Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

୧୦୦୦ ନଟ୍ଆଉଟ୍ : ଇନଷ୍ଟାଗ୍ରାମରେ ବିରାଟଙ୍କ ପୋଷ୍ଟ ଦେଖି ଜାଣନ୍ତୁ କ’ଣ ଥିଲା ଅନୁଷ୍କାଙ୍କ ରିଆକ୍ସନ୍

23/07/2020 at 10:30 PM

ମୁମ୍ବାଇ ୨୩/୭: ଇଣ୍ଡିଆ ଟିମର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ୧୦୦୦ତମ ପୋଷ୍ଟ୍ ସେୟାର କରିଛନ୍ତି। ବିରାଟଙ୍କ ଏହି ପୋଷ୍ଟ ଖୁବ୍ କ୍ରିଏଟିଭ। ବିରାଟ ଏକ ଫଟୋ ସେୟାର କରିଛନ୍ତି,ଯେଉଁଥିରେ ୨୦୦୮ମସିହାର ବିରାଟ କୋହଲି ୨୦୨୦ମସିହାର ବିରାଟ କୋହଲିଙ୍କ ସହ ନଜର ଆସୁଛନ୍ତି। ବିରାଟ ନିଜର ଦୁଇଟି ଫଟୋ ମିଶାଇ ଏହି ଫଟୋ କରିଛନ୍ତି ଏବଂ ଏହା ସହ ହୃଦୟ ଜିତିବା ଭଳି କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ବିରାଟଙ୍କ ଏହି ପୋଷ୍ଟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ରିଆକ୍ସନ୍ ଦେଇଛନ୍ତି। ଏହା ବ୍ୟତୀତ ହରଭଜନ ସିଂହ ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି।

ବିରାଟ ଫଟୋ ସେୟାର କରି ଲେଖିଛନ୍ତି,’୨୦୦୮ର ୨୦୨୦ସହ ସାକ୍ଷାତ ,ଏହି ସମୟରେ ବହୁତ କିଛି ଶିଖେ,ଆପଣ ସମସ୍ତଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଏହା ମୋର ୧୦୦୦ତମ ପୋଷ୍ଟ। ’ଅନୁଷ୍କା ଏହି ଫଟୋରେ ରିଆକ୍ସନ ଦେଇ କମେଣ୍ଟରେ ହାର୍ଟ କରିଥିଲେ। ହରଭଜନ କମେଣ୍ଟରେ ଲେଖିଥିଲେ- ୨୦୩୦ଯାଏଁ ଏପରି ଆଗକୁ ବଢ଼ନ୍ତୁ। ବିରାଟ କୋହଲି ୨୦୦୮ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବିରାଟଙ୍କ ଏବେ ସୁଦ୍ଧାର କ୍ୟାରିୟର ଚମତ୍କାର ରହିଛି। ସେ ବର୍ତ୍ତମାନ ବିଶ୍ବର ସବୁଠୁ ସଫଳ ଅଧିନାୟକ ଏବଂ ବୋଲର ମଧ୍ୟରେ ଜଣେ।

ବିରାଟ କୋହଲି ୨୦୧୫ମସିହା ଜୁନ୍ ୨୩ତାରିଖରେ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ। ବିରାଟ ସୋସିଆଳ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି।

   Related Posts