Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

‘ଗୋଟିଏ ମ୍ୟାଚ୍‌ରେ କିଛି ବିଗିଡେ ନାହିଁ, ଧର୍ମ ଆଧାରରେ କାହାକୁ ଟାର୍ଗେଟ୍ କରାଯିବା ସବୁଠୁ ବଡ ଖରାପ କଥା’

30/10/2021 at 4:11 PM

ଦୁବାଇ ୩୦।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ  ବିରାଟ କୋହଲି ଶନିବାର ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆସନ୍ତାକାଲିର ମ୍ୟାଚ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତ ଥିବା ସେ କହିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କେଉଁଠି ଭୁଲ୍ ରହିଛି ଏହା ଆମକୁ ଜଣା। ଆମେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହା ସୁଧାରିବାକୁ ଚେଷ୍ଟା କରିବୁ। ପାକିସ୍ତାନଠୁ ହାରିବା ପରେ ଶାମିଙ୍କୁ ଟ୍ରୋଲ କରାଯିବା ଉପରେ କୋହଲି କହିଛନ୍ତି ଯେ, ଧର୍ମ ଆଧାରରେ କାହାକୁ ଟାର୍ଗେଟ୍ କରାଯିବା ବହୁତ ଖରାପ କଥା।

କୋହଲି କହିଛନ୍ତି, ଯେଉଁ ସ୍ତରରେ ଏହି ପ୍ରତିଯୋଗିତା ହେଉଛି, ତାହା ସଂପୂର୍ଣ୍ଣ ଅଲଗା ଅଟେ। ଆଗକୁ ଏହା ଅତି ଗୁରୁତ୍ଵପୂର୍ଣ୍ଣ ଯେ, ମାନସିକ ଭାବେ ଆମେ ପଡିଆକୁ କିପରି ଓହ୍ଲାଇବା। ଗତ ମ୍ୟାଚ୍‌ରେ ଶାହିନ ଆମ  ବିରୋଧରେ ଆକ୍ରମକ ରହିଥିଲେ। ଆମକୁ ମଧ୍ୟ ବ୍ୟାଟିଂ ଜରିଆରେ ତାଙ୍କୁ ରୋକିବାକୁ ପଡିବ ବୋଲି କୋହଲି କହିଛନ୍ତି।

ଗୋଟିଏ ମ୍ୟାଚ୍‌ରେ କିଛି ବିଗିଡେ ନାହିଁ

ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ବିରାଟ କହିଛନ୍ତି ଯେ, ଗୋଟିଏ ମ୍ୟାଚ୍‌ରେ ସବୁ କିଛି ବିଗିଡି ଯାଏନି। କେବଳ ଗୋଟିଏ ମ୍ୟାଚ୍ ଗୁରୁତ୍ଵପୂର୍ଣ୍ଣ ହୁଏ ନାହିଁ ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମୁକାବିଲା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ। ଶାର୍ଦ୍ଦୁଲ ଠାକୁର ସମ୍ବନ୍ଧିତ ପ୍ରଶ୍ନ ଉପରେ କୋହଲି କହିଛନ୍ତି, ଶାର୍ଦ୍ଦୁଲ ଲଗାତାର ଆମ ଯୋଜନାର ଅଂଶ। ସେ ଦଳରେ କେଉଁ ସ୍ଥାନରେ ଫିଟ୍ ହେବେ ଏହା ଆମକୁ ଦେଖିବାକୁ ପଡିବ।

ଆମକୁ ଏହା ସ୍ଵୀକାର କରିବାକୁ ପଡିବ  ଯେ, ଗତ ମ୍ୟାଚ୍‌ରେ ଆମରି ବିରୋଧୀ ଦଳ ଆମଠୁ ଉନ୍ନତ କ୍ରିକେଟ୍ ଖେଳିଛି। ଏହା କେବଳ କୌଣସି ଜଣେ ଖେଳାଳିଙ୍କ ପରାଜୟ ନଥିଲା। ଏହା ଦଳଗତ ପରାଜୟ।

   Related Posts