Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଝିଅ ଭାମିକାକୁ ପୁରିଲା ୨ ମାସ, ସେଲିବ୍ରେଟ୍ କରି ଅନୁଷ୍କାଙ୍କ ସହ ଫଟୋ ସେୟାର କଲେ ବିରାଟ

12/03/2021 at 10:25 AM

ନୂଆଦିଲ୍ଲୀ ୧୨/୦୩: ଲୋକପ୍ରିୟ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ବିବାହ ତିନି ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଲାଣି ।  ଏବେ ସେ ତାଙ୍କ ଝିଅ ସହିତ ସମୟ ବିତାଉଛନ୍ତି । ଏଥିମଧ୍ୟରେ ଅନୁଷ୍କା ଏବଂ ବିରାଟ ବାପା-ମା ହେବାର ଦୁଇ ମାସ ବିତିଗଲାଣି । ୧୧ ଜାନୁଆରୀରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ହୋଇଥିଲା । ଗତକାଲି ସେ ଏହି ଉତ୍ସବକୁ ବିଶେଷ ଭାବରେ ପାଳନ କରିଛନ୍ତି ।

अनुष्का शर्मा, विराट कोहली

ବିରାଟ ତାଙ୍କ ଇନଷ୍ଟାଗ୍ରାମରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଅନୁଷ୍କାଙ୍କୁ କିସ୍ କରୁଥିବା ଦେଖାଯାଇଛି । ଫଟୋରେ ବିରାଟ ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାବେଳେ ଅନୁଷ୍କା ଏକ ଫ୍ଲୋରା ପ୍ରିଣ୍ଟ ଷ୍ଟ୍ରିପଡ୍ ନାଇଟ୍ ଡ୍ରେସ୍ ପିନ୍ଧିଥିବା ଦେଖାଯାଇଛି । ଫଟୋ ସେୟାର କରି ବିରାଟ କ୍ୟାପସନରେ ହାର୍ଟ ଇମୋଜି ଦେଇଛନ୍ତି ।

विराट कोहली और अनुष्का शर्मा

ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତୀୟ କ୍ରିକେଟର ତଥା ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ଭାମିକା ଏବଂ ପତ୍ନୀ ଅନୁଷ୍କାଙ୍କ ଫଟୋ ସେୟାର କରିଥିଲେ । ଫଟୋ ସେୟାର କରି ବିରାଟ ସେହି ଦିନଟିକୁ ଶୁଭେଚ୍ଛା ଜଣାଇଥିଲେ । ଏହା ସହ ବିରାଟ ଲେଖିଥିଲେ, ‘ସେ ଚାହୁଁଛନ୍ତି ଯେ ତାଙ୍କ ଝିଅ ମଧ୍ୟ ଅନୁଷ୍କାଙ୍କ ପରି ହୁଅନ୍ତୁ ।’

   Related Posts