Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କୋହଲିଙ୍କ ବିରାଟ ସଫଳତା: ୩୦୦ ରନରୁ ଅଧିକ ବ୍ୟବଧାନରେ ସର୍ବାଧିକ ଟେଷ୍ଟ ଜିତିବାରେ ଦୁନିଆର ପ୍ରଥମ ଅଧିନାୟକ

6/12/2021 at 5:07 PM

ନୂଆଦିଲ୍ଲୀ ୦୬।୧୨: ମୁମ୍ବାଇରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟ ମାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇ ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ୧-୦ରେ ଜିତି ନେଇଛି। ଏହା ପୂର୍ବରୁ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା। ମୁମ୍ଵାଇ ଟେଷ୍ଟ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ନାମରେ ଏକ ବିରଳ ରେକର୍ଡ ହାସଲ କରିଛନ୍ତି। ସେ ନିଜର ଟେଷ୍ଟ କ୍ୟାରିୟରରେ ବିରୋଧୀ ଦଳ ବିପକ୍ଷରେ ୩୦୦ କିମ୍ବା ସେଥିରୁ ଅଧିକ ରନ ବ୍ୟବଧାନରେ ସର୍ବାଧିକ ଥର ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ୩୦୦ କିମ୍ଵା ସେଥିରୁ ଅଧିକ ରନରେ ମ୍ୟାଚ୍ ଜିତିଥିବା ଅଧିନାୟକ କିଏ ?

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ବିରୋଧୀ ଦଳ ବିପକ୍ଷରେ ସର୍ବାଧିକ ଛଅ ଥର ୩୦୦ କିମ୍ବା ସେଥିରୁ ଅଧିକ ରନରେ ବିଜୟ ହାସଲ କରିଛନ୍ତି। ଦୁନିଆର ଏକ ମାତ୍ର ଅଧିନାୟକ ଭାବେ କୋହଲି ଏହି କୃତିତ୍ଵ ହାସଲ କରିଛନ୍ତି। ତାଙ୍କ ପଛକୁ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାପ ଡୁପ୍ଲେସିସ୍। ସେ ନିଜ ନେତୃତ୍ଵରେ ଦଳକୁ ୪ ଥର ୩୦୦ରୁ ଅଧିକ ରନ ବ୍ୟବଧାନରେ ମ୍ୟାଚ୍ ଜିତାଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ଓ୍ଵଙ୍କ ନାମରେ ୩୦୦ କିମ୍ବା ସେଥିରୁ ଅଧିକ ରନ ଜିତିବାର ରେକର୍ଡ ଥିଲା। ତାଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ ବିରୋଧୀ ଦଳ ବିପକ୍ଷରେ ୪ ଥର ୩୦୦ କିମ୍ବା ସେଥିରୁ ଅଧିକ ରନରେ ବିଜୟୀ ହୋଇଛି।

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦିବଙ୍ଗତ ଅଧିନାୟକ ହେନ୍ସି କ୍ରୋନ୍ୟ ନିଜ ସମୟରେ ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ନେତୃତ୍ଵରେ ଦକ୍ଷିଣ ଆଫ୍ରିକା ୪ ଥର ୩୦୦ କିମ୍ଵା ତଦୁର୍ଦ୍ଧ୍ଵରେ ରନରେ ବିଜୟୀ ହୋଇଛି।

   Related Posts