ବିବାଦ ଘେରରେ ପୂର୍ବତନ ଅଧିନାୟକ ବିରାଟ କୋହଲି : ରାଷ୍ଟ୍ରୀୟ ଗାନ ସମୟରେ ଚୋବାଇଲେ ଚୁଇଂଗମ୍, ଭିଡିଓ ଭାଇରାଲ..

Published By : Prameya-News7 Bureau | January 24, 2022 IST

ନୂଆଦିଲ୍ଲୀ ୨୪।୦୧ : ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି । ମ୍ୟାଚ୍‌ ଆରମ୍ଭ ହେବା ପୁର୍ବରୁ  ଫସି ଯାଇଛନ୍ତି କୋହଲି । ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

ତେବେ ବାସ୍ତବରେ କେପଟାଉନ୍ ରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୁହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ରେ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏହା ସହ ଦୁଇଟି ସଟ୍ ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ ।

wp:html /wp:html wp:html /wp:html

ତେବେ ବିରାଟଙ୍କ ଏହି ଅଭଦ୍ରାମି ଫ୍ୟାନ୍ସଙ୍କ ରାଗକୁ ଆହୁରି ବଢ଼ାଇ ଦେଇଛି । ସୋସିଆଲ ମିଡିଆରେ ବିରାଟଙ୍କର ଏହି କାର୍ଯ୍ୟକୁ ପସନ୍ଦ କରୁନଥିବ ବେଳେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି । ବର୍ତ୍ତମାନ ବିରାଟଙ୍କର ଏହି  ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.