Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୀରେନ୍ଦ୍ର ସେହବାଗଙ୍କ ଘରେ ବଡ ହମଲା : ନିଜେ ଭିଡିଓ ସେୟାର କରି ଦେଲେ ସୂଚନା

28/06/2020 at 2:27 PM

ନୂଆଦିଲ୍ଲୀ ୨୮/୦୬ : ଭାରତୀୟ କ୍ରିକେଟ ଟିମର ଧୂଆଁଧାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହବାଗ ଲକଡାଉନ ଯୋଗୁଁ ଘରେ ପରିବାର ସହିତ ସମୟ ବିତାଉଛନ୍ତି | ଶନିବାର ଦିନ ସେହବାଗ ନିଜର ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ କହିଛନ୍ତି ଯେ ତାଙ୍କ ଘରେ ହମଲା ହୋଇଛି | ଭିଡିଓ ସେୟାର କରି ସେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି |

ଗତ କିଛି ଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ପଙ୍ଗପାଳ ହମଲା କରୁଛନ୍ତି | ଫଳରେ ଲୋକେ ହଇରାଣ ହରକତ ହେଉଛନ୍ତି | ପଙ୍ଗପାଳ ଆକ୍ରମଣ ନେଇ ଚାଷୀ ମଧ୍ୟ ଚିନ୍ତାରେ | ପଙ୍ଗପାଳ ଦଳ ବର୍ତ୍ତମାନ ରାଜସ୍ତାନରୁ ଦିଲ୍ଲୀ ମୁହାଁ | ସେହବାଗଙ୍କ ଘର ମଧ୍ୟ ପଙ୍ଗପାଳ ହମଲାର ଶିକାର ହୋଇଛି | ସେହବାଗ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପଙ୍ଗପାଳ ହମଲା, ସିଧା ଘର ଉପରେ |’ ସେହବାଗ ସେୟାର କରିଥିବା ଭିଡିଓରେ ଦଳ ଦଳ ପଙ୍ଗପାଳ ଉଡ଼ୁଥିବାର ଦେଖିବାକୁ ମିଳିଛି | 

View this post on Instagram

Locusts attack , right above the house #hamla

A post shared by Virender Sehwag (@virendersehwag) on

ପ୍ରଶଂସକ ଏହି ଭିଡିଓରେ କମେଣ୍ଟ କରି କହିଛନ୍ତି, ସେହବାଗ ନିଜ ବ୍ୟାଟ ବାହାରେ ରଖିଦେବା ଉଚିତ | ବ୍ୟାଟ ଦେଖି ପଙ୍ଗପାଳ ନିଜେ ହିଁ ପଳେଇବେ | ଆଉ କିଛି ପ୍ରଶଂସକ ସେହବାଗଙ୍କୁ ଘରେ ସୁରକ୍ଷିତ ରହିବାକୁ ଅପିଲ କରିଥିଲେ |

ରାଜସ୍ତାନ, ହରିୟାଣା, ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ପଙ୍ଗପାଳ ହମଲା କରିଥିବା ଖବର ସାମ୍ନାକୁ ଆସିଛି | ପ୍ରଶାସନ କୀଟନାଶକ ଛିଞ୍ଚି ପଙ୍ଗପାଳଙ୍କୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି | ପଙ୍ଗପାଳ ଦଳ ଗୁରୁଃଗ୍ରାମ ଓ ଦିଲ୍ଲୀର କିଛି ସିମବର୍ତ୍ତୀ ଅଞ୍ଚଳରେ ପହଞ୍ଚିବା ପରେ ଦିଲ୍ଲୀ ସରକାର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି |

ପୂର୍ବରୁ ମଙ୍ଗଳବାର ଦିନ ବୀରେନ୍ଦ୍ର ସେହବାଗ ଟ୍ୱିଟ କରି ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା କରିଥିଲେ | ଚୀନର ଏହି କାର୍ଯ୍ୟକଳାପକୁ ସେ ପ୍ରବଳ ନିନ୍ଦା କରିବା ସହ ଚୀନକୁ ସୁଧୁରିବାକୁ ଚେତାବନୀ ଦେଇଥିଲେ | ସେ ଟ୍ୱିଟରେ ଲେଖିଛନ୍ତି, କର୍ଣ୍ଣଲ ସନ୍ତୋଷ ବାବୁଙ୍କ ପ୍ରତି ହାର୍ଦ୍ଧିକ ସମବେଦନା ଯିଏ ଗଲୱାନ ଘାଟିରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି | ଦୁନିଆ କରୋନା ଭଳି ଗମ୍ଭୀର ମହାମାରୀ ସଙ୍କଟ ଦେଇ ଗତି କରୁଥିବା ସମୟରେ ଚୀନର ଏହିଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ |’

   Related Posts