Monday, November 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଫିଲ୍ମରେ ଏଣ୍ଟ୍ରି କରିବେ କ୍ରିକେଟିୟର ବିରାଟ କୋହଲି

ମୁମ୍ବାଇ୧୧|୯: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ଫେଶନ ଓ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ରୁହନ୍ତି। ସୋନମ ଏବେ ନିଜ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ (The zoya factor) ର ପ୍ରମୋସନରେ ବ୍ୟସ୍ତ  ଅଛନ୍ତି। ଏହି ଫିଲ୍ମ ଚଳିତ ମାସ ୨୦ ତାରିଖରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ସୋନମ୍‌ ଜଣେ ଏସି ବିଜ୍ଞାପନ ଏକ୍‌ଜିକ୍ୟୁଟିଭର ଭୂମିକାରେ ନଜର ଆସିବେ। ଯିଏ ଭାରତୀୟ କ୍ରିକେଟ ଟିମ୍‌ ପାଇଁ “ଗୁଡ ଲକ୍‌ ଚାର୍ମ” ହୋଇଯାଇଛନ୍ତି।

ତେବେ ଏହି ଫିଲ୍ମରେ ବିରାଟ କୋହଲିଙ୍କୁ ପରଦାରେ ଦେଖିବାକୁ ମିଳିବ। ହେଲେ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ କୋହଲି ନଜର ଆସିବେ। ଫିଲ୍ମରେ ଜୋୟା ଭୂମିକାରେ ସୋନମ ଅଭିନୟ କରିଛନ୍ତି। ଫିଲ୍ମରେ ଜଣେ କ୍ରିକେଟ ଖେଳାଳୀର ଭାଗ୍ୟ କେମିତି ବଦଳିଯାଏ ସେହି ବିଷୟରେ ପ୍ରଦର୍ଶନ କରାଯାଇଛି। ଫିଲ୍ମରେ ବିରାଟ କୋହଲି ଭଳି ଦେଖାଯାଉଥିବା ଗୌରବ ଆରୋଡା ବିରାଟ କେହଲିଙ୍କ ଭୂମିକାରେ ନଜର ଆସିବେ। ବିରାଟ କୋହଲିଙ୍କ ଟିକ୍‌ଟକ୍‌ ଭିଡିଓ କରି ଦେଶରେ ଲୋକପ୍ରିୟତା ଅର୍ଜନ କରିଥିବା ଗୌରବ ଏହି ଫିଲ୍ମରେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ।

ଫିଲ୍ମର ଏକ ଭିଡିଓ ସୋନମ ସେୟାର କରିଛନ୍ତି। ଭିଡିଓରେ ଏକ ମ୍ୟାଚରେ ଭାରତୀୟ ଖେଳାଳୀମାନେ ଜଣେ ପରେ ଜଣେ ଆଉଟ୍‌ ହୋଇଯାଉଥିବାବେଳେ ଡ୍ରେସିଂ ରୁମ୍‌ରେ ବସିଥିବା ବିରାଟଙ୍କ ନମ୍ବର ଆସୁଛି। ସେ ବେକରେ ଜୋୟଙ୍କ ଫଟୋ ଥିବା ଲକେଟ୍‌ ପିନ୍ଧି ମଇଦାନକୁ ଓହ୍ଲାଉଛନ୍ତି। 

136 Views

   ସମ୍ବନ୍ଧିତ ଖବର