Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ରୋହିତ-ବିରାଟଙ୍କ ଦୁର୍ବଳତାର ଫାଇଦା ନେବ ପାକିସ୍ତାନ, ଉଭୟଙ୍କୁ ଅଡୁଆରେ ପକାଇବେ ବାବରଙ୍କ ଏହି ଖାସ୍ ବୋଲର

22/10/2021 at 8:54 AM

ନୂଆଦିଲ୍ଲୀ, ୨୨|୧୦ : ଟି୨୦ ବିଶ୍ୱକପରେ ଅକ୍ଟୋବର ୨୪ ତାରିଖରେ ଖେଳାଯିବ ମହା ମୁକାବିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ ହାଇ ଭୋଲଟେଜ୍ ଫାଇଟ୍ । ଆଜି ଯାଏଁ ଭାରତ ବିପକ୍ଷରେ ବିଶ୍ୱକପରେ କେବେ ହେଲେ ଜିତିନାହିଁ ପାକିସ୍ତାନ । ପାକିସ୍ତାନକୁ ଭାରତ ପରାସ୍ତ କରି ୨୦୦୭ ବିଶ୍ୱକପ ଚାମ୍ପିଅନ ହୋଇଥିଲା । କିନ୍ତୁ ଏବେ ପାକ୍ ଦଳର ଅଧିନାୟକ ବାବର ଆଝମ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ସେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦୁର୍ବଳତାର ଫାଇଦା ନେବାକୁ ଯୋଜନା କରିଛନ୍ତି ।  ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଭାରତ ବିପକ୍ଷରେ ବାବରଙ୍କ ପାଇଁ ବଡ ଅସ୍ତ୍ର ହେବେ ।

ଶାହିନ୍ ହେଉଛନ୍ତି ବାମହାତୀ ବୋଲର । ଏବେ ସେ ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି । ଓ୍ୱାର୍ମଅଫ୍ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରୁଛନ୍ତି । ବିରାଟ କୋହଲି  ଓ ରୋହିତ ଶର୍ମା ସଦାବେଳେ ବାମହାତୀ ଦ୍ରୁତ ବୋଲରଙ୍କୁ ସାମ୍ନା କରିବା ସମୟରେ ଅସହଜ ମନେ କରନ୍ତି । ହିଟମ୍ୟାନ୍ ବାମହାତୀ ବୋଲରଙ୍କ ଦ୍ୱାରା ଟି୨୦ କ୍ୟାରିଅରରେ ୧୩ ଥର ଆଉଟ୍ ହୋଇଛନ୍ତି । ବିରାଟ ମଧ୍ୟ ୮ ଥର ଆଉଟ୍ ହୋଇଛନ୍ତି । କେବଳ ବିରାଟ କିମ୍ବା ରୋହିତ ନୁହେଁ, ସୂର୍ଯ୍ୟକୁମାର ଯାଦବ ମଧ୍ୟ ବାମହାତୀ ବୋଲରଙ୍କୁ ଠିକସେ ସାମ୍ନା କରିପାରନ୍ତି ନାହିଁ । ବାବର ଭାରତର ଏହି ଦୁର୍ବଳତାର ଫାଇଦା ନେବାକୁ ଯୋଜନା କରୁଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଓ୍ୱାର୍ମଅଫରେ ରୋହିତ ଦମଦାର ପ୍ରଦର୍ଶନ କରିଥିଲେ । ସେ ୪୧ ବଲରୁ ୬୦ ରନ୍ କରିଥିଲେ । ତେବେ ବିରାଟଙ୍କ ବ୍ୟାଟରୁ ରନ୍ ବାହାରିନଥିଲା । ସେ ଇଂଲଣ୍ଡ ବିପକ୍ଷରେ କେବଳ ୧୧ ରନ୍ କରିପାରିଥିଲେ । ତେବେ କୋହଲି ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରୁଥିବା ରେକର୍ଡ ରହିଛି । କିଙ୍ଗ୍ କୋହଲି ପାକ୍ ବିରୋଧରେ ଟି୨୦ରେ ୨୫୪ ରନ୍ କରିଛନ୍ତି । ୩ ଥର ନଟଆଉଟ୍ ରହିଛନ୍ତି ବିରାଟ । ତାଙ୍କ ଆଭରେଜ୍ ମଧ୍ୟ ରହିଛି ୮୪.୬୬ । ଦୁଇଟି ଅର୍ଦ୍ଧଶତକ ସହ ପାକ୍ ବିରୋଧରେ ଟି୨୦ ଫର୍ମାଟରେ ବିରାଟଙ୍କ ସର୍ବାଧିକ ସ୍କୋର ରହିଛି ୭୮ ।

   Related Posts