ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଚାରୁଲତା : ହ୍ବିଲ୍ ଚେୟାରରେ ବସି ମ୍ୟାଚ୍ ଦେଖିବା ସହ ଟିମ୍ ଇଣ୍ଡିଆକୁ କରିଥିଲେ ଉତ୍ସାହିତ
3/07/2019 at 10:22 AM

ବର୍ମିଂହାମ ୩|୭: ଭାରତ ବାଂଲାଦେଶ ମ୍ୟାଚ୍ ପାଇଁ ବର୍ମିଂହାମରେ ଜମିଥିଲା ଖଚାଖଚ ଭିଡ । ଆଉ ଟିମ୍ ଇଣ୍ଡିଆକୁ ଉତ୍ସାହିତ କରିବାକୁ ବର୍ମିଂହାମରେ ପହଞ୍ଚିଥିଲେ ୮୭ ବର୍ଷିୟା ବୃଦ୍ଧା ଚାରୁଲତା ପଟେଲ । ହାତରେ ତ୍ରିରଙ୍ଗା ପତାକା, ବେକରେ ଅଶୋକ ଚକ୍ର ଥିବା ଉତ୍ତରୀୟ ପିନ୍ଧି ହ୍ୱିଲ ଚେୟାରରେ ପହଞ୍ଚିଥିଲେ ବୃଦ୍ଧା ଜଣଙ୍କ ।
ବର୍ମିଂହାମରେ ବିରାଟ ବାହିନୀର ଖେଳକୁ ଭରପୁର ଉପଭୋଗ କରିଥିଲେ । ଖାଲି ସେତିକି ନୁହେଁ ପାଟିରେ ପେଁକାଳି ଫୁଙ୍କି ଭାରତକୁ ବେଶ୍ ଉତ୍ସାହିତ ମଧ୍ୟ କରୁଥିଲେ ଚାରୁଲତା । ସେ ଦୀର୍ଘ ଦଶନ୍ଧି ଧରି ବିଶ୍ବକପ୍ ମ୍ୟାଚ୍ ଦେଖି ଆସୁଥିବା କହିଛନ୍ତି । ଯେଉଁଠି ମ୍ୟାଚ ହୁଏ ସେ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପହଞ୍ଚି ଯାଇଥାନ୍ତି ।
ଆଫ୍ରିକାରେ ସେ ଯେତେବେଳେ ଚାକିରି କରିଥିଲେ ସେ ଟିଭିରେ ମ୍ୟାଚ ଦେଖୁଥିଲେ । ୧୯୮୩ରେ କପିଲ ଦେବ ଯେତେବେଳେ କ୍ୟାପଟେନ ଥିଲେ ସେତେବେଳେ ସେ ଠାକୁରଙ୍କ ପାଖରେ ବିଜୟ ପାଇଁ ପ୍ରର୍ଥନା କରିଥିଲେ । ଚଳିତ ଥର ମଧ୍ୟ ଭାରତ ନିଶ୍ଚିତ ବିଶ୍ୱକପ ବିଜେତା ହେବ ବୋଲି ସେ କହିଛନ୍ତି।