ମୁମ୍ବାଇ ୦୬/୦୫ : ଆଇପିଏଲ-୧୪ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ହେବାପରେ ଭାରତୀୟ କ୍ରିକେଟ ଟିମ୍ ତଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ୟାପଟେନ ବିରାଟ କୋହଲି ମୁମ୍ବାଇ ଫେରି ଆସିଛନ୍ତି। ମଙ୍ଗଳବାର ଦ୍ଦିନ ମୁମ୍ବାଇ ଆସିବା ପରେ ସେ କୋଭିଡ୍ ରିଲିଫ୍ କାର୍ଯ୍ୟରେ ଲାଗି ପଡିଛନ୍ତି। ବିରାଟ କୋହଲି କୋଭିଡ ପ୍ରୋଟୋକଲକୁ ସମର୍ଥନ ଜଣାଇଛନ୍ତି।
ବିରାଟ କୋହଲି ଯୁବ ସେନା ସଦସ୍ୟ ରାହୁଲ ଏନ କନଲଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କୋହଲିଙ୍କ କିଛି ଫଟୋ ସେୟାର କରିଛନ୍ତି। କୋହଲି ମହାମାରୀ ରିଲିଫ ପ୍ରୟାସରେ ଦେଶ ଓ ରାଜ୍ୟକୁ ସପୋର୍ଟ କରିବାକୁ ରାହୁଲଙ୍କ ସହ ସାକ୍ଷାତ କରିଛନ୍ତି।
ଫଟୋ ସେୟାର କରି ରାହୁଲ ଲେଖିଛନ୍ତି, କୋହଲି କୋଭିଡ୍ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କର ଏହି ପ୍ରୟାସ ପାଇଁ କିଛି ଶବ୍ଦ ନାହିଁ, କେବଳ ସମ୍ମାନ ଓ ପ୍ରାର୍ଥନା ରହିଛି ବୋଲି ସେ କହିଛନ୍ତି।
wp:embed {"url":"https://twitter.com/Iamrahulkanal/status/1389926284348645385","type":"rich","providerNameSlug":"twitter","responsive":true,"className":""} /wp:embedସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ଅନୁଷ୍କା ଶର୍ମା ମେ’ ୧ ତାରିଖରେ ନିଜ ଜନ୍ମଦିନ ପାଳନ କରିନଥିଲେ। ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ କହିଥିଲେ ଯେ ଦେଶ ଏହିଭଳି ସଙ୍କଟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ସେ ନିଜ ଜନ୍ମଦିନ ପାଳନ କରିବା ଉଚିତ ଭାବୁନାହାନ୍ତି। ଏହି ସଙ୍କଟ ଘଡିରେ ଏକଜୁଟ ହୋଇ ଦେଶକୁ ସମର୍ଥନ କରିବାକୁ ସେ ନିଜ ପ୍ରଶଂସକଙ୍କୁ ଅପିଲ କରିଥିଲେ. ସେ ଓ କୋହଲି ଦେଶ ପାଇଁ କାମ କରୁଛନ୍ତି ଓ ଶୀଘ୍ର ଏ ସମ୍ପର୍କରେ ସେ ଖୁଲାସା କରିବେ ବୋଲି କହିଥିଲେ।