ବିରାଟ କୋହଲୀ ଖୋଲିଲେ ଗୁମର, ଅନୁଷ୍କା ଶର୍ମାଙ୍କ ସହ ପ୍ରଥମ ଦେଖାରେ ତାଙ୍କୁ କଣ କହିଥିଲେ ଜାଣନ୍ତୁ

Published By : Prameya-News7 Bureau | September 06, 2019 IST

ମୁମ୍ବାଇ୬|୯: ୨୦୧୭ ମସିହା ଡିସେମ୍ବର ମାସରେ ବିରାଟ ଓ ଅନୁଷ୍କାଙ୍କ ବିବାହ ଇଟାଲିରେ ହୋଇଥିଲା। ହେଲେ ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କ ପ୍ରେମ କାହାଣୀ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା। ୨୦୧୩ରେ ଉଭୟ ପ୍ରଥମ ଥର ଦେଖା ହୋଇଥିଲେ। ନିକଟରେ ଏକ ସାକ୍ଷାତକାରରେ ବିରାଟ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ।

{"id":153936}

ସେ କହିଥିଲେ ଯେ, ଅନୁଷ୍କାଙ୍କ ସହ ପ୍ରଥମ ଥର ପାଇଁ ଗୋଟେ ଆଡ୍‌ ଶୁଟିଂ ସେଟରେ ଦେଖା ହୋଇଥିଲା। ପ୍ରଥମ ଥର ପାଇଁ ଅନୁଷ୍କାଙ୍କ ସହ ଦେଖା ହେବା ସମୟରେ ସେ ବହୁତ ନର୍ଭସ ଥିଲେ। ତେଣୁ ଅଭିନେତ୍ରୀଙ୍କ ସହ କଥା ବାର୍ତ୍ତା ଆରମ୍ଭ କରିବା ପାଇଁ ବିରାଟ ଥଟା ମଜା କରିଥିଲେ। ହେଲେ ତାଙ୍କୁ ଏହି ଥଟ୍ଟା ମଜା ଭାରି ପଡିଥିଲା।

{"id":153937}

ବିରାଟ କହିଛନ୍ତି ଯେ, ଅଧିକ ନର୍ଭସ ଥିବାରୁ ସେ ମଜା କରିଥିଲେ। କାରଣ ସେ ଜାଣିପାରୁନଥିଲେ ଯେ, ସେ କଣ କରିବେ। ସେ ଶୁଟିଂ ସେଟରେ ଥାଇ ବହୁତ ଡରିଯାଇଥିଲେ କାରଣ ସେ ପ୍ରଥମ ଥର ପାଇଁ ଅନୁଷ୍କାଙ୍କୁ ଦେଖା କରିଥିଲେ।

{"id":153939}

ସେ ମଜା କରି ଭାବିଲେ ଯେ, ଅନୁଷ୍କା ତାଙ୍କୁ ମଜା ମସ୍ତି ସ୍ବଭାବର ବୋଲି କହିବେ। ଶୁଟିଂ ସମୟରେ ଅନୁଷ୍କା ହିଲ୍ସ ପିନ୍ଧିଥିଲେ। ସେଥିପାଇଁ ସେ ବିରାଟଙ୍କଠୁ ଲମ୍ବା ଲାଗୁଥିଲେ। ଅନୁଷ୍କାଙ୍କୁ ବିରାଟ କହିଥିଲେ ଯେ, ତାଙ୍କ ଉଚ୍ଚତା ୬ ଫୁଟ୍‌ରୁ ଅଧିକ ନୁହଁ। ହିଲ୍ସ ପିନ୍ଧି ଅନୁଷ୍କା ତାଙ୍କଠୁ ଲମ୍ବା ଲାଗୁଛନ୍ତି ବୋଲି ବିରାଟ କହିଥିଲେ।

{"id":153940}

ଏନେଇ ଅନୁଷ୍କା ତାଙ୍କୁ ଏକ୍ସକ୍ୟୁଜ୍‌ମି କହି ମୁହଁ ମୋଡିଥିଲେ। ପରବର୍ତ୍ତି ସମୟରେ ବିରାଟ ତାଙ୍କୁ କହିଲେ ଯେ, ସେ ଥଟା ମଜା କରୁଥିଲେ। ତାଙ୍କ ଥଟା ନିଜ ଉପରେ ଭାରି ପଡିଥିଲା। ବିରାଟଙ୍କୁ ଅନୁଷ୍କାଙ୍କ ଆତ୍ମବିଶ୍ବାସ ବହୁତ ଭଲ ଲାଗିଥିଲା। ଏହି ସାକ୍ଷାତକାରରେ ଉଭୟ ଇଟାଲିରେ କାହିଁକି ବିବାହ କରିଥିଲେ ତାହା ମଧ୍ୟ ବିରାଟ କହିଛନ୍ତି।

{"id":153941}

ବିବାହର ପୂରା ଯୋଜନା ଅନୁଷ୍କା କରିଥିଲେ। ଏହା ସମ୍ପୂର୍ଣ୍ଣ ଗୋପନୀୟ ଥିଲା। କାରଣ ବିବାହରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ମଧ୍ୟ ଜଣା ଯାଇନଥିଲା ଯେ, ବିବାହ କେଉଁଠି ହେଉଛି। ଏହା ସହ ବିରାଟ କହିଛନ୍ତି ଯେ, ଉଭୟଙ୍କ ପରିବାର ମିଡିଲ କ୍ଲାସ ବ୍ୟାକ୍‌ଗ୍ରାଉଣ୍ଡର। ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ଥିଲେ।

{"id":153942}

ନିଜ ନିଜ କ୍ୟାରିଅରରେ କଠିନ ପରିଶ୍ରମ କରି ଆଗକୁ ବଢିବା ପରେ ଉଭୟ ପରସ୍ପରଙ୍କ ସହ ଜୀବନ କାଟିବାକୁ ନିଷ୍ପତ୍ତି ନେଇଥିଲେ।୨୦୦୮ ମସିହାରେ ଅନୁଷ୍କା ନିଜ ଫିଲ୍ମ ଶୁଟିଂରେ ବ୍ୟସ୍ଥ ଥିଲେ ଓ ବିରାଟ ୨୦୦୮ ମସିହାରେ ଭାରତୀୟ ଟିମ୍‌ରେ ଡେବ୍ୟୁ କରିଥିଲେ। ୨୦୧୩ ମସିହା ଉଭୟ ପରସ୍ପରଙ୍କୁ ଭେଟିଲା ପରେ ଡେଟ୍‌ କରୁଥିଲେ।

{"id":153943}

ହୁହେଁ ପରସ୍ପରଙ୍କ ଭାବନା ଖୁବ୍‌ ଭଲ ଭାବେ ବୁଝିପାରୁଥିଲେ । ସେହି ସମୟରେ ଉଭୟ ଅନୁଭବ କରିଥିଲେ ଯେ, ସେମାନଙ୍କୁ ତାଙ୍କ ଚାର୍ମ ପାର୍ଟନର ମିଳିଯାଇଥିଲା। ଏହା ପରେ ୨୦୧୭ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.