Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

IPL 2020: ପରାଜୟ ପରେ ବୀରେନ୍ଦ୍ର ସେହ୍ଵାଗ ଶୁଭମାନ ଗିଲ୍ ଓ କୋଲକାତା ନାଇଟ୍ ରାଇଡର୍ସଙ୍କୁ ଦେଲେ ଚେତାବନୀ, କହିଲେ…

17/10/2020 at 3:57 PM

ନୂଆଦିଲ୍ଲୀ ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)୨୦୨୦ରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଦାୟିତ୍ଵ ଇଅନ ମୋର୍ଗାନ ସମ୍ଭାଳିବା ପରେ ବି ଦଳର ଭାଗ୍ୟରେ କୌଣସି ପରିବର୍ତ୍ତନ ଆସିନାହି। ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍‌ ରାଇଡର୍ସକୁ ଚଳିତ ସଂସ୍କରଣରେ ଦ୍ଵିତୀୟ ଥର ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗ କେକେଆର ଟିମ୍‌ ଏବଂ ଯୁବ ବ୍ୟାଟସମ୍ୟାନ ଶୁଭମାନ ଗିଲ୍‌ଙ୍କୁ ଚେତାବନୀ ଦେଇଛନ୍ତି। ମୁମ୍ବାଇ ଏହି ମ୍ୟାଚ୍‌ରେ କୋଲାକାତାକୁ ସହଜରେ ୮ ଓ୍ଵିକେଟ୍‌ରେ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି।

କେକେଆର ଓ ମୁମ୍ବାଇ ମ୍ୟାଚ୍‌ ପରେ କ୍ରିକବଜ୍ ସହିତ ଆଲୋଚନା କରି ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି, ଶୁଭମାନ ଗିଲ୍‌ଙ୍କ ଉପର ଅର୍ଡରରେ ଶୀଘ୍ର ରନ କରିବା ଉଚିତ୍ ନହେଲେ ତାଙ୍କୁ ନିମ୍ନ ଅର୍ଡରରେ ପଠାଇବା ଉଚିତ୍। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ କୋଲକାତା ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିଥିଲା। କିନ୍ତୁ ଅଧିନାୟକ ଇଅନ ମୋର୍ଗାନ ଓ ପାଟ୍ କମିନ୍ସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ରନ କରିବାରେ ବିଫଳ ହୋଇଥିଲେ। ମୋର୍ଗାନ ଓ କମିନ୍ସଙ୍କ ମଧ୍ୟରେ ୮୭ ରନର ଭାଗିଦାରୀ ଯୋଗୁଁ କୋଲକାତା ୧୪୮ ରନ କରି ପାରିଥିଲା।

ବୀରେନ୍ଦ୍ର ସେହ୍ଵାଗ ମ୍ୟାଚ୍‌ ସମାପ୍ତ ପରେ କେକେଆର ଟିମ୍‌ କିଛି ଦୁର୍ବଳତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଅଧିନାୟକ ଭାବେ ଏହା ଜାଣିବା ଉଚିତ୍ ଯେ ଦଳ କେଉଁଠି ତ୍ରୁଟି କରୁଛି। ପ୍ରତ୍ୟେକ ମ୍ୟାଚ୍‌ରୁ ଆପଣଙ୍କୁ କିଛି ନା କିଛି ସକରାତ୍ମକ ଶିଖିବାକୁ ମିଳିପାରେ। କୋଲକାତା ଦଳକୁ ଏହା କରିବା ଉଚିତ୍। ଦଳ ପ୍ରବନ୍ଧକଙ୍କୁ ଆଗାମୀ ୬ ମ୍ୟାଚ୍‌ ପାଇଁ ୧୩ ଖେଳାଳିଙ୍କୁ ବାଛିବା ଉଚିତ୍ ଏବଂ ସେମାନଙ୍କୁ ରୋଟେଟ୍ କରିବା ଉଚିତ୍।

ସେ କହିଛନ୍ତି, ଦଳ ପ୍ରବନ୍ଧକଙ୍କୁ ମଜବୁତ ସଂଯୋଜନ କରିବା ଦରକାର ଏବଂ ଖେଳାଳିଙ୍କୁ ନିଜ  ହିସାବରେ ଖେଳିବାକୁ ସ୍ଵାଧୀନତା ଦେବା ଦରକାର। ଏବେ କେକେଆର ଦଳଗତ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଦଳ ଜଣେ କି ଦୁଇ ଜଣ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିଛି। ଶୁଭମାନ ଗିଲ୍ ଏକମାତ୍ର ଖେଳାଳି ଯିଏ କ୍ରମାଗତ ରନ କରୁଛନ୍ତି। ଏ ପର୍ଯ୍ୟନ୍ତ ଗିଲ୍ ୮ଟି ମ୍ୟାଚ୍‌ରୁ ୨୭୫ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍ ୧୧୬.୫୨ ରହିଛି।

ସେହ୍ଵାଗ ଶୁଭମାନ ଗିଲ୍‌ଙ୍କୁ ନିଜର ଷ୍ଟ୍ରାଇକ୍‌ ରେଟ୍ ବଢାଇବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଶୁଭମାନ ଗିଲ୍‌ଙ୍କୁ ବହୁତ ସୁଯୋଗ ମିଳି ସାରିଛି। ତାଙ୍କୁ ପାଓ୍ଵାର ପ୍ଲେରେ ଆହୁରି ଆକ୍ରମଣାତ୍ମକ ଖେଳ ଖେଳିବା ଉଚିତ୍। ଯଦି ସେ ଏମିତି କରିବାରେ ବିଫଳ ହେଉଛନ୍ତି ତେବେ ନିମ୍ନ କ୍ରମରେ ବ୍ୟାଟିଂ କରିବା ଉଚିତ୍। ଯଦି ଆପଣ ଜିତିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ଆରମ୍ଭ ଦେବାକୁ ପଡିବ। ଦୃଢ ମୂଳଦୁଆ ବିନା ଆପଣ ମ୍ୟାଚ୍‌ ଜିତି ପାରିବେ ନାହିଁ।

   Related Posts