Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଶ୍ରୀଲଙ୍କାରେ ମ୍ୟାଚ୍‌ ହାରିଗଲା ଟିମ୍‌ ଇଣ୍ଡିଆ, କିନ୍ତୁ ସେହ୍ବାଗଙ୍କୁ ଗାଳି କରୁଛନ୍ତି ତାଙ୍କ ପିଲା

30/07/2021 at 11:23 PM

ନୂଆଦିଲ୍ଲୀ ୩୦/୭: ଭାରତୀୟ କ୍ରିକେଟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ୍‌ ହାରିବା ସହ ସିରିଜ୍‌କୁ ୧-୨ରେ ହାତଛଡ଼ା କରିଛି । ଟିମ୍‌ ଇଣ୍ଡିଆ ପରାଜୟ ବରଣ କରିବା ପରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଦୁଃଖ ପ୍ରକାଶ କରିଛନ୍ତି। ଭାରତର ଯୁବ ପ୍ଲେୟର ଏକ ଭଲ ମଉକା ହାତ ଛଡ଼ା କରିଛନ୍ତି ବୋଲି ସେ କହିଛନ୍ତି। ଏହା ସହ ଭାରତୀୟ ଟିମ୍‌ ସିରିଜ୍‌ ହାରିବା ପରେ ତାଙ୍କୁ ତାଙ୍କ ପିଲାମାନେ ଗାଳି କରିଥିବା ସେହ୍ବାଗ କହିଛନ୍ତି।

କିନ୍ତୁ ତାଙ୍କ ପିଲାମାନେ ଏମିତି କାହିଁକି କଲେ ? ଏନେଇ ଖୋଦ ସେହ୍ବାଗ ଏକ ଶୋ’ରେ କହିଛନ୍ତି। ସେହ୍ବାଗ କ୍ରିକ୍‌ବଜ୍‌କୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ‘ପୂରା ମ୍ୟାଚ୍‌ ଦେଖିବା ବୋରିଂ ଥିଲା। ମ୍ୟାଚ୍‌ରେ କିଛି ବି ହେଲା ନାହିଁ। ତୁମ ଟିମ୍‌ କଣ କରୁଛି ବୋଲି କହି ମୋ ପିଲାମାନେ ମୋତେ ଗାଳି କରୁଛନ୍ତି। ବେଳେ ବେଳେ ସିରିଜ୍‌ରେ ଏମିତି ମ୍ୟାଚ୍‌ ଆସେ ଯେଉଁଠି ସମ୍ପୂର୍ଣ୍ଣ ଭାବେ ନିରାଶା ଖେଳିଯାଏ। ମୋତେ ଲାଗୁଥିଲା ନୂଆ ପିଚ୍‌, ୧୩୦-୩୫ ରନ୍‌ ଭାରତୀୟ ଟିମ୍‌ କରିପାରିବ। କିନ୍ତୁ ଭାବିନଥିଲି ଟିମ୍‌ କେବଳ ୮୦ ରନ୍‌ରେ ଅଲଆଉଟ୍‌ ହୋଇଯିବ।’

ଶ୍ରୀଲଙ୍କା ବୋଲର ଏତେ ଖାସ୍‌ ନଥିଲେ: ସେହ୍ବାଗ
ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ନେଇ ସେହ୍ବାଗ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ ଶ୍ରୀଲଙ୍କା ବୋଲର ଭଲ ବୋଲିଂ କରିନାହାନ୍ତି। କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରନ୍‌ କରିପାରିଲେ ନାହିଁ।

ସେହ୍ବାଗ୍‌ କହିଛନ୍ତି, ‘ମୋତେ ଶ୍ରୀଲଙ୍କା ବୋଲର ଏତେ ଖାସ ଲାଗିଲେ ନାହିଁ। ୩ ଜଣ ବ୍ୟାଟ୍ସମ୍ୟାନ୍‌ LBW  ଆଉଟ୍‌ ହୋଇଗଲେ। ଏମିତି ବହୁତ କମ୍‌ ଦେଖିବାକୁ ମିଳେ। ଯଦି ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୩ ଜଣ ଏଲବିଡବ୍ଲୁ ଆଉଟ୍‌ ହେବେ ତେବେ ମୁସକିଲ ତ ବଢ଼ିବ। ନୀତିଶ ରାଣାଙ୍କୁ ଦେଖି ଲାଗୁଥିଲା ଯଦି ସେ ଖେଳିବେ କିଛି ହୋଇପାରିବ। ଯଦି କେଉଁ ବ୍ୟାଟ୍ସମ୍ୟାନ୍‌ ୫୦-୬୦ ରନ୍‌ କରିଦିଅନ୍ତି ତେବେ ଦଳ ଏକ ସମ୍ମାନଜନକ ସ୍କୋର କରିପାରିବ। କିନ୍ତୁ ସେମାନେ ମଉକା ହରାଇଦେଲେ। ଏହା ଠୁ ଆଉ କଣ ଭଲ ସୁଯୋଗ ମିଳିପପାରିବ। ଆପଣଙ୍କ ପାଖରୁ ଆଶା କରାଯାଉଛି ଆପଣମାନେ ୧୫୦ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରନ୍ତୁ। ଯଦି ଆପଣମାନେ ୫୦ ବଲ୍‌ରେ ୫୦ ରନ୍‌ କରିଥାନ୍ତେ ତେବେ ଟିମ୍‌ ଇଣ୍ଡିଆ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ପହଞ୍ଚିପାରିଥାନ୍ତା। କିନ୍ତୁ ଏମିତି ହେଲା ନାହିଁ।’  

   Related Posts