପରମ୍ପରା ବିରୋଧୀ ଦର୍ଶାଇ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। କିଛି ପ୍ରଦୂଷଣ ଏବଂ କରୋନା କାରଣରୁ ଏମିତି ନିଷ୍ପତ୍ତିକୁ ଉଚିତ୍ ବୋଲି ଦର୍ଶାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.