ଦ୍ରୁତତମ ୧୦ ହଜାର ରନ ସଂଗ୍ରହରେ ବିରାଟଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି, ଜାଣନ୍ତୁ କିଏ

Published By : Prameya-News7 Bureau | June 26, 2019 IST

କ୍ରିକେଟରେ ଖେଳାଳି ନିତି ନୂଆ ରେକର୍ଡ କରୁଛନ୍ତି ଓ ଭାଙ୍ଗୁଛନ୍ତି। ଏଥିରେ ସଚ୍ଚିନଙ୍କ ନାମରେ ଏକଦା ଥିବା ଦ୍ରୁତତମ ୧୦ ହଜାର ରନ ସଂଗ୍ରହର ରେକର୍ଡକୁ କିଛି ସମୟ ପୂର୍ବରୁ ଭାଙ୍ଗିଥିଲେ ଟିମ ଇଣ୍ଡିଆର ୱାର୍ଲଡକପ୍ କ୍ୟାପ୍ଟେନ ବିରାଟ କୋହଲି। ହେଲେ ତାଙ୍କର ଏହି ରେକର୍ଡ କିନ୍ତୁ ଆଉ ବେଶି ସମୟ ତିଷ୍ଠି ରହିବନି। କାରଣ ତାଙ୍କଠାରୁ ବି ଅଧିକ ଦ୍ରୁତ ରନ ସଂଗ୍ରହକାରୀ ଖେଳାଳି ଏବେ ତାଙ୍କ ରେକର୍ଡର ପଶ୍ଚାତ ଧାବନ କରୁଛନ୍ତି। କ୍ରିକେଟର ଦେବତା କୁହାଯାଉଥିବା ସଚ୍ଚିନ ତେନ୍ଦୁଲକର ତାଙ୍କ ଦୀର୍ଘ କ୍ୟାରିୟରରେ ୧୦ ହଜାର ରନ ସଂଗ୍ରହ କରିବା ପାଇଁ ୨୫୯ଟି ଇନିଂସ ଖେଳିଥିଲେ। ତାଙ୍କ ପୂର୍ବରୁ ୨୬୫ ଇନିଂସ ଖେଳି ୨୦୦୫ ମସିହାରେ ସୌରଭ ଗାଙ୍ଗୁଲିଙ୍କ ନାମରେ ଥିଲା ଦ୍ରୁତ ୧୦ହଜାର ରନ ସଂଗ୍ରହର ରେକର୍ଡ। ତେବେ ଗାଙ୍ଗୁଲି ଓ ସଚ୍ଚିନଙ୍କ ରେକର୍ଡକୁ ବିରାଟ ୨୦୫ ଇନିଂସରେ ପୂରଣ କରିଥିଲେ। ଏବେ ବିରାଟଙ୍କ ଠାରୁ ମଧ୍ୟ କମ୍ ଇିନିଂସରେ ଏହି ରେକର୍ଡ ପୁରଣ ହେବ। ତେବେ ଆସନ୍ତୁ  ଜାଣିବା କିଏ ଏହାକୁ ପୁରଣ  କରିବେ ।

{"id":127492}

ଏବେ ବିରାଟଙ୍କ ରେକର୍ଡ ଆଖପାଖରେ କେବଳ ଜଣେ ଖେଳାଳି ନଜରକୁ ଆସୁଛନ୍ତି। ଆଉ  ସିଏ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଆକ୍ରମକ ବ୍ୟାଟସମ୍ୟାନ୍ ଅମଲା ହାସିମ। ଅମଲା ଏପର୍ଯ୍ୟନ୍ତ ୧୭୪ଟି ଇନିଂସ ଖେଳିଥିବା ବେଳେ ତାଙ୍କର ମୋଟ ରନ୍ ଏବେ ୭ ହଜାର ୯୧୦ରେ ପହଞ୍ଚିଲାଣି। ବିରାଟଙ୍କ ରେକର୍ଡ ଭାଙ୍ଗିବାକୁ ତାଙ୍କୁ ଆଉ ୩୧ଟି ଇନିଂସରୁ ମାତ୍ର ୨ହଜାର ରନ ସଂଗ୍ରହର ଆବଶ୍ୟକତା ରହିଛି। ତେବେ ହାସିମଙ୍କ ରନ ହାରରୁ ଯାହା ଲାଗୁଛି ସେ ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ନ ପାରନ୍ତି। ଆଗାମୀ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ସିଜିନରୁ ତାଙ୍କ ଲକ୍ଷ ହାସଲ କରିନେବେ।

{"id":127494}

ତେବେ ବିରାଟ, ସଚ୍ଚିନ, ସୌରଭଙ୍କ ପୂର୍ବରୁ ଏହି କ୍ଲବରେ ଥିଲେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ସେ ୨୬୬ଟି  ଇନିଂସ ଖେଳି ୧୦ ହଜାର ରନ୍ ସଂଗ୍ରହ କରିଥିଲେ।ତେବେ ପଣ୍ଟିଂଙ୍କ ପୂର୍ବରୁଏହି ରେକର୍ଡ ଥିଲା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଜେକ କାଲିସଙ୍କ ନାମରେ। ସେ  ୨୦୦୯ ମସିହାରେ ୨୭୨ଟି ଇନିଂସରୁ ସଂଗ୍ରହ କରିଥଲେ ୧୦ ହଜାର ରନ। ତେବେ କମ୍ଇନିଂସରୁ ଅଧିକ ରନ ସଂଗ୍ରହର ଏହିପ୍ରତିଯୋଗୀତାରେ ପୁଣି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଆସୁଥିବା ବେଳେ ଆଗକୁ ମଧ୍ୟ ଏହି ପ୍ରତିଯୋଗୀତା ଜାରି ରହିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.