ବିଶ୍ବକପ ହାରିବା ପରେ ମନକଥା ପ୍ରକାଶ କଲେ ବିରାଟ କୋହଲି, କହିଲେ ଦିନର ଏହି ସମୟରେ ହୁଏ ହାରିବାର ଯନ୍ତ୍ରଣା...

Published By : Prameya-News7 Bureau | July 25, 2019 IST

ନୂଆଦିଲ୍ଲୀ୨୫|୭:  ବିଶ୍ବକପ ସେମିଫାଇନାଲ ମ୍ୟାଚ ହାରିବା ପରେ ଭାରତୀୟ ଟିମ ଖେଳାଳିଙ୍କୁ ନେଇ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ  ସାମ୍ନାକୁ ଆସୁଛି। ଟିମ ଇଣ୍ଡିଆ ହାରିବା ପରେ ଅଧିନାୟକ ବିରାଟ କୋହଲି ଦୁଃଖ ପ୍ରକାଶ କରି କହିଛନ୍ତି, ବିଶ୍ବକପ ଲିଗ୍ ମ୍ୟାଚରେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସିଥିଲା। ହେଲେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ବିଶ୍ବକପରୁ ଟିମ ଇଣ୍ଡିଆ ବାଦ୍ ପଡ଼ିଥିଲା । ଏହି ପରାଜୟକୁ ନେଇ ଭାରତୀୟ କ୍ରିକେଟପ୍ରେମୀ ବହୁତ ମର୍ମାହତ ହୋଇଛନ୍ତି ବୋଲି ସେ କହିଛନ୍ତି। ତେବେ ଟିମ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ସେ ମଧ୍ୟ କହିଛନ୍ତି।

ବିରାଟ ଆହୁରି ମଧ୍ୟ କହିଛନ୍ତି, ବିଶ୍ବକପ ସେମିଫାଇନାଲ ମ୍ୟାଚରେ ତାଙ୍କର ଭୁଲ୍ ନଥିଲା। ହେଲେ ଭୁଲ ସ୍ବୀକାର କରିବା ତାଙ୍କ ପାଇଁ କଷ୍ଟ ଦାୟକ ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ବିରାଟ କହିଛନ୍ତି, ବିଶ୍ବକପ ଲିଗ୍ ମ୍ୟାଚରୁ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା। ହେଲେ ସାମାନ୍ୟ ଭୁଲ ପାଇଁ ବିଶ୍ବକପରୁ ଟିମ ଇଣ୍ଡିଆ ବାଦ୍ ପଡ଼ିଥିଲା। ହେଲେ ପରାଜୟକୁ ଏତେ ସହଜରେ ଗ୍ରହଣ କରି ହେଉ ନାହିଁ ବୋଲି ବିରାଟ କହିଛନ୍ତି।

ବିରାଟ ସାକ୍ଷାତକାରରେ ଆହୁରି କହିଛନ୍ତି, ଟିମ ଇଣ୍ଡିଆ ହାରିବା ପରେ ସବୁଠାରୁ ଅଧିକ ଦୁଃଖ ମୋତେ ହୋଇଥିଲା। ବିନା ଭୁଲରେ ବିଶ୍ବକପରୁ ବାଦ୍ ପଡ଼ିବା ବହୁତ କଷ୍ଟଦାୟକ ବୋଲି ସେ  କହିଛନ୍ତି। ମୁଁ ଏତେ ଭୁଲ କରି ନାହିଁ ଯେ ଯେଉଁଥିପାଇଁ ଏହି ଟୁର୍ଣ୍ଣାମେଣ୍ଟରୁ ଟିମ ଇଣ୍ଡିଆ ହାରିବ ବୋଲି ବିରାଟ କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ସକାଳୁ ନିଦରୁ ଉଠନ୍ତି ପ୍ରଥମେ ଏହି କଥା ମନକୁ ଆସେ ଯେ, କିଛି ଭୁଲ ନକରି ବି କେମିତି ବିଶ୍ବକପ ହାତଛଡା ହୋଇଗଲା । ଆଉ ଏଇ ମୁହୂର୍ତ୍ତରେ ନିଜକୁ ନିଜେ ସମ୍ବାଳିବା ବେଶ କଷ୍ଟକର ମଧ୍ୟ ହୋଇଯାଏ । ପ୍ରତ୍ୟେକ ଦିନ ସକାଳ ଏମିତି ଅବଶାଦ ଭିତରେ  କଟୁଥିବା କୋହଲି କହିଛନ୍ତି ।

ଏହି ପରାଜୟ ପ​‌ରେ ଦୁଃଖ ନୁହେଁ ବରଂ କିଛି ଶିଖିବାକୁ ମିଳିଛି ବୋଲି ବିରାଟ କହିଛନ୍ତି। ଏହି ମ୍ୟାଚରେ ଶିଖିଲେ ଯେ, କେଉଁ ସମୟରେ କଣ କରିବା ଆବଶ୍ୟକ। ଦୁଃଖ ସମୟରେ ଜଣାପଡ଼ିବ ଯେ ଆପଣଙ୍କ ସହିତ କେଉଁମାନେ ଅଛନ୍ତି,କେଉଁମାନେ ନାହାନ୍ତି ନାହାନ୍ତି। ଏହି ପରାଜୟ ପରେ ମୋତେ ବହୁତ ଶିଖିବାକୁ ମିଳିଛି ବୋଲି କୋହଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.