Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାକ୍ ଜିତିଲେ ଭାରତରେ ଫୁଟୁଛି ବାଣ, ଦୀପାବଳି ପାଇଁ ଏତେ ନାଟକ କାହିଁକି: ସେହ୍ଵାଗ

25/10/2021 at 5:08 PM

ନୂଆଦିଲ୍ଲୀ ୨୫।୧୦: ଟି-୨୦ ବିଶ୍ଵ କପ୍‌ରେ ପାକିସ୍ତାନର ଭାରତ ବିପକ୍ଷରେ ପ୍ରଥମ ବିଜୟ ହାସଲ ପରେ ଦିଲ୍ଲୀ ସମେତ ଦେଶର ଅନେକ ଅଞ୍ଚଳରେ ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଛି। ଏହାକୁ ନେଇ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ‘ସିଧି ବାତ, ନୋ ବକଓ୍ଵାସ’ ଅଭିଯାନ ଚଲାଉଥିବା ବୀରୁ ଟ୍ଵିଟ୍ କରି ଏହି ବାଣଫୁଟାର ତୂଳନା ଦୀପାବଳିରେ ଲାଗିଥିବା କଟକଣା ସହ କରିଛନ୍ତି। ସେହ୍ଵାଗ ପ୍ରଶ୍ନ କରିଛନ୍ତି ଯେ, କେବଳ ଦୀପାବଳି ଉତ୍ସବକୁ ନେଇ ଏତେ ପ୍ରହସନ କାହିଁକି ?

ସେହ୍ଵାଗ କହିଛନ୍ତି, ଦୀପାବଳିରେ ବାଣଫୁଟା ଉପରେ କଟକଣା ଲଗାଯାଇଛି, ମାତ୍ର କାଲି ଭାରତର କିଛି ଅଞ୍ଚଳରେ ପାକିସ୍ତାନ ବିଜୟରେ ବାଣଫୁଟା ଯାଇ ଉତ୍ସବ ପାଳନ କରାଯାଇଛି। ଆଛା ସେମାନେ କ୍ରିକେଟର ବିଜୟ ଉତ୍ସବ ପାଳନ କରୁଛନ୍ତି। ତେବେ ଦୀପାବଳିରେ ବାଣ ଫୁଟାଇଲେ କ୍ଷତି କଣ ? ଏତେ ପ୍ରହସନ କାହିଁକି, ସବୁ ଜ୍ଞାନ ସେହି ସମୟରେ ହିଁ ମନେ ପଡେ ବୋଲି ସେହ୍ଵାଗ କହିଛନ୍ତି।

ସେହ୍ଵାଗଙ୍କ ପୂର୍ବତନ ସାଥୀ ଓପନର ଗୌତମ ଗମ୍ଭୀର ମଧ୍ୟ ଟ୍ଵିଟ୍ କରି ବାଣ ଫୁଟାଇଥିବା ଲୋକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ବର୍ତ୍ତମାନ ବିଜେପି ସାଂସଦ ଗମ୍ଭୀର #Shameful ହ୍ୟାସଟ୍ୟାଗ୍ ସହିତ କହିଛନ୍ତି ପାକିସ୍ତାନ ବିଜୟରେ ବାଣ ଫୁଟାଇ ଉତ୍ସବ ପାଳନ କରିଥିବା ଲୋକେ ଭାରତୀୟ ହୋଇ ପାରିବେ ନାହିଁ।

ଟ୍ରୋଲର୍ସ ଆରମ୍ଭ କରିଦେଲେ ଦୁହିଁଙ୍କ ବିରୋଧରେ ଅଭିଯାନ

ସେହ୍ଵାଗ ଓ ଗମ୍ଭୀରଙ୍କ ଟ୍ଵିଟ୍ ପରେ ତାଙ୍କ ବିରୋଧରେ ତଥାକଥିତ ସେକ୍ୟୁଲାର ଗ୍ୟାଙ୍ଗ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି। ଉଭୟଙ୍କୁ ଟ୍ରୋଲ୍ କରିବାକୁ ଉଦ୍ୟମ କରାଯାଇଛି। କିଛି ଟ୍ରୋଲର୍ସ ସେହ୍ଵାଗ ଇସଲାମ ବିରୋଧୀ ଭାଷା କହିଥିବା ଅଭିଯୋଗ କରିଛନ୍ତି। ଏଥି ସହ ଅଥରିଟି ତାଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି  ମଧ୍ୟ କରିଛନ୍ତି। ହେଲେ ଏମିତି ଟ୍ରୋଲର୍ସଙ୍କୁ ସେହ୍ଵାଗ ଓ ଗମ୍ଭୀରଙ୍କ ପ୍ରଶଂସକ ମୁହଁତୋଡ ଜବାବ ଦେଇଛନ୍ତି। ଉଭୟଙ୍କୁ ଜୋରଦାର ସମର୍ଥନ କରିଛନ୍ତି ପ୍ରଶଂସକ।

   Related Posts