'ପ୍ରାକ୍ଟିସ୍ ମ୍ୟାଚ୍ ଦେଖନ୍ତୁ, ଆମେ ଏମିତି ଖେଳୁଥିଲୁ'... ମ୍ୟାଚ୍ ପରେ କ'ଣ କହିଲେ କୋହଲି ?

Published By : Prameya-News7 Bureau | November 06, 2021 IST

ଦୁବାଇ ୦୬/୧୧:  ଟି୨୦ ବିଶ୍ୱକପର ନିଜ ଚତୁର୍ଥ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରିଛି । ଦଳ ସ୍କଟଲାଣ୍ଡକୁ ୮ ଓ୍ୱିକେଟରେ ପରାସ୍ତ କରିଛି । ଶୁକ୍ରବାର ଦୁବାଇରେ ଆୟୋଜିତ ମୁକାବିଲାରେ ଭାରତ ୮୬ ରନର ଟାର୍ଗେଟରୁ ମାତ୍ର ୩୯ ବଲରେ ହାସଲ କରିନେଇଥିଲା ।ଲଗାତର ଦୁଇଟି ବିଜୟ ହାସଲ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରହିଛି ।

ମ୍ୟାଚ୍ ପରେ ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଦଳ ଏପରି ଖେଳିଥାଏ । ପ୍ରାକ୍ଟିସ ମ୍ୟାଚରେ ଭାରତ ଏମିତି ଖେଳୁଥିଲା । ମ୍ୟାଚରେ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ରନ୍ ମେସିନ୍ ।

ସେ ଆହୁରି କହିଥିଲେ ଯେ, ଖେଳାଳି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଏବେ ୭ ନଭେମ୍ବରକୁ ଅପେକ୍ଷା କରିବାକୁ ହେବ । ସେମାନେ କଣ କରିବା ଦରକାର ଭଲ ଭାବେ ଜାଣିଥାନ୍ତି । ସେମାନେ ସ୍କଟଲାଣ୍ଡକୁ ୧୧୦-୧୨୦ ମଧ୍ୟରେ ଅଟକାଇବାକୁ ଚାହୁଁଥିଲେ । ଯାହା ସଫଳ ହୋଇଥିଲା ।

କୋହଲି ଆହୁରି କହିଥିଲେ ଯେ, ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । କେଏଲ ରାହୁଲ ଓ ରୋହିତ ଶର୍ମା ଧୂଆଧାର ବ୍ୟାଟିଂ ଆରମ୍ଭ କରିଥିଲେ । ରନ୍ ଚେଜ୍ ପୂର୍ବରୁ ୮-୧୦ ଓଭର କଥା ଚିନ୍ତା କରିଥିଲେ । ଅଧିକ ଆକ୍ରମଣାତ୍ମକ ଖେଳିବାକୁ ସେମାନେ ଚାହିଁନଥିଲେ । କିନ୍ତୁ ରନ୍ ରେଟ୍ ଦରକାର ଥିବାରୁ ଜଲଦି ମ୍ୟାଚ୍ କରିବା ଉଚିତ ଥିଲା । ଏହାସହ ପରିବାର ଲୋକଙ୍କ ଉପସ୍ଥିତି ବି ବହୁତ ଆଥ୍ମବିଶ୍ୱାସ ବଢାଇଥିବା କୋହଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.