ଆସନ୍ତା ୧୨ ତାରିଖରେ ଭୋଟ ଦେବେ ବିରାଟ କୋହଲି : ନିଜ ଭୋଟର କାର୍ଡ ପୋଷ୍ଟ କରି ଜନତାଙ୍କୁ କଲେ ଅପିଲ

Published By : Prameya-News7 Bureau | April 28, 2019 IST

ଦିଲ୍ଲୀ ୨୮/୪ : ମତଦାନକୁ ନେଇ ଚିନ୍ତିତ ଥିବା ବିରାଟ କୋହଲି ବର୍ତ୍ତମାନ ନିଜର ଖୁସି ଜାହିର କରିଛନ୍ତି | ଆସନ୍ତା ମେ ୧୨ ତାରିଖରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି | ଆଜି ସୋସିଆଲ ନେଟୱର୍କିଙ୍ଗ ସାଇଟ ଇନ୍ସଟାଗ୍ରାମରେ ବିରାଟ ନିଜ ଭୋଟର ପରିଚୟ ପତ୍ର ପୋଷ୍ଟ କରିଛନ୍ତି | ଏହି ଭୋଟର ପରିଚୟ ପତ୍ରରେ ବିରାଟ ଏବଂ ତାଙ୍କ ପିତାଙ୍କ ନାଁ ଥିବା ସ୍ପଷ୍ଟ ଦେଖାଯାଉଛି | ବିରାଟ ହରିୟାଣା, ଗୁରୁଃଗ୍ରାମ ଅଂଚଳର ଭୋଟର | ଭୋଟର ପରିଚୟ ପତ୍ରରେ ତାଙ୍କ ଘର ଠିକଣା ରହିଛି | ୧/୧୦ ସୁଖଚୈନ ମାର୍ଗ, ଡିଏଲଏଫ ଫେଜ-୧, ଗୁରୁଃଗ୍ରାମ, ତହସିଲ- ଗୁରୁଃଗ୍ରାମ, ଜିଲ୍ଲା- ଗୁରୁଃଗ୍ରାମ ସ୍ପଷ୍ଟ ଲେଖାଯାଇଛି |

{"id":108356}


ମିଡ଼ିଆ ସୂତ୍ର ଅନୁଯାୟୀ, ବିରାଟ ମୁମ୍ବାଇରୁ ନିଜ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଭୋଟ ଦେବାକୁ ଚାହୁଁଥିଲେ | ନିର୍ବାଚନ ଆୟୋଗ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ, ବିରାଟ ମୁମ୍ବାଇରୁ ମତଦାନ କରିବାକୁ ଚାହୁଁଥିଲେ | ସେ ଅନଲାଇନ ପ୍ରକ୍ରିୟା ଜରିଆରେ ଭୋଟ ଦେବା ପାଇଁ ଆବେଦନ ମଧ୍ୟ କରିଛନ୍ତି | କିନ୍ତୁ ନିୟମ ଅନୁଯାୟୀ, ଭୋଟ ତାଲିକାରେ ଯେଉଁ ଭୋଟରଙ୍କ ଭୋଟର କାର୍ଡ କିମ୍ବା ନାଁ ନଥିଲା, ତାଙ୍କ ପାଇଁ ଅନଲାଇନ ଭୋଟ ଦେବା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ଥିଲା | କିନ୍ତୁ ବିରାଟ କୋହଲି ସେହି ସମୟସୀମା ମଧ୍ୟରେ ଆବେଦନ କରିପାରିନଥିଲେ | ସେଥିପାଇଁ ସେ ମୁମ୍ବାଇରୁ ଭୋଟ ଦେଇପାରିବେ ନାହିଁ ବୋଲି କହିଥିଲେ ନିର୍ବାଚନ ଅଧିକାରୀ | କିନ୍ତୁ ସେ ଗୁରୁଃଗ୍ରାମରେ ଆସନ୍ତା ୧୨ ତାରିଖରେ ଭୋଟ ଦେଇପାରିବେ |

{"id":108358}


ଆସନ୍ତାକାଲି ମୁମ୍ବାଇରେ ମତଦାନ ଅଛି | ଦିଲ୍ଲୀ ଗୁରୁଃଗ୍ରାମରେ ମେ ୧୨ ତାରିଖରେ ମତଦାନ ହେବ | ହାଇଦ୍ରାବାଦରେ ଖେଳିବାକୁ ଥିବା ଆଇପିଏଲର ଫାଇନାଲ ମ୍ୟାଚ ମଧ୍ୟ ୧୨ ତାରିଖରେ ହିଁ ଅଛି |

{"id":108357}


ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଭୋଟକୁ ନେଇ ଏକ ଅପିଲ କରିଥିଲେ | ଏହି ପୋଷ୍ଟରେ ସେ ଦେଶର ବଡ ବଡ ନେତା, ଅଭିନେତା, ଖେଳାଳୀ ଆଦିଙ୍କୁ ଟ୍ୟାଗ କରିଥିଲେ | ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ସେଲିବ୍ରିଟିଙ୍କୁ ଅପିଲ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.