ବାପା ହେବେ ବିରାଟ କୋହଲି : ବେବି ବମ୍ପ ଫ୍ଲାଟ୍ କଲେ ଅନୁଷ୍କା,ଫଟୋ ଭାଇରାଲ୍

Published By : Prameya-News7 Bureau | August 27, 2020 IST

ମୁମ୍ବାଇ ୨୭/୮: ସୁପରଷ୍ଟାର୍ କ୍ରିକେଟର ବିରାଟ କୋହଲି ବାପା ହେବାକୁ ଯାଉଛନ୍ତି। ସେ ନିଜର ପତ୍ନୀ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ୨୦୨୧ମସିହା ଜାନୁୟାରୀ ମାସରେ ତାଙ୍କ ଘରେ ନୂଆ ଅତିଥି ଆସୁଛନ୍ତି। ଏହି ଫଟୋରେ ଅନୁଷ୍କା ବେବି ବମ୍ପ ସହ ଦେଖା ଯାଉଛନ୍ତି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଇଣ୍ଡଷ୍ଟ୍ରିର ସବୁଠୁ ପାଓ୍ବାର କପଲ ଭାବେ ଜଣା ଯାଇଥାଏ। ଦୁଇ ଜଣ ଷ୍ଟାର୍ ନିଜ ନିଜ ଫିଲ୍ଡରେ ଦମଦାର କାମ କରିବା ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି।

wp:core-embed/instagram {"url":"https://www.instagram.com/p/CEYZIPllBzF/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CEYZIPllBzF/?utm_source=ig_embed
/wp:core-embed/instagram

କିଛି ଦିନ ତଳେ ଇନଷ୍ଟାଗ୍ରାମରେ ଜଣେ ପ୍ରଶଂସକ ଅନୁଷ୍କାଙ୍କୁ ପଚାରିଥିଲେ ଯେ କ’ଣ ଆପଣଙ୍କ ସମ୍ପର୍କୀୟ ଆପଣଙ୍କୁ ବେବି ପ୍ଲାନିଂ ବିଷୟରେ ପଚାରୁ ନାହାନ୍ତି? ଆପଣଙ୍କ ଏବଂ ବିରାଟଭ୍କ ବିବାହକୁ ଏବେ ବହୁତ ଦିନ ହୋଇଗଲାଣି। ଏଥିରେ ଅନୁ​‌ଷ୍କା କହିଥିଲେ ଯେ ,ନା, କେହି ବି ପଚାରନ୍ତି ନାହିଁ। କେବଳ ସୋସିଆଲ୍ ମିଡିଆରେ ହିଁ ଲୋକେ ପଚାରନ୍ତି।

{"id":320854,"sizeSlug":"large"}

ଅନୁ​‌ଷ୍କା ଏବଂ ବିରାଟଙ୍କ ମଧ୍ୟରେ ଖୁବ୍ ଷ୍ଟ୍ରଙ୍ଗ୍ ବଣ୍ଡିଂ ରହିଛି। ଅନୁ​‌​‌ଷ୍କା କହିଥିଲେ ଯେ ବିରାଟ ମଇଦାନରେ ବହୁତ ଆଗ୍ରେସିଭ ହୋଇଥିଲେ ହେଁ ଘରେ ସେ ପୂରା କୁଲ୍। ବିରାଟ ସବୁବେଳେ କୁହନ୍ତି ଯେ ଅନୁଷ୍କାଙ୍କ ଯୋଗୁଁ ତାଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିଛି। ବିବାହ କରିବା ପରେ ସେ ଜଣେ ଭଲ ମଣିଷ ହୋଇଛନ୍ତି।

{"id":320855,"sizeSlug":"large"}

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏକ ଶାମ୍ପୁ ବିଜ୍ଞାପନର ସୁଟିଂ ସମୟରେ ପ୍ରଥମ ଥର ପରସ୍ପରକୁ ଭେଟିଥିଲେ। ସେହି ସମୟରେ ବିରାଟ ଖୁବ୍ ନର୍ଭସ୍ ଥିଲେ,କାରଣ ତାଙ୍କୁ ଆକ୍ଟିଂ ବିଷୟରେ କିଛି ଜଣା ନଥିଲା। ଏହି ବିଜ୍ଞାପନ ପରେ ଉଭୟଙ୍କ ମଧ୍ୟ​‌ରେ ବନ୍ଧୁତା ହୋଇଥିଲା ଏବଂ ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖା ଯାଇଥିଲା। ୨୦୧୭ମସିହାରେ ଦୁହେଁ ଇଟାଲୀ ଯାଇ ବିବାହ କରିଥିଲେ।  

{"id":320856,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.