Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବିରାଟ କୋହଲିଙ୍କୁ ଅଧିନାୟକ ପଦ ଛାଡିବା ପାଇଁ ଦିଆଯାଇଥିଲା ୪୮ ଘଣ୍ଟା ମହଲତ ! ନମାନିବାରୁ ବିସିସିଆଇ ଦେଖାଇଲା ନିଜର ଶକ୍ତି

9/12/2021 at 4:51 PM

ନୂଆଦିଲ୍ଲୀ ୦୯।୧୨: ବିସିସିଆଇ ବିରାଟ କୋହଲିଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦାୟିତ୍ଵ ଦେଇଛି। କୋହଲି ପୂର୍ବରୁ ଟି-୨୦ ଦଳର ଅଧିନାୟକ ପଦ ଛାଡି ସାରିଛନ୍ତି। ଏବେ ଜଣା ପଡିଛି ଯେ,  ଭାରତୀୟ କ୍ରିକେଟ୍  ବୋର୍ଡ କୋହଲିଙ୍କୁ ସ୍ଵେଚ୍ଛାକୃତ ଭାବେ ଦିନିକିଆ ଦଳର ଅଧିନାୟକ ପଦ ଛାଡିବାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ମାତ୍ର କୋହଲି ଅଧିନାୟକ ପଦ ଛାଡିବାକୁ ପ୍ରସ୍ତୁତ ନଥିଲେ। ଫଳରେ ବିସିସିଆଇ କୋହଲିଙ୍କୁ ପଦରୁ  ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି।

ଯେଉଁ ସମୟରେ ଭାରତ ଟି-୨୦ ବିଶ୍ଵ କପର ଗ୍ରୁପ ପର୍ଯ୍ୟାୟରୁ ବିଦା ହେଲା, ସେହି ସମୟରେ ହିଁ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ବିସିସିଆଇ ମନସ୍ଥ କରି ନେଇଥିଲା। ବିସିସିଆଇ ଅଧିକାରୀ ସାଢେ ଚାରି ବର୍ଷ ଧରି ଦଳର ନେତୃତ୍ଵ ନେଇଥିବା ବିରାଟ କୋହଲିଙ୍କୁ ସସମ୍ମାନ ସହ ପଦରୁ ହଟାଇବାକୁ ଚାହୁଁଥିଲେ।  ବିସିସିଆଇ ଚାହୁଁଥିଲା କୋହଲି ନିଜ ଆଡୁ ଅଧିନାୟକ ପଦରୁ ଇସ୍ତଫା ଦିଅନ୍ତୁ। କିନ୍ତୁ ସେମିତି ହୋଇନଥିଲା। ଅନ୍ତତଃ ଏମିତି ଲାଗୁଛି, କୋହଲି ବିସିସିଆଇକୁ ତାଙ୍କୁ ବରଖାସ୍ତ କରି ଦେଖାଉନ୍ତୁ  ବୋଲି କହିଥିବେ। ଫଳରେ ବିଶ୍ଵର ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ଆଗକୁ ବଢି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇଛି। ଅନ୍ୟପଟେ କୋହଲିଙ୍କ ସାମ୍ନାରେ ଏହାକୁ ସ୍ଵୀକାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା।

ମହେନ୍ଦ୍ର ସିଂହ ଧୋନୀ ନିଜ ନେତୃତ୍ଵରେ କୋହଲିଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ପାଇଁ ପ୍ରସ୍ତୁତ କରିଥିଲେ। ପୁଣି ଯେବେ ଲାଗିଲା କି ମୋର ସମୟ ଆସି ଯାଇଛି, ସେ ସୀମିତ ଓଭରର ଅଧିନାୟକ ଦାୟିତ୍ଵ  ବିରାଟ କୋହଲିଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କୋହଲିଙ୍କ କ୍ଷେତ୍ରରେ ଏମିତି ହୋଇନଥିଲା। ସବୁ ଫର୍ମାଟର ଅଧିନାୟକ ଦାୟିତ୍ଵ ଗ୍ରହଣ କରିବାର ଆଗାମୀ ଦୁଇ ବର୍ଷରେ କୋହଲି ଦଳର ଶକ୍ତିଶାଳୀ ଅଧିନାୟକ ହୋଇ ଯାଇଥିଲେ। କୋହଲି ନିଜ ମନ ମୁତାବକ ଦଳକୁ ସଞ୍ଚାଳନ କଲେ। ତାଙ୍କ ବିନା ପରାମର୍ଶରେ ଚୟନକର୍ତ୍ତା ଦଳ ଚୟନ କରୁନଥିଲେ। ପୁଣି ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ଗଠିତ ପ୍ରଶାସକଙ୍କ ସମିତି(ସିଓଏ) କୋହଲିଙ୍କ ସବୁ ଦାବି(କିଛି ଭୁଲ୍ କିଛି ଠିକ୍) ମାନି ଚାଲିଲା। କୋହଲି ସବୁ ର୍ମାଟରେ ଦଳକୁ ବହୁତ ଭଲ ସଫଳତା ଦେଇଛନ୍ତି। କିନ୍ତୁ ଆଇସିସି ଟ୍ରଫି ନଜିତାଇ ପାରିବା ତାଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠି ଆସିଛି।

ବିସିସିଆଇକୁ ସୌରଭ ଗାଙ୍ଗୁଲିଙ୍କ ରୂପେ ପାରମ୍ପରିକ ପ୍ରଶାସକଙ୍କ ପ୍ରତ୍ୟାବର୍ତ୍ତନ ଘଟିବା ପରେ ଶାସ୍ତ୍ରୀ ଓ କୋହଲିଙ୍କ ଅଧିକାର ସଙ୍କୁଚିତ ହେବାରେ ଲାଗିଲା। ବିସିସିଆଇର ଶକ୍ତିଶାଳୀ ଅଧ୍ୟକ୍ଷ ଏବଂ ସଂପାଦକ ରହିଲେ ଯାହାଙ୍କୁ ସଫଳ ଅଧିନାୟକ ବିଷୟରେ ଜ୍ଞାନ ରହିଛି। କ୍ରିକେଟ୍‌ର ସବୁ ପରସ୍ତକୁ ବୁଝି ପାରନ୍ତି। ବିଶେଷ କରି କୋଚ୍ ରବି ଶାସ୍ତ୍ରୀଙ୍କୁ ଧରି ଦଳକୁ ନିଜ ଇଚ୍ଛାରେ ସଞ୍ଚାଳନ କରୁଥିବା କୋହଲିଙ୍କ କାର୍ଯ୍ୟକଳାପ ଉପରେ ଗାଙ୍ଗୁଲି ଆସିବା ପରେ ବ୍ରେକ୍ ଲାଗିଛି। ଶେଷରେ ଧଳା ବଲ୍‌ କ୍ରିକେଟ୍‌ରେ ଦୁଇ ଅଲଗା ଅଲଗା ଅଧିନାୟକ ରଖାଯିବା ନେଇ ଯେଉଁ ଦାବି ଉଠୁଥିଲା ତାର ପୂର୍ଣ୍ଣଛେଦ ପଡିଛି।

   Related Posts