‘ଆଗାମୀ ମ୍ୟାଚ୍‌ରେ କିଏ ନେବେ​‌ ବିରାଟ କୋହଲିଙ୍କ ସ୍ଥାନ’

Published By : Prameya-News7 Bureau | August 05, 2021 IST

ନୂଆଦିଲ୍ଲୀ ୫/୦୮: ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଛି। ପ୍ରଥମ ଦିନରେ ଭାରତୀୟ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ପାଳିରେ ଇଂଲଣ୍ଡ ଟିମ୍‌ ୧୮୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଭ୍ରମଣକାରୀ ଦଳ ଭାରତ ଆଗୁଆ ରହିବ ବୋଲି ଆଶା ଥିଲା। କିନ୍ତୁ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪ ଓ୍ବିକେଟ ବିନିମୟରେ ୧୨୫ ରନ୍‌ ହିଁ କରିପାରିଛି ।

ପୁଣି ଫ୍ଲଫ୍‌ ମାରିଲେ ବିରାଟ କୋହଲି
ଇଂଲଣ୍ଡର ଦ୍ରୁତ ବୋଲର ଆଣ୍ଡରସନ୍‌ ପୂଜାରାଙ୍କୁ ଆଉଟ୍‌ କରି ପାଭିଲିୟନ୍‌ ଫେରାଇଥିଲେ। ଭାରତର ଅଧିନାୟକ ବିରାଟ କୋହଲି ବ୍ୟାଟିଂ ପାଇଁ ପଡ଼ିଆକୁ ଆସିବା ପରେ ​‌ସେ ଲମ୍ବା ପାଳି ଖେଳିବେ ବୋଲି ଆଶା ଥିଲା। କିନ୍ତୁ କୋହଲି ଚାହୁଁ ଚାହୁଁ ଆଉଟ ହୋଇଗଲେ। ପ୍ରଥମ ବଲ୍‌ରେ ହିଁ କ୍ୟାଚ୍‌ ଆଉଟ୍‌ ହୋଇ କୋହଲି ପାଭିଲିୟନ୍‌ ଫେରିଥିଲେ। ୭ ବର୍ଷ ଏବଂ ୧୨ ଟେଷ୍ଟ ପରେ ପ୍ରଥମ ଥର ଆଣ୍ଡରସନ୍‌ କୋହଲିଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଭାରତୀୟ ଅଧିନାୟକଙ୍କୁ ଆଣ୍ଡରସନ୍‌ ୨୦୧୪ରେ ଓଲ୍ଡ ଟ୍ରାଫର୍ଡ ଟେଷ୍ଟରେ ଆଉଟ୍‌ କରିଥିଲେ।

ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ କୋହଲି
ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଲଗାତାର ଫ୍ଲଫ୍‌ ହେବା ଯୋଗୁଁ ତାଙ୍କ ଉପରେ ଏବେ ପ୍ରଶ୍ନ ଉଠିଛି। ଖାତା ଖୋଲିବା ବିନା ଆଉଟ୍‌ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଖୁବ ଟ୍ରୋଲ୍‌ କରାଯାଉଛି। ଜଣେ ୟୁଜର ଲେଖିଛନ୍ତି, ‘ତେବେ​‌ ଆଗାମୀ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ସ୍ଥାନରେ କିଏ ଖେଳିବେ ?’

wp:embed {"url":"https://twitter.com/TheBarmyArmy/status/1423282520276181005","type":"rich","providerNameSlug":"twitter","responsive":true}
https://twitter.com/TheBarmyArmy/status/1423282520276181005
/wp:embed wp:embed {"url":"https://twitter.com/englandcricket/status/1423268412810092554","type":"rich","providerNameSlug":"twitter","responsive":true}
https://twitter.com/englandcricket/status/1423268412810092554
/wp:embed wp:embed {"url":"https://twitter.com/daniel86cricket/status/1423270678065786881","type":"rich","providerNameSlug":"twitter","responsive":true}
https://twitter.com/daniel86cricket/status/1423270678065786881
/wp:embed wp:embed {"url":"https://twitter.com/ChokerKohli/status/1423269734330494977","type":"rich","providerNameSlug":"twitter","responsive":true}
https://twitter.com/ChokerKohli/status/1423269734330494977
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.