ଆଜିଙ୍କ୍ୟ ରାହାଣେଙ୍କ ଦମଦାର ପ୍ରଦର୍ଶନ ପରେ ଆସିଲା ବିରାଟ କୋହଲିଙ୍କ ପ୍ରତିକ୍ରିୟା, କହିଲେ ବଡ କଥା

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭।୧୨: ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିଥିବା ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି ଆଜିଙ୍କ୍ୟ ରାହାଣେ। ରାହାଣେଙ୍କ ଅଧିନାୟକତ୍ଵ ଇନିଂସ ବଳରେ ବକ୍ସିଂ ଡେ ଟେଷ୍ଟରେ ଭାରତର ସ୍ଥିତି ମଜବୁତ ରହିଛି। ରାହାଣେଙ୍କ ଅପରାଜିତ ଶତକ ବଳରେ ଭାରତ ଦ୍ଵିତୀୟ ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍  ହରାଇ ୨୭୭ ରନ କରି ଘରୋଇ ଦଳଠୁ ୮୨ ରନର ଅଗ୍ରଣୀ ହାସଲ କରିଛି।

ଦଳର ଦମଦାର ପ୍ରଦର୍ଶନ ଏବଂ ରାହାଣେଙ୍କ ଶତକ ଉପରେ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୋହଲି କହିଛନ୍ତି ଆମ ପାଇଁ ଆଉ ଏକ ଚମତ୍କାର ଦିନ। ଉଚିତ୍ ଟେଷ୍ଟ କ୍ରିକେଟ୍ ନିଜର ସର୍ବଶ୍ରେଷ୍ଠ ରୂପରେ ରହିଛି। ଜିଙ୍କ୍ସ(ଆଜିଙ୍କ୍ୟ ରାହାଣେ)ଙ୍କ ଶ୍ରେଷ୍ଠ ଇନିଂସ।

wp:html /wp:html

ଭାରତ ମ୍ୟାଚ୍‌ର ପ୍ରଥମ ଦିନରେ ଘରୋଇ ଅଷ୍ଟ୍ରେଲିଆକୁ ୧୯୫ ରନରେ ସୀମିତ କରିଥିଲା। ଏହା ପରେ ବି କୋହଲି ଭାରତୀୟ ବୋଲରଙ୍କ ପ୍ରଶଂସା କରିଥିଲେ। କୋହଲି ପ୍ରଥମ ଦିନର ଖେଳ ପରେ ଟ୍ଵିଟ୍ କରିଥିଲେ ଯେ, ଆମ ପାଇଁ ପ୍ରଥମ ଦିନ ବହୁତ ଭଲ ରହିଛି। ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି।

ରାହାଣେ ୧୦୪ ରନ କରି କ୍ରିଜରେ ଅଛନ୍ତି। ସେ ରବିବାର ୧୯୫ ବଲରୁ ଶତକ ଅର୍ଜନ କରିଛନ୍ତି। ଏଥିରେ ୧୧ ଚୌକା ସାମିଲ। ରାହାଣେଙ୍କ ଏହା ହେଉଛି ୧୨ତମ ଟେଷ୍ଟ ଶତକ। ରାହାଣେ ମେଲବୋର୍ଣ୍ଣରେ ଶତକ ହାସଲ କରିବାରେ ଦ୍ଵିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୯୯ରେ ସଚିନ ତେନ୍ଦୁଲକର ଅଧିନାୟକ ଭାବେ ଏହି ମଇଦାନରେ ଶତକ ଅର୍ଜନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.