Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ବିରେନ୍ଦ୍ର ସେହ୍ବାଗ ଚୟନ କଲେ ବେଷ୍ଟ IPL XI, ରୋହିତ ଶର୍ମାଙ୍କୁ ନୁହେଁ ଏହି ଖେଳାଳିଙ୍କୁ ବାଛିଲେ ଅଧିନାୟକ

14/11/2020 at 5:53 PM

ନୂଆଦିଲ୍ଲୀ ୧୪/୧୧: ୟୁଏଇରେ ଆଇପିଏଲ୍‌ର ୧୩ ତମ ସଂସ୍କରଣ ସଫଳତା ପୂର୍ବକ ଶେଷ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ପୁଣିଥରେ ଟୁର୍ଣ୍ଣାମେଣ୍ଟ ଜିଣିଛି। ଏହା ସହ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଭାରତୀୟ କ୍ରିକେଟର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ୍‌ ନିଜ ପସନ୍ଦର ପ୍ଲେଇଂ ଇଲେଭେନ୍‌ ଚୟନ କରିଛନ୍ତି।

ନିଜ ପସନ୍ଦର ବେଷ୍ଟ ଆଇପିଏଲ୍‌ ପ୍ଲେଇଂ ଇଲେଭେନ୍‌ରେ ଅଧିନାୟକ ଭାବେ ରୋହିତ ଶର୍ମା ନୁହେଁ ବରଂ ବିରାଟ କୋହଲିଙ୍କୁ ଅଧିନାୟକ ଭାବେ ବାଛିଛନ୍ତି ସେହ୍ବାଗ। କ୍ରିକ୍‌ବଜ୍‌ ଲାଇଭରେ ପ୍ରତିକ୍ରିୟା ଦେଇ ସେହ୍ବାଗ୍‌ ନିଜ ଟିମ୍‌ର ଓପନର କେଏଲ୍‌ ରାହୁଲ ଓ ‘ଇମର୍ଜିଂ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ’ ଦେବଦତ୍ତ ପଡ୍ଡିକଲଙ୍କୁ ବାଛିଛନ୍ତି। ଦେବଦତ୍ତ ଟୁର୍ଣ୍ଣାମେଣ୍ଟରେ ୩୧.୫୩ ଆଭେରେଜ୍‌ ସହ ୧୫ ମ୍ୟାଚ୍‌ରେ ୪୭୩ ରନ୍‌ ସଂଗ୍ରହ କରିଥିଲେ। ଏହି ସମୟରେ ୫ଟି ଅର୍ଦ୍ଧଶକତ ବି ଲଗାଇଥିଲେ ପଡ୍ଡିକଲ୍‌।

ଏହି ଟିମ୍‌​‌ରେ ତୃତୀୟ ନମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ଖେଳାଇବାକୁ ଚାହିଁଛନ୍ତି ସେହ୍ବାଗ। ଏହା ସହ ଅଧିନାୟକ ବିରାଟ କୋହଲିଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ  କରିବାକୁ ସେହ୍ବାଗ ମନସ୍ଥ କରିଛନ୍ତି। ତେବେ କୋହଲିଙ୍କ ପରେ ପଞ୍ଚମ ନମ୍ବରରେ ହାଇଦ୍ରାବାଦ କ୍ୟାପ୍ଟେନ୍‌ ଡେଭିଡ୍‌ ଓ୍ବାର୍ଣ୍ଣର  ଖେଳିବେ ବୋଲି ସେହ୍ବାଗ ବାଛିଛନ୍ତି।

ଏହା ସହ ଏବି ଡିଭିଲିୟର୍ସଙ୍କୁ ବି ନିଜ ଟିମ୍‌​‌ରେ ସ୍ଥାନ ଦେଇଛନ୍ତି ସେହ୍ବାଗ। ବୋଲରଙ୍କ ଲିଷ୍ଟରେ ରାବଡା, ଜସପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କୁ ନେଇଛନ୍ତି ବିରେନ୍ଦ୍ର ସେହ୍ବାଗ। ସ୍ପିନ୍‌ ବୋଲିଂ ପାଇଁ ୟୁଜବେନ୍ଦ୍ର ଚହଲ ଓ ରଶିଦ ଖାନଙ୍କୁ ସେହ୍ବାଗ ନିଜ ଟିମରେ ନେଇଛନ୍ତି ।

ସେହ୍ବାଗଙ୍କ ବେଷ୍ଟ ଆଇପିଏଲ୍‌ ପ୍ଲେଇଂ ଇଲେଭେନ୍‌
କେଏଲ ରାହୁଲ, ଦେବଦତ୍ତ ପଡ୍ଡିକଲ, ସୂର୍ଯକୁମାର, ବିରାଟ କୋହଲି (ଅଧିନାୟକ), ଡେଭିଡ ଓ୍ବାର୍ଣ୍ଣର, ଏବି ଡିଭିଲିୟର୍ସ, ରାବଡା, ଜସପ୍ରୀତ ବୁମରା, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ରଶିଦ ଖାନ। ଏହା ସହ ୧୨ ତମ ଖେଳାଳି ଇଶାନ କିଶନ ଓ ୧୩ ତମ ଖେଳାଳି ଜୋଫ୍ରା ଆର୍ଚର ।

   Related Posts