Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆଦର୍ଶ ପିତା ହେବାକୁ ଚାହୁଁଛନ୍ତି ବିରାଟ କୋହଲି, ମ୍ୟାରିକମ୍‌ଙ୍କୁ ମାଗିଲେ ଟିପ୍ସ

15/10/2020 at 5:54 PM

ନୂଆଦିଲ୍ଲୀ ୧୫/୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ବାପା ହେବାକୁ ଯାଉଛନ୍ତି। ଏନେଇ ସମସ୍ତଙ୍କ ପାଖରେ ଖବର ଅଛି। ଆସନ୍ତାବର୍ଷ ଜାନୁଆରିରେ ନୂଆ ଦାୟିତ୍ବ ନେବାକୁ ଯାଉଥିବା କୋହଲି କିନ୍ତୁ ଜଣେ ଭଲ ବାପା ହେବାକୁ ଚାହୁଁଛନ୍ତି। ଖେଳ ସହ ଜଣେ ଦାୟିତ୍ବବାନ ପିତାର ଭୂମିକା ଭଲ ଭାବେ ନିର୍ବାହ କରିବାକୁ କୋହଲିଙ୍କ ମନରେ ଉତ୍ସାହ ହୋଇଥିବା ସୂଚନା ମିଳିଛି। କିନ୍ତୁ ସେ ଏଥିପାଇଁ ୬ ଥର ବିଶ୍ବ ବକ୍ସିଂ ଚାମ୍ପିୟନ୍‌ ମ୍ୟାରିକମ୍‌ଙ୍କ ପାଖରୁ ଶିଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ମାତା ପିତାଙ୍କ ଭୂମିକା ସହ ବ୍ୟସ୍ତ କ୍ୟାରିୟରର ସନ୍ତୁଳନ କିପରି ରଖିହେବ ଏନେଇ ଆପଣଙ୍କ ଠାରୁ ଭଲଭାବେ କେହି ବୁଝାଇପାରିବେ ନାହିଁ ବୋଲି ମ୍ୟାରିକମ୍‌ଙ୍କ ଇନ୍‌ଷ୍ଟାଗ୍ରାମ୍‌ ଚାଟ୍‌ରେ କୋହଲି ଲେଖିଛନ୍ତି। ତେବେ ଏଭଳି କିଛି କୋହଲି ପଚାରିବା ପୂର୍ବରୁ ମ୍ୟାରିକମ୍‌ ଭାରତୀୟ କ୍ରିକେଟ ଦଳ ଅଧିନାୟକ ଓ ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏବେ ବି ରିଙ୍ଗରେ ଦମଦାର ଖେଳୁଥିବା ମ୍ୟାରିକମ୍‌ଙ୍କୁ କୋହଲି ପଚାରିଛନ୍ତି, ‘ଆପଣ ଜଣେ ମା’। ନିଜର ଅଭ୍ୟାସ, ଏତେ ଚାମ୍ପିୟନ୍‌ସିପ୍‌ରେ ଭାଗ ନେବା, ଏସବୁ ଆପଣ କେମିତି କରୁଛନ୍ତି। ଆପଣ କେମିତି ସନ୍ତୁଳନ ରଖିପାରିଲେ।’

ଅନ୍ୟପଟେ କୋହଲିଙ୍କ ପ୍ରଶ୍ନରେ ମ୍ୟାରିକମ୍ କହିଛନ୍ତି,‘ପରିବାରର ସହାୟତା ବିନା ଏହା ଅସମ୍ଭବ। ମୋ ସ୍ବାମୀ ମୋତେ ସବୁପ୍ରକାର ସହାୟତା କରିଥିଲେ। ସବୁ କାର୍ଯ୍ୟରେ ମୋତେ ସହାୟତା କରୁଛନ୍ତି। ମୋ ପିଲା ବି କିଛି କମ୍‌ ନୁହେଁ।’ ମ୍ୟାରିକମ୍‌ଙ୍କୁ କାର୍ଯ୍ୟକୁ ସମସ୍ତେ ଅନୁକରଣ କରିପାରିବେ ବୋଲି କୋହଲି କହିଛନ୍ତି। ଏହାସହ ମ୍ୟାରିକମ୍‌ କେବଳ ଜଣେ ଦେଶର ନାରୀ ନୁହେଁ ବରଂ ସମସ୍ତଙ୍କ ପାଇଁ ପ୍ରେରଣା। ମ୍ୟାରିକମ୍‌ଙ୍କ ପ୍ରଶ୍ନ ପଚାରି ସମ୍ମାନୀତ ଅନୁଭବ କରୁଛି ବୋଲି ବିରାଟ କୋହଲି କହିଛନ୍ତି।

   Related Posts