ମୋଦୀଙ୍କ 'ଜନତା କର୍ଫ୍ୟୁ'କୁ ନେଇ ପ୍ରତିକ୍ରିୟା ରଖିଲେ ବିରାଟ, କହିଲେ...

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ, ୨୦|୦୩: ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଡୁଛି। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି। ଯାହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଇଁ ଅପିଲ କରିଛନ୍ତି। ଦେଶବାସୀ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି। ରବିବାର ସନ୍ଧ୍ୟା ୫ଟାରେ ସମସ୍ତେ ସାଇରନ ବଜାଇବେ। ମୋଦୀଙ୍କ ଏହି ପ୍ରଚେଷ୍ଟାକୁ ବିରାଟ କୋହଲି, ଇଶାନ୍ତ ଶର୍ମା, କୁଳଦୀପ ଯାଦବ, ବଜରଙ୍ଗ ପୁନିଆ ସହ ଅନେକ ଖେଳାଳି ସମର୍ଥନ କରିଛନ୍ତି।

{"id":241383,"width":748,"height":561,"sizeSlug":"large"}

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ଏହି ବିପଦକୁ ରୋକିବା ପାଇଁ ସମସ୍ତଙ୍କୁ  ସତର୍କ ରହିବାକୁ ହେବ। ଏହାସହ ସଚେତନ ହେବାକୁ ପଡିବ।  ଏହାସହ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ସୁରକ୍ଷା ମାନଦଣ୍ଡକୁ ପାଳନ କରିବାକୁ ହେବ। ସାରା ବିଶ୍ୱର ବିଶେଷଜ୍ଞ ଏହି ଭାଇରସର ମୁକାବିଲା ପାଇଁ ଚେଷ୍ଟା କରୁଛନ୍ତି। ଏଥିରେ ବ୍ୟକ୍ତିଗତ ସ୍ୱଚ୍ଛତାକୁ ନଜରରେ ରଖି ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ କହିଛନ୍ତି।

{"id":241384,"width":755,"height":424,"sizeSlug":"large"}

ଭାରତର ପୂର୍ବତନ ବୋଲର ଇରଫାନ ପଠାନ ମଧ୍ୟ କରୋନା ଭାଇରସ ସହ ଲଢିବା ପାଇଁ ଦେଶକୁ ସହଯୋଗ କରିବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.