ଦ୍ରୁତତମ ୨୦ହଜାର ରନ୍ ସଂଗ୍ରହ କରିବାର ବିଶ୍ବ କୀର୍ତ୍ତିମାନ୍ ସ୍ଥାପନ କଲେ କୋହଲି
27/06/2019 at 6:00 PM

ଚଳିତ ବିଶ୍ବକପ୍ ଅବସରରେ ଦ୍ରୁତତମ ୨୦ହଜାର ରନ୍ ସଂଗ୍ରହ କରିବାର ବିଶ୍ବ କୀର୍ତ୍ତିମାନ୍ ହାସଲ କଲେ ଇଣ୍ଡିଆନ୍ କପ୍ତାନ୍ ବିରାଟ୍ କୋହଲି । ଆଜିର ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ହାଫ୍ ସେଞ୍ଚୁରି ମାରିବା ସହ ଏହି ରେକର୍ଡ଼କୁ ନିଜ ନାଁରେ କରିଦେଇଛନ୍ତି ବିରାଟ୍ । ରେକର୍ଡ଼ ପାଇଁ ବିରାଟ୍ଙ୍କୁ ମାତ୍ର ୩୭ରନ୍ ଦରକାର ଥିବା ବେଳେ ଦୃଢ଼ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇଥିଲେ କପ୍ତାନ କୋହଲି । ଆଉ ଖୁବ୍ ଚାଲିଥିଲା ବିରାଟ୍ଙ୍କ ବଲା । ….

ଫାଷ୍ଟେଷ୍ଟ ଟୋଣ୍ଟି ଥାଉଜାଣ୍ଡ ରନ୍ର ଓ୍ବାର୍ଲଡ୍ ରେକର୍ଡ଼ ଏବେ ବିରାଟ୍ଙ୍କ ନାଁ । ବିଶ୍ବ କ୍ରିକେଟରେ ପ୍ରଥମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି କପ୍ତାନ୍ କୋହଲି । ଓ୍ବେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା, ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବଂ ରାହୁଲ୍ ଦ୍ରାଭିଡ୍ଙ୍କ ରେକର୍ଡ଼କୁ ପଛରେ ପକାଇ ଆଜିର ମ୍ୟାଚ୍ରେ ଏହି ବିରାଟ୍ କୀର୍ତ୍ତିମାନ ହାସଲ କରିଛନ୍ତି ବିରାଟ୍ କୋହଲି ।

ଏଥି ସହ କୋହଲି ୨୦ହଜାର ଆନ୍ତର୍ଜାତିକ ରନ୍ର କୀର୍ତ୍ତିମାନ ମଧ୍ୟ ରଚିଛନ୍ତି । ଏହି ଓ୍ବାର୍ଲଡ ରେକର୍ଡ଼ ପାଇଁ କୋହଲିଙ୍କୁ ଦରକାର ଥିଲା ଆଉ ମାତ୍ର ୩୭ରନ୍ । ଏମିତିରେ ଆଜି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ବିରାଟ୍ କୋହଲିଙ୍କୁ ପ୍ୟାବିଲିୟନ୍ରୁ ମିଳିଥିଲା ଅଜସ୍ର ଶୁଭକାମନା । ଆଉ ବିରାଟ୍ ବି କାହାକୁ ନିରାଶ କରିନଥିଲେ ।ପଡ଼ିଆରେ ଖୁବ୍ ଚାଲିଥିଲା ବିରାଟ୍ଙ୍କ ବଲା । ମାତ୍ର ୪୧୭ ଇନିଂସ୍ ଖେଳି ବିରାଟ୍ କୋହଲି ଏହି ଓ୍ବାର୍ଲଡ୍ ରେକର୍ଡ଼ର ଅଧିକାରୀ ହୋଇଥିବା ବେଳେ ପୂର୍ବରୁ ଏହି ରେକର୍ଡ଼ ବ୍ରାଏନ୍ ଲାରା ଏବଂ ସଚିନ୍ ତେନ୍ଦୁଲକରଙ୍କ ନାଁରେ ଥିଲା । ହେଲେ ସେମାନେ ୪୫୩ ଇନିଂସ୍ ଖେଳି ୨୦ହଜାର ରନ୍ ପୂରା କରିବାର ରେକର୍ଡ଼ କରିଥିଲେ । ହେଲେ ଏବେ ବିରାଟ୍ ଏହି ଦୁଇ ମହାନ୍ ଖେଳାଳୀଙ୍କୁ ପଛରେ ପକାଇଦେଇଛନ୍ତି ।