କୋହଲିଙ୍କ ଆଇପିଏଲ୍‌ ବେତନଠୁ ଢ଼େର କମ୍‌ ଟି-୨୦ ବିଶ୍ବକପ୍‌ର ପ୍ରାଇଜ୍‌ ମନି

Published By : Prameya-News7 Bureau | October 10, 2021 IST

ନୂଆଦିଲ୍ଲୀ ୧୦/୧୦: ଆଉ କିଛି ଦିନ ପରେ ଆଇସିସି ଟି-୨୦ ବିଶ୍ବକପ୍‌ ଆରମ୍ଭ ହୋଇଯିବ। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରାଇଜ୍‌ ମନି ଘୋଷଣା କରାଯାଇଛି। ଆସନ୍ତୁ ଜାଣିବା ଏହି ଗ୍ଲୋବାଲ୍‌ କ୍ରିକେଟ ଇଭେଣ୍ଟରେ କାହାକୁ କେତେ ଟଙ୍କା ମିଳିବ ।

ବିଜେତା ଉପରେ ହେବ ଟଙ୍କା ବର୍ଷା

ଆଇସିସିର ଘୋଷଣା ଅନୁସାରେ, ଟି-୨୦ ଓ୍ବାର୍ଲଡ୍‌ କପ୍‌ରେ ବିଜେତାଙ୍କୁ ୧୬ ଲକ୍ଷ ଆମେରିକୀୟ ଡଲାର (୧୨ କୋଟି ଟଙ୍କା) ଦିଆଯିବ। ଏହା ସହ ଉପବିଜେତାଙ୍କୁ ୬ କୋଟି ଟଙ୍କା ମିଳିବ।

ସମସ୍ତ ଟିମ୍‌ ହେବେ ମାଲାମାଲ

ଟି-୨୦ ବିଶ୍ବକପ୍‌ ୨୦୨୧ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୬ ଲକ୍ଷ ଆମେରିକୀୟ ଡଲାର (ପାଖାପାଖି ୪୨ କୋଟି ଟଙ୍କା) ମଞ୍ଜୁର କରିଛି। ଯାହାକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ୧୬ଟି ଟିମ୍‌ ମଧ୍ୟରେ ବିତରଣ ହେବ। ଯେଉଁ ଟିମ୍‌ ସୁପର-୧୨ ଷ୍ଟେଜ୍‌ରୁ ବାହାର ହୋଇଯିବ ସେହି ଟିମ୍‌କୁ ୭୦ ହଜାର ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୫.୨୫ କୋଟି ଟଙ୍କା ଦିଆଯିବ।

wp:html /wp:html

ପ୍ରାଇଜ୍‌ ମନିରୁ ଅଧିକ ବିରାଟଙ୍କ ଆଇପିଏଲ୍‌ ବେତନ

ସବୁଠୁ ବଡ଼ କଥା ହେଉଛି ଟି-୨୦ ବିଶ୍ବକପ୍‌ ବିଜେତାଙ୍କୁ ଯେଉଁ ପ୍ରାଇଜ୍‌ ମନି ମିଳିବ ତାଠୁ ଢ଼େର ଅଧିକ ବିରାଟ କୋହଲିଙ୍କ ଆଇପିଏଲ୍‌ ବେତନ। ବିଶ୍ବକପ୍‌ ବିଜେତାଙ୍କୁ ୧୨ କୋଟି ଟଙ୍କା ମିଳିବାକୁ ଥିବା ବେଳେ ଆରସିବି ଅଧିନାୟକ ବିରାଟଙ୍କ ଦରମା ୧୭ କୋଟି ଟଙ୍କା। ଟି-୨୦ ବିଶ୍ବକପ୍‌ର ପ୍ରାଇଜ୍‌ ମନି ବିରାଟଙ୍କ ଆଇପିଏଲ୍‌ ବେତନଠୁ ୫ କୋଟି କମ୍।

ଧୋନୀ-ରୋହିତଙ୍କ ବେତନ କେତେ?

କେବଳ ସେତିକି ନୁହେଁ ଟି-୨୦ ବିଶ୍ବକପ୍‌ର ବିଜେତା ରାଶି ସିଏସକେ ଅଧିନାୟକ ଧୋନୀ ଏବଂ ଏମଆଇ ଅଧିନାୟକ ରୋହିତ ଶର୍ମାଙ୍କ ଦରମାଠୁ ମଧ୍ୟ କମ୍‌ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏବଂ ସିଏସକେ ଅଧିନାକୟ ଧୋନୀଙ୍କୁ ତାଙ୍କର ଫ୍ରାଞ୍ଚାଇଜ୍‌ ୧୫-୧୫ କୋଟି ଟଙ୍କା ଲେଖାଁଏ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.