ଭାରତୀୟ ଟିମ୍ ରେ ନେବାକୁ ବିରାଟଙ୍କୁ ମଗାଯାଇଥିଲା ଲାଞ୍ଚ : ଦୀର୍ଘ ଦିନ ପରେ ଗୁମର ଖୋଲିଲେ ଅଧିନାୟକ

Published By : Prameya-News7 Bureau | May 20, 2020 IST

ମୁମ୍ବାଇ ୨୦/୦୫ : ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏକଦା ଜୁନିୟର କ୍ରିକେଟ ଟିମ ପାଇଁ ମନୋନୀତ ହୋଇପାରିନଥିଲେ | ତାଙ୍କ ପିତା ଲାଞ୍ଚ ଦେବାକୁ ମନା କରିଦେବାରୁ ସେ ଜୁନିୟର ଟିମରେ ଖେଳି ପାରିନଥିଲେ | କୋହଲି ଇନ୍ସଟାଗ୍ରାମରେ ଏ ସମ୍ପର୍କରେ ଖୁଲାସା କରିଛନ୍ତି | ଇଣ୍ଡିଆ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ସହ ଇନ୍ସଟାଗ୍ରାମରେ ଚାଟ କଲାବେଳେ ସେ ଏହାର ଖୁଲାସା କରିଥିଲେ | ଜୁନିୟର ଟିମରେ ଖେଳିବା ପାଇଁ ତାଙ୍କୁ କିଛି ଲାଞ୍ଚ ଦେବାକୁ କୋହଲିଙ୍କ ପିତାଙ୍କୁ କୁହାଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ | ତାଙ୍କ ପୁଅର ସିଲେକସନ ଯୋଗ୍ୟତା ବଳରେ ହେବ ବୋଲି ସେ ସେତେବେଳେ କହିଥିଲେ | ଟିମରେ ସାମିଲ ହେବା ପାଇଁ ବିରାଟ ନିଜ ପିତାଙ୍କୁ କହିଥିଲେ ଯେ, ମୋର ଯୋଗ୍ୟତା ଅଛି କିନ୍ତୁ ବର୍ତ୍ତମାନ ଟିମରେ ସାମିଲ ହେବା ପାଇଁ ଟିକେ ଲାଞ୍ଚ ଦେବାକୁ ହେବ | କିନ୍ତୁ ତାଙ୍କ ଲାଞ୍ଚ ଦେଇନଥିଲେ ବରଂ ସେ କିଭଳି ନିଜ ପୁଅର ଯୋଗ୍ୟତା ଉପରେ ବିଶ୍ୱାସ କରିଥିଲେ ସେ ନେଇ ବିରାଟ ବର୍ଣନା କରିଛନ୍ତି |

{"id":272999,"sizeSlug":"large"}

ବିରାଟ କହିଛନ୍ତି, " ମୋ ବାପା ଜଣେ ସଚ୍ଚୋଟ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଥିଲେ | ଜଣେ ଦକ୍ଷ ଏବଂ ସଫଳ ଆଇନଜୀବୀ ହେବା ପାଇଁ ସେ ସାରା ଜୀବନ କଠିନ ପରିଶ୍ରମ କରିଥିଲେ | ସେ ଷ୍ଟ୍ରିଟ ତଳେ ବସି ପାଠ ପଢିଥିଲେ | ଲାଞ୍ଚ ମାନେ କଣ ସେ ସମୟରେ ସେ ତାହା ବି ଜାଣିନଥିଲେ | ମୋ ବାପା ଅତି ସରଳ ଭାବେ କହିଥିଲେ, ଯଦି ଆପଣ ବିରାଟକୁ ଟିମରେ ସାମିଲ କରିବାକୁ ଚାହୁଁଛନ୍ତି ତାହେଲେ ଯୋଗ୍ୟତା ଅନୁଯାୟୀ କରନ୍ତୁ, ସେଥିପାଇଁ ମୁଁ ଆପଣଙ୍କୁ ଏକ୍ସଟ୍ରା କିଛି ଦେଇ ପାରିବିନି |"

{"id":273000,"sizeSlug":"large"}

ଏହାପରେ ବିରାଟ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ | ଯୋଗ୍ୟତା ଥାଇ ମଧ୍ୟ ଟିମରେ ସାମିଲ ହୋଇପାରିନଥିବାରୁ ସେ ଅତ୍ୟନ୍ତ ମନ ଦୁଃଖ କରିଥିଲେ ଏବଂ ବହୁତ କାନ୍ଦିଥିଲେ ମଧ୍ୟ | କିନ୍ତୁ ଏହାପରେ ସେ ଆଜୀବନ ଏକ ବଡ ଶିକ୍ଷା ପାଇଥିଲେ |

ସେହି ଘଟଣା ବିରାଟଙ୍କୁ ବହୁତ କିଛି ଶିକ୍ଷା ଦେଇଥିଲା | ସେ ଭାବିଥିଲେ ଦୁନିଆ ଏହିଭଳି ହିଁ ଚାଲେ | ଆଗକୁ ବଢିବାକୁ ହେଲେ ଏମିତି କିଛି କରିବାକୁ ହେବ ଯାହା କେହି ବି କରୁନଥିବେ | ସଫଳ ହେବ ପାଇଁ ତାଙ୍କୁ କିଛି ଅସାଧାରଣ କାମ କରିବାକୁ ପଡିବ ତାହା ସେ ବୁଝି ସାରିଥିଲେ | ତେବେ ଏହି ସଫଳତା ସେ ନିଜର ଦୃଢ ଅନାବଳ ଓ ଯୋଗ୍ୟତା ଜରିଆରେ ହାସଲ କରିବେ ବୋଲି ମନସ୍ଥ କରିଥିଲେ | ତାଙ୍କ ବାପା ତାଙ୍କୁ ସଠିକ ରାସ୍ତା ଦେଖାଇଥିଲେ ବୋଲି ବିରାଟ କହିଛନ୍ତି | ସେ ଛୋଟ ଜିନିଷଟି ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା ବୋଲି ସେ କହିଛନ୍ତି |

{"id":273001,"sizeSlug":"large"}

 

୧୮ ବର୍ଷ ବୟସରେ ବିରାଟ ନିଜ ପିତାଙ୍କୁ ହରାଇଥିଲେ | ସେତେବେଳେ ସେ କର୍ଣ୍ଣାଟକ ବିପକ୍ଷରେ ରଣଜି ଟ୍ରଫି ପାଇଁ ଖେଳୁଥିଲେ | ପିତାଙ୍କ ଦେହାନ୍ତର ପର ଦିନ ସେ ମଇଦାନକୁ ଫେରିଥିଲେ ଏବଂ ପୁନିତ ବିସ୍ତଙ୍କ ସହ ଏକ ଭଲ ଇନିଂସ ଖେଳିଥିଲେ | ବିରାଟ ସେତେବେଳେ ଦିଲ୍ଲୀ ଟିମରେ ଖେଳୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.