ଆଉଟ୍ ହେବାର ରାଗ ଚୌକି ଉପରେ ଝାଡିଲେ ବିରାଟ କୋହଲି, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | April 14, 2021 IST

ଚେନ୍ନାଇ ୧୪।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍)ର ୧୪ତମ ସିଜିନ୍‌ର ଷଷ୍ଠ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଅଧିନାୟକ ବିରାଟ କୋହଲି ବଡ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍‌ରେ କୋହଲି ୩୩ ରନ କରି ପାଭିଲିୟନ ଫେରିଥିଲେ।

ଜାସନ ହୋଲଡର ବିଜୟ ଶଙ୍କରଙ୍କ ହାତରେ କୋହଲିଙ୍କୁ କ୍ୟାଚ୍‌ ଆଉଟ୍ କରାଇ ପାଭିଲିୟନ ପଠାଇଥିଲେ। ଅନ୍ୟପଟେ କୋହଲିଙ୍କ ଏହି ଇନିଂସ ଧିମା ରହିଥିଲା। ସେ ୨୯ ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଜରିଆରେ କୋହଲି ଏହି ରନ କରିଥିଲେ। ଆଉଟ୍ ହେବା ପରେ କୋହଲିଙ୍କ ମୁହଁରେ ରାଗ ସ୍ପଷ୍ଟ ବାରି  ହୋଇ ପଡିଥିଲା।

wp:html /wp:html

କୋହଲି ପଡିଆରୁ ଡ୍ରେସିଂ ରୁମ୍ ଯିବା ବେଳେ ରାଗ ତମ ତମ ଜଣା ପଡୁଥିଲେ। ସୀମା ରେଖା ନିକଟରେ ରଖାଯାଇଥିବା ଚୌକିକୁ ଜୋରରେ ବ୍ୟାଟ୍‌ରେ ମାରିଥିଲେ। କୋହଲିଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

wp:html /wp:html

ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ୫୯ ରନ ଏବଂ ବିରାଟ କୋହଲିଙ୍କ ୩୩ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.