Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଖରାପ ଫର୍ମ ଦେଇ ଗତି କରୁଛନ୍ତି କୋହଲି, ଦୃଷ୍ଟି ଶକ୍ତି ଦୁର୍ବଳ ହୋଇନାହିଁ: ସେହ୍ଵାଗ

5/03/2020 at 4:42 PM

ନୂଆଦିଲ୍ଲୀ ୦୫।୦୩- ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ସସସ୍ୟାକୁ ନେଇ ମହତ୍ଵପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି ଯେ, ବିରାଟ କୋହଲିଙ୍କ ସହିତ କେବଳ ଫର୍ମ ସମସ୍ୟା ରହିଥିବା ବେଳେ ଆଖି-ହାତ ମଧ୍ୟରେ ସଂଯୋଜନର କୌଣସି ସମସ୍ୟା ନାହିଁ। ଯେବେ ଆପଣ ଫର୍ମରେ ନଥାନ୍ତି ତେବେ କିଛି ବି ଆପଣଙ୍କ ଅନୁସାରେ ହୋଇନଥାଏ। ଏମିତି ନାହିଁ ଯେ ବିରାଟ ଚେଷ୍ଟା କରୁନାହାନ୍ତି ମାତ୍ର ଭାଗ୍ୟ ତାଙ୍କର ସାଥିରେ ରହୁନାହିଁ।

ସେହ୍ଵାଗ କହିଛନ୍ତି ଯେ, ବିରାଟଙ୍କ ଦୃଷ୍ଟିଶକ୍ତିରେ କୌଣସି ସମସ୍ୟା ନାହିଁ। ଆପଣଙ୍କର ଆଖି-ହାତ ମଧ୍ୟରେ ସଂଯୋଜନ ସମୟ ସହିତ ହ୍ରାସ ଘଟିଥାଏ।  ମାତ୍ର ଗୋଟିଏ ରାତିରେ ଏମିତି ହୁଏ ନାହିଁ। ମୁଁ ଆଶ୍ଵସ୍ତ ଯେ, ବିରାଟଙ୍କ ଏହା କେବଳ ଫର୍ମର ସମସ୍ୟା। ସଂପ୍ରତି ସେ ଭଲ ବଲରେ ଆଉଟ୍ ହେଉଛନ୍ତି। ବିରାଟଙ୍କ ନ୍ୟୁଜିଲାଣ୍ଡ ଗସ୍ତ ବହୁତ ନିରାଶଜନକ ରହିଛି। ସେ ଦୁଇଟି ଟେଷ୍ଟର ଚାରୋଟି ଇନିଂସରେ ମାତ୍ର ୩୮ ରନ କରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ସେ ମୋଟ୍ ୧୧ଟି ଇନିଂସ ଖେଳି ମାତ୍ର ୨୧୮ ରନ କରିବାରେ ସକ୍ଷମ ହୋଇଛନ୍ତି।

ସେହ୍ଵାଗ ଏହା ମଧ୍ୟ କହିଛନ୍ତି ନ୍ୟୁଜିଲାଣ୍ଡରେ ବଲ୍ ବହୁତ ସିମ୍ କରିଥାଏ। ଯଦି ଆପଣ ରନ ନକରନ୍ତି ତେବେ ଚ୍ୟାଲେଞ୍ଜିଂ ଆହୁରି ବଢି ଯାଇଥାଏ। ତେଣୁ ଆପଣ ଫ୍ରଣ୍ଟଫୁଟରେ ଖେଳି କିମ୍ବା ବଲକୁ ଛାଡି ତାଳମେଳ ରଖି ପାରିବେ। ମୋ ପାଇଁ ସବୁଠୁ ମହତ୍ଵପୂର୍ଣ୍ଣ ଏହା ଯେ, ବଲ୍ କେବେ ଛାଡିବାକୁ ପଡିଥାଏ ଏବଂ ଆପଣ ଏହା ତେବେ କରି ପାରିବେ ଯେବେ ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚରେ ଥିବ। ଚାପର ବଶବର୍ତ୍ତୀ ହୋଇ ବିରାଟ ନିଜର ଓ୍ଵିକେଟ୍ ହରାଇଥିବା ସେହ୍ଵାଗ କହିଛନ୍ତି।

   Related Posts