ସଚ୍ଚିନଙ୍କ ରେକର୍ଡ ଭାଙ୍ଗିବେ ବିରାଟ, ଓ୍ବାଙ୍ଖଡେରେ ନୂଆ କୀର୍ତ୍ତିମାନ୍‌ର ସୁଯୋଗ

Published By : Prameya-News7 Bureau | January 14, 2020 IST

ମୁମ୍ବାଇ ୧୪।୧: ମଙ୍ଗବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ଏହି ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ନୂଆ ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ବଡ ରେକର୍ଡର ସମକକ୍ଷ ହୋଇପାରନ୍ତି ବିରାଟ କୋହଲି । କୋହଲି ଯଦି ଆଉ ଗୋଟିଏ ଶତକ କରିଦିଅନ୍ତି ତେବେ ସେ ନିଜ ଦେଶରେ ଶତକ କରିବାରେ ତେନ୍ଦୁଲକରଙ୍କ ସମକକ୍ଷ ବ୍ୟାଟ୍ସମ୍ୟାନ୍ ହୋଇପାରିବେ ।

{"id":211030,"sizeSlug":"large"}

ଦିନିକିଆରେ ୪୯ ଶତକ କରିଥିବା ସଚିନ ତେନ୍ଦୁଲକର ଭାରତରେ ୨୦ ଶତକ କରିଛନ୍ତି । କୋହଲି ଏପର୍ଯ୍ୟନ୍ତ ଭାରତରେ ୧୯ ଶତକ କରିସାରିଛନ୍ତି । କୋହଲିଙ୍କ ବ୍ୟାଟିଂ କ୍ୟାରିୟର ଭଲ ରହିଛି । କୋହଲି ଆନ୍ତର୍ଜାତୀୟ ସ୍ତରରେ ଦ୍ରୁତତମ ରନ୍ ସଂଗ୍ରହ କରିଥିବା ଅଧିନାୟକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ସେ ୧୧,୦୦୦ ରନ୍ ସଂଗ୍ରହ କରିଛନ୍ତି ।

{"id":211031,"sizeSlug":"large"}

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଦ୍ବିପ୍ରହର ୨ଟାରୁ ଆରମ୍ଭ ହେବ । ବିରାଟ ବାହିନୀ ପାଇଁ ଏହି ମ୍ୟାଚକୁ ଜିତି ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି । ଯଦି ଭାରତୀୟ ଦଳ ଏହି ସିରିଜକୁ ହାତେଇବାରେ ସକ୍ଷମ ହୁଏ ତେବେ ନିଜ ଦେଶରେ ୨୦୦ ଅନ୍ତର୍ଜାତୀୟ ମୁକାବିଲା ଜିତିବାର ଦ୍ବିତୀୟ ଦଳ ହେବ। ଏହା ପୂର୍ବରୁ କଙ୍ଗାରୁ ଦଳ ଏହି ରେକର୍ଡ ନିଜ ନାମରେ କରି ସାରିଛି।

{"id":211032,"sizeSlug":"large"}

୨୦୧୯ ମାର୍ଚ୍ଚରେ ଭାରତୀୟ କ୍ରିକେଟ୍ ଟିମ୍ ନିଦ ଦେଶରେ ଅଷ୍ଟ୍ରେଲିଆ ସହ ୫ ଟିକିଆ ଦିନିକିଆ ସିରିଜ ୨-୩ରେ ହାରିଯାଇଥିଲା । ହାଇଦ୍ରାବାଦ ଏବଂ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍ ରେ ହାରିବା ପରେ ଅଷ୍ଟ୍ରେଲିଆ ଭାରତକୁ ଲଗାତର ୩ଟି ମ୍ୟାଚ୍ ରେ ପରାସ୍ତ କରି ସିରିଜ୍ କବଜା କରିଥିଲା ।

{"id":211033,"sizeSlug":"large"}

ଏପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଏପରିକି ଭାରତ ମାଟିରେ ମଧ୍ୟ କଙ୍ଗାରୁ ଦଳର ପଲ୍ଲା ଭାରି ରହିଛି । ଭାରତରେ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ବିପାକ୍ଷିକ ସିରିଜ ଖେଳାଯାଇଛି । ଯେଉଁଥିରୁ ୫ଟିରେ ଭାରତ ବିଜୟୀ ହୋଇଥିବାବେଳେ ଅଷ୍ଟ୍ରେଲିଆ ୬ଟି ସିରିଜରେ ବିଜୟ ଲାଭ କରିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୧୩୭ଟି ଦିନିକିଆ ମ୍ୟାଚରୁ ଅଷ୍ଟ୍ରେିଲିଆ ୭୭ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ଭାରତ ୫୦ଟି ମ୍ୟାଚରେ ବିଜୟ ଲାଭ କରିଛି ।

{"id":211034,"sizeSlug":"large"}

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତିୟ ଦିନିକିଆ ମ୍ୟାଚ୍ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବ। ସେହିପରି ସିରିଜର ତୃତୀୟ ମ୍ୟାଚ ଜାନୁଆରୀ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.