Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରୋହିତଙ୍କ ବଦଳରେ ଇଶାନଙ୍କୁ ଖେଳାଇବେ କି ? ବିରାଟଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ, ଏମିତି ଉତ୍ତର ଦେଲେ ରନ୍ ମେସିନ୍

25/10/2021 at 10:19 AM

ନୂଆଦିଲ୍ଲୀ, ୨୫/୧୦:   ପାକିସ୍ତାନଠୁ ହାରିଛି ବିରାଟ ବାହିନୀ । ଭାରତ-ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆକୁ ପାକ୍ ୧୦ ଓ୍ୱିକେଟରେ ପରାସ୍ତ କରିଛି । ମ୍ୟାଚରେ ଭାରତୀୟ ଓପନର ଫେଲ ମାରିଥିଲେ । ଏପରିକି ହିଟ୍ ମ୍ୟାନ୍ ରୋହିତ ଶର୍ମା ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।

ମ୍ୟାଚ ପରେ ଅଧିନାୟକ ବିରାଟ କୋହଲି ପ୍ରେସମିଟ୍ କରିଥିଲେ । ଏଥିରେ ତାଙ୍କୁ ଜଣେ ସାମ୍ବାଦିକ ରୋହିତଙ୍କ ଉପରେ ପ୍ରଶ୍ନ କରିଥିଲେ । ପ୍ରଶ୍ନ ଶୁଣି କୋହଲି ହସିଥିବା ଦେଖିବାକୁ ମିଳିଥିଲା । ପ୍ରକୃତରେ କୋହଲିଙ୍କୁ ସାମ୍ବାଦିକ ଜଣଙ୍କ ରୋହିତଙ୍କୁ ଖେଳାଇବା ଭୁଲ ଥିଲା କି ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ସ୍ଥାନରେ ବିରାଟ ଇଷାନ କିଷାନଙ୍କୁ ଖେଳାଇଥିଲେ ଭଲ ହୋଇଥାନ୍ତା କି ବୋଲି ମଧ୍ୟ ସାମ୍ବାଦିକ ଜଣଙ୍କ ପ୍ରଶ୍ନ କରିଥିଲେ ।

ଏହାର ଜବାବରେ କୋହଲି ହସିଥିଲେ । ଏହାପରେ କହିଥିଲେ ଯେ, ଏହା ଏକ ସାହସୀ ପ୍ରଶ୍ନ । ସେ ଭଲ ଟିମକୁ ନେଇ ଖେଳିଥିଲେ । ଆପଣଙ୍କ ମତାମତ କଣ ବୋଲି ସେ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ । ଆପଣ ରୋହିତଙ୍କୁ ଖେଳାଇବେ ନାହିଁ କି ବୋଲି ବିରାଟ ଓଲଟା ପ୍ରଶ୍ନ କରିଥିଲେ । ଏପରିକି ଯଦି ଜାଣିଶୁଣି ବିବାଦ କରିବାକୁ ଚାହାଁନ୍ତି ତାହାଲେ ଆଗୁଆ କହିଦେବା ଭଲ ଥିଲା ବୋଲି ବିରାଟ ଉତ୍ତର ଦେଇଥିଲେ ।

ସେହିପରି ଆଉ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ରନ୍ ମେସିନ୍ କହିଥିଲେ ଯେ, ବିପକ୍ଷ ଟିମ୍ ଭଲ ଖେଳିଲା । ବିପକ୍ଷ ଦଳ ବ୍ୟାଟିଂ, ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା । ଭାରତୀୟ ଖେଳାଳିମାନେ ଚାପ ପକାଇବାରେ ବିଫଳ ହୋଇଥିବା କୋହଲି କହିଥିଲେ ।  

   Related Posts