ଚଳିତ ଆଇପିଏଲ୍‌ ପରେ ଆରସିବିର କ୍ୟାପଟେନ୍‌ ପଦ ଛାଡ଼ିବେ କୋହଲି

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯: ଟିମ୍‌ ଇଣ୍ଡିଆର ଟି-୨୦ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏବେ ବିରାଟ କୋହଲି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ଆଇପିଏଲ୍‌ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଅଧିନାୟକ ପଦ ଛାଡ଼ିବେ କୋହଲି। ଏନେଇ ବିରାଟ କୋହଲି ଆରସିବି ଟ୍ବିଟ୍‌ର ମାଧ୍ୟମରେ ସୂଚନା ଦେଇଛନ୍ତି।

wp:html /wp:html

କୋହଲିଙ୍କ କ୍ୟାପ୍ଟେନସିପ୍‌ରେ ଗତ ୮ ବର୍ଷରେ ଆରସିବି ଗୋଟିଏ ବି ଫାଇନାଲ୍‌ ଜିତିନାହିଁ। ବିରାଟ କୋହଲିଙ୍କ ନେତୃତ୍ବରେ ଟିମ୍‌ ୨୦୨୦ରେ ପ୍ଲେଅଫ୍‌ରେ ପହଞ୍ଚିଥିଲା କିନ୍ତୁ ହାଇଦ୍ରାବାଦ ପାଖରୁ ପରାଜୟ ବରଣ କରିଥିଲା ଆରସିବି। ୨୦୧୬ରେ ଆରସିବି ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ସେଠାରେ ହାଇଦ୍ରାବାଦ ଆରସିବି ପାଖରୁ କପ୍‌ ଛଡ଼ାଇନେଇଥିଲା।

କୋହଲି ବର୍ତ୍ତମାନ ସମୟରେ ୟୁଏଇରେ ଆଇପିଏଲ୍‌-୨୦୨୧ର ଦ୍ବିତୀୟ ଚରଣ ପାଇଁ ଟିମ୍‌ର ନେତୃତ୍ବ ନେଉଛନ୍ତି।  ବିରାଟ କୋହଲି ଭିଡିଓ ମାଧ୍ୟମରେ କହିଛନ୍ତି, ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସାଥି ଖେଳାଳିଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି। କ୍ୟାପ୍ଟେନ ପଦରୁ ଇସ୍ତଫା ଦେଇଥିଲେ ହେଁ ଟିମ୍‌ ପକ୍ଷରୁ ଖେଳିବେ ବୋଲି କହିଛନ୍ତି ବିରାଟ କୋହଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.