Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅନୁଷ୍କାଙ୍କ ପିଲା ବେଳ ଫଟୋ ଦେଖି କୋହଲୀଙ୍କର ହେଲା ଏହି ଅବସ୍ଥା

16/09/2019 at 12:40 PM

ମୁମ୍ବାଇ୧୬|୯:  ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଟିମର କ୍ୟାପଟେନ ବିରାଟ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା। ଏହି ଦମ୍ପତ୍ତି ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି କାରଣ ଏମାନଙ୍କୁ ଦେଶର ସବୁଠୁ ସୁନ୍ଦର ଓ ରୋମାଣ୍ଟିକ ଯୋଡି ବୋଲି କୁହାଯାଏ। ଉଭୟ ପରସ୍ପରଙ୍କର ବହୁତ ଧ୍ୟାନ ରଖନ୍ତି। ବିରାଟ ଅନୁଷ୍କାଙ୍କ ପାଇଁ ନିଜ ଭଲ ପାଇବା ଦେଖାଇବାର କୌଣସି ମଉକା ଛାଡନ୍ତି ନାହିଁ। ଦୁହିଁଙ୍କର ଅନେକ ଫଟୋ ବିରାଟ ସୋସିଆଲ ମିଡିଆରେ ସେୟାର କରନ୍ତି।

ତେବେ ନିକଟରେ ଅନୁଷ୍କା ନିଜ ପିଲାବେଳର ଫଟୋ ସେୟାର କରିଛନ୍ତି ଓ କ୍ୟାପସନରେ “ଲିଟିଲ ମି” ବୋଲି ଲେଖିଛନ୍ତି। ଫଟୋରେ ବିରାଟ କମେଣ୍ଟ ମଧ୍ୟ କରିଛନ୍ତି। ତାଙ୍କ ପ୍ରେମ ଭରା କମେଣ୍ଟରୁ ଜଣା ପଡିଛି ଯେ, ବିରାଟଙ୍କୁ ଅନୁଷ୍କାଙ୍କ ପିଲା ବେଳ ଫଟୋ ବହୁତ ପସନ୍ଦ ଆସିଛି।

ଅନୁଷ୍କା ୩ଟି ଫଟୋ ସେୟାର କରିଛନ୍ତି। ଫଟୋରେ ବିରାଟ ୩ଟି ହର୍ଟ ଇମୋଜି କମେଣ୍ଟ କରିଛନ୍ତି। ଫ୍ୟାନ୍ସ ତାଙ୍କର ଏହି କମେଣ୍ଟକୁ ଲାଇକ୍‌ କରି ବିରାଟଙ୍କୁ ରୋମାଣ୍ଟିକ ବୋଲି କହୁଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ଡିଡିସିଏ କାର୍ଯ୍ୟକ୍ରମରେ ବିରାଟ ଅନୁଷ୍କାଙ୍କୁ ଏକା ସହ ସ୍ପଟ୍‌ କରାଯାଇଥିଲା।

ସେଠାରେ ଦୁହେଁ ଏକାସହ ବସିଥିଲେ। ସେହି ସମୟର ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅନୁଷ୍କା ବିରାଟଙ୍କ ହାତରେ କିସ୍‌ କରୁଥିବାର ନଜର ଆସିଛନ୍ତି।

   Related Posts