Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

‘ବିରାଟ କୋହଲି ଜଣେ ବିଫଳ କ୍ୟାପଟେନ୍‌, ତାଙ୍କ ଭିତରେ ଅଧିନାୟକ ହେବାର କୌଣସି ଦକ୍ଷତା ନାହିଁ’

2/11/2021 at 6:12 PM

ନୂଆଦିଲ୍ଲୀ ୦୨/୧୧ : ଭାରତୀୟ କ୍ରିକେଟ ଟିମର ଭେଟେରାନ୍‌ ଖେଳାଳି ବିରାଟ କୋହଲି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚରେ ଅଧିନାୟକ ଭାବେ ନିଜର ଶେଷ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଆଇପିଏଲ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମର ଅଧିନାୟକ ଦାୟିତ୍ବ ଛାଡିବା ସହ ଏବେ ଜାରି ରହିଥିବା ଟି ୨୦ ବିଶ୍ବକପ ପରେ ଏହି ଫଟାଫଟ ଟୁର୍ଣ୍ଣାମେଣ୍ଟର ଅଧିନାୟକ ଭାର ଛାଡିବାକୁ ଘୋଷଣା କରିସାରିଛନ୍ତି କୋହଲି । ଅଧିନାୟକ ଭାବେ ବର୍ତ୍ତମାନ ସୁଦ୍ଧା ଆଇସିସିର ଗୋଟିଏ ବି ଟାଇଟଲ ହାସଲ କରିପାରି ନାହାନ୍ତି କୋହଲି । କେବଳ ସେତିକି ନୁହେଁ ଆଇପିଏଲ ଟ୍ରଫି ମଧ୍ୟ ଗୋଟିଏ ବି ହାତେଇ ପାରିନାହାନ୍ତି ବିରାଟ ।

କୋହଲିଙ୍କ ଏଭଳି ବିଫଳତାକୁ ଏବେ ସମାଲୋଚନା କରୁଛନ୍ତି ଅନେକ କ୍ରିକେଟର । ପାକିସ୍ତାନର ପୂର୍ବତନ  ଖେଳାଳି ଦାନିଶ କାନେରିୟା କହିଛନ୍ତି, ‘ମୋଟା ମୋଟି ଭାବେ କହିବାକୁ ଗଲେ ବିରାଟ କୋହଲି ଜଣେ ବିଫଳ ଅଧିନାୟକ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ଭୁଲ ଦଳ ଚୟନ କରିଥିଲେ । ଯାହା ଫଳରେ ଦଳ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଅଧିନାୟକ ଥିବା ବେଳେ ଭାରତ ହାରୁଥିଲା । ସେ ଭାରତ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଦଳ ବିଜୟୀ ହୋଇଥିଲା । ଏଥିରେ ସନ୍ଦେହ ନାହିଁ ଯେ କୋହଲି ଜଣେ ବଡ ଖେଳାଳି କିନ୍ତୁ ଅଧିନାୟକ ଭାବେ ସେ ଜଣେ ବିଫଳ କ୍ୟାପଟେନ୍‌ । ଆକ୍ରମଣାତ୍ମକ ମନୋଭାବ ଥିଲେ ସୁଦ୍ଧା ଅଧିନାୟକ ଭାବେ ଦଳ ଚୟନ ଏବଂ ନିଷ୍ପତ୍ତି ନେବାର ସେ ପୁରାପୁରି ଭାବେ ଫେଲ ମାରନ୍ତି ।’

କାନେରିୟା କହିଛନ୍ତି, ‘ବିଶ୍ବକପରେ ଓପନିଂ କରିବେ ବୋଲି କହିଥିଲେ କୋହଲି । ଆରସିବି ବିପକ୍ଷରେ ମଧ୍ୟ ଓପନିଂ କରିଥିଲେ ଏବଂ କହିଥିଲେ ବିଶ୍ବକପରେ ଦଳ ପକ୍ଷରୁ ଓପନ୍‌ କରିବେ କିନ୍ତୁ ବିଶ୍ବକପ ଖେଳାଯିବାର ଠିକ ପୂର୍ବରୁ କୋହଲି ମନ ପରିବର୍ତ୍ତନ କରିନେଇଥିଲେ । ଲୋକେସ ରାହୁଲ ଏବଂ ରୋହିତ ଶର୍ମା ଓପନ କରିବାକୁ କୁହାଯାଇଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ତାହା ମଧ୍ୟ ହୋଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳ ବ୍ୟାଟିଂ ଲାଇନ୍‌ ବଦଳିଥିଲା । ଯାହା କି ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା । ଓପନିଂ ଭାବେ ଇଶାନ କିଷନଙ୍କୁ ଦଳ ବାଛିଥିବା ବେଳେ ତାଙ୍କ ସହିତ ରାହୁଲଙ୍କୁ ଓପନ କରିବାକୁ ପଠାଯାଇଥିଲା । ରୋହିତଙ୍କୁ ପଛକୁ ରଖଇ ବଡ ଭୁଲ କରିଲା ଭାରତ । ଯାହା ଫଳରେ ଓପନିଂ ଏବଂ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଲା ।’

ଟି ୨୦ ବିଶ୍ବକପରେ ଲଗାତାର ୨ଟି ମ୍ୟାଚରେ ପରାଜିତ ହେବା ପ​‌ରେ କୋହଲିଙ୍କ ଅଧିନାୟକତ୍ବକୁ ନେଇ ଆଲୋଚନା ଜୋର ଧରିଥିଲା । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ବିଶ୍ବକପ ମଝିରେ ବି କୋହଲି କ୍ୟାପଟେନ୍‌ ପଦ ଛାଡିପାରନ୍ତି । ଅନେକ ପୂର୍ବତନ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳର ବ୍ୟାଟିଂ ଅର୍ଡରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୋହଲି ନିଜେ ମଧ୍ୟ କହିଥିଲେ ଯେ, ଖେଲାଳିମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ପର୍ଯ୍ୟାପ୍ତ ସାହସ ଜୁଟାଇ ପାରିଲେନି ।

   Related Posts