Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ବିରାଟ ଖୋଲିଲେ ନିଜ ହୃଦୟର ରାଜ, କହିଲେ ‘ମୋ ପାଇଁ ଶକ୍ତି ଶାଳୀ ସ୍ତମ୍ଭ ହୋଇ ରହିଛନ୍ତି ଅନୁଷ୍କା’

22/02/2021 at 3:39 PM

ନୂଆଦିଲ୍ଲୀ ୨୨/୦୨ : ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଯେତେବେଳେ ଖେଳରେ ଭଲ ପ୍ରଦର୍ଶନ କରିବା ଉପରେ କଥା ଆସିଥାଏ, ସେତେବେଳେ ଅନୁଷ୍କା ସର୍ବଦା ତାଙ୍କ ସହିତ ଦୃଢ ସ୍ତମ୍ଭ ଭଳି ଛିଡା ହୋଇଥାନ୍ତି । ଗ୍ରାଉଣ୍ଡରେ ଥିବା ବେଳେ ସେ କିପରି ପ୍ରେସରକୁ ହ୍ୟାଣ୍ଡେଲ୍ କରିଥାନ୍ତି, ତାହା ଏକ ପୋଡକାଷ୍ଟ ସମୟରେ ମାର୍କ ନିକୋଲ୍ସଙ୍କ ସହ କଥାବାର୍ତ୍ତାରେ ସେ କହିଛନ୍ତି । 

ନିକଟରେ ଏକ ଇଣ୍ଟରଭ୍ୟୁରେ ବିରାଟ କହିଛନ୍ତି, ‘ମନର ଜଟିଳତା ବିଷୟରେ ଅନୁଷ୍କା ଏବଂ ମୋ ଭିତରେ ବିସ୍ତୃତ କଥାବାର୍ତ୍ତା ହୋଇଥାଏ । ସେ ମୋ ପାଇଁ ଶକ୍ତିର ସ୍ତମ୍ଭ ହୋଇ ରହିଛନ୍ତି । କାରଣ ସେ ନିଜେ ଏକ ଏମିତି ସ୍ତରରେ ଅଛନ୍ତି ଯେଉଁଠାରେ ତାଙ୍କୁ ଅନେକ ନକାରାତ୍ମକତା ସହିତ ମୁକାବିଲା କରିବାକୁ ପଡିଥାଏ । ତେଣୁ ସେ ମୋର ସ୍ଥିତି ବୁଝିପାରନ୍ତି ଏବଂ ମୁଁ ତାଙ୍କ ସ୍ଥିତିକୁ ବୁଝିପାରେ ।’

ସେ ଆହୁରି କହିଛନ୍ତି, ଯଦି ମୋ ଜୀବନରେ ଅନୁଷ୍କା ନ ଆସିଥାନ୍ତେ ତେବେ ମୋର ବୋଧହୁଏ ‘ସ୍ପଷ୍ଟତା’ ନଥାନ୍ତା । ଅନୁଷ୍କା ବୁଝାଇଥିବା କିଛି କଥା ଏବଂ ଆମ ମଧ୍ୟରେ ଆଲୋଚନା ମୋତେ ସବୁ ପ୍ରକାର ନକାରାତ୍ମକତାରୁ ଦୂରେଇ  ରଖିଥାଏ । ତେଣୁ ସେ ମୋ ସ୍ଥିତିକୁ ବହୁତ ଭଲ ଭାବରେ ବୁଝିଥାନ୍ତି ଏବଂ ମୁଁ ତାଙ୍କ ସ୍ଥିତିକୁ ବୁଝିଥାଏ । ଆମ ସମ୍ପର୍କ ପାଇଁ ଅନୁଷ୍କା ସବୁବେଳେ ଏକ ଶକ୍ତି ସ୍ତମ୍ଭ ଭାବରେ ଛିଡା ହୋଇଥାନ୍ତି । ସେ ସର୍ବଦା ମୋର ଶକ୍ତି ହୋଇ ରହିଛନ୍ତି ।

ମୁଁ ଏବଂ ଅନୁଷ୍କା ଶର୍ମା ସବୁବେଳେ ପରସ୍ପର ସହିତ ରହିବାକୁ ପସନ୍ଦ କରିଥାଉ ବୋଲି ସେ କହିବା ସହିତ ଆମେ ଏକାଠି ରହିବା ପାଇଁ କୌଣସି କାରଣ ଆବଶ୍ୟକ କରୁନଥିବା କହିଛନ୍ତି । ଆମ ଜୀବନରେ ଯେତେ ଉତ୍ଥାନ-ପତନ ଘଟୁ ନା କାହିଁକି, କିନ୍ତୁ ଆମେ ସବୁବେଳେ ପରସ୍ପର ସହିତ ରହିଥାଉ ।

ଗତ କିଛି ଦିନ ହେବ ଅନୁଷ୍କା ଶର୍ମା ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏକ ଝିଅର ବାପା-ମା ହୋଇଛନ୍ତି । ଦୁହେଁ ମିଶି ଝିଅର ନାମ ଭାମିକା ରଖିଛନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ବିରାଟ କୋହଲି ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ନେତୃତ୍ୱ ନେଉଛନ୍ତି ।

   Related Posts