Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ରୋହିତ-ବିରାଟଙ୍କ ତୁଳନା ସଚିନ-ଦ୍ରାବିଡଙ୍କ ସହ କରାଯାଇ ପାରିବ ନାହିଁ : ମହମ୍ମଦ ୟୁସୁଫ

21/04/2020 at 3:40 PM

ଲାହୋର, ୨୧|୦୪:  ପାକିସ୍ତାନର ପୂର୍ବତନ ବ୍ୟାଟସମ୍ୟାନ ମହମ୍ମଦ ୟୁସୁଫ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବିସ୍ଫୋରକ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ନେଇ ବଡ ବୟାନ ଦେଇଛନ୍ତି । କୋହଲି ଓ ରୋହିତ ଯେତେ ଭଲ ବ୍ୟାଟସମ୍ୟାନ ହେଲେ ମଧ୍ୟ ତାଙ୍କ ତୁଳନା ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ସହ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ୟୁସୁଫ କହିଛନ୍ତି ଯେ, ସଚିନ ଓ ଦ୍ରାବିଡଙ୍କ ଷ୍ଟାଇଲ୍ ଭିନ୍ନ ଥିଲା । ସେମାନଙ୍କ ସହ କୋହଲି ଓ ରୋହିତଙ୍କ ତୁଳନା ହୋଇପାରିବ ନାହିଁ । ଏବେ ଭାରତୀୟ ଦଳରେ ସଚିନ ଓ ଦ୍ରାବିଡଙ୍କ ଭଳି ବ୍ୟାଟସମ୍ୟାନ ନାହାଁନ୍ତି । ଏହି ଶ୍ରେଣୀରେ କୋହଲି ଓ ରୋହିତଙ୍କୁ ରଖାଯାଇ ପାରିବ ନାହିଁ । ଭାରତୀୟ ଦଳରେ ପୂର୍ବରୁ ସଚିନ, ସେହ୍ୱାଗ, ଦ୍ରାବିଡ, ଗାଙ୍ଗୁଲି, ଲକ୍ଷ୍ମଣ, ଯୁବରାଜ ସିଂଙ୍କ ଭଳି ବ୍ୟାଟସମ୍ୟାନ ଥିଲେ । ଏବେ କୌଣସି ଖେଳାଳିଙ୍କୁ ସେମାନଙ୍କ ସହ ତୁଳନା କରାଯାଇ ପାରିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ କୋହଲି ବିଶ୍ୱର ନମ୍ବର ୧ ବ୍ୟାଟସମ୍ୟାନ । ବାବର ଆଜମ ଯେଭଳି ଖେଳୁଛନ୍ତି ସେ ମଧ୍ୟ ଶ୍ରେଷ୍ଠ ବ୍ୟାଟସମ୍ୟାନ ହୋଇପାରିବେ । ଅଷ୍ଟ୍ରେଲିଆରେ ସେ ଯେପରି ବ୍ୟାଟିଂ କରିଥିଲେ ସମସ୍ତଙ୍କୁ ଚକିତ କରିଥିଲା । ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ୫୬.୧୫ ଆଭରେଜରେ ୨୧,୯୦୧ ରନ କରିଛନ୍ତି । ଏଥିରେ ୭୦ଟି ଶତକ ଓ ୧୦୪ଟି ଅର୍ଧଶତକ ରହିଛି ।

   Related Posts