ସେମିଫାଇନାଲ ପୂର୍ବରୁ ଧୋନୀଙ୍କ ସନ୍ୟାସ ନେଇ କୋହଲିଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ

Published By : Prameya-News7 Bureau | July 09, 2019 IST

ମାଞ୍ଚେଷ୍ଟର ୯|୭: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ ହେବାକୁ ଯାଉଥିବା ବେଳେ ଗତକାଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ରଣନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସାମ୍ବାଦିକଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରିଛନ୍ତି । ଏଥିସହ କ୍ରିକେଟ୍ ରୁ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ସଂପର୍କରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।

{"id":131930}

ସୂଚନାଯୋଗ୍ୟ ଯେ, ବିଶ୍ବକପ୍ ଦଳରେ ମହନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରାଯିବା ନେଇ ମୂଳରୁ ହିଁ ବିକର୍ତର ସୂତ୍ରପାତ ହୋଇଥିଲା । ୩୮ବର୍ଷ ବୟସରେ ପାଦ ଦେଇଥିବା ଧୋନୀଙ୍କୁ ନେଇ ବିଶ୍ବକପ୍ ର ଲିଗ୍ ପର୍ଯ୍ୟାୟର ମଧ୍ୟ ଆଲୋଚନା ଓ ସମାଲୋଚନା ଜାରି ରହିଥିଲା । ଓ୍ବିକେଟ୍ ପଛପଟେ ଧୋନୀ ଚମତ୍କାର ପଦର୍ଶନ କରି କିମ୍ବା ବ୍ୟାଟିଂ ଯୋଗୁଁ ବାରମ୍ବାର ସମାଲୋଚନାର ଶୀକାର ହୋଇଥିଲେ । ଦଳର ବହୁ ପୂର୍ବତନ ବରିଷ୍ଠ ଖେଳାଳୀ ଧୋନୀଙ୍କ ବ୍ୟାଟିଂ ପଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ ।

{"id":131926}

ବିଶ୍ବକପ୍ ର ଲିଗ୍ ପର୍ଯ୍ୟାୟରେ ଭାରତ ବଶ୍ ଭଲ ପ୍ରଦର୍ଶନ କରିଥିଲା । ଦଳର ସମସ୍ତ ଖେଳାଳୀଙ୍କ ପଦର୍ଶନ ଉଚ୍ଚକୋଟୀର ଥିଲା । ବ୍ୟାଟିଂ ଓ ଓ୍ବିକେଟ କିପିଂ ସହ ଧୋନୀ ରଣନୀତି ପ୍ରସ୍ତୁତ କରିବା କ୍ଷେତ୍ରରେ କୋହଲିଙ୍କୁ ବରାବର ସହଯୋଗ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଧୋନୀଙ୍କ ପରାମର୍ଶ ଦଳ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥିଲା । ଏପରିକି ଓ୍ବିକେଟ୍ ପଛପଟେ ରହି ବୋଲରମାନଙ୍କୁ ଟିପ୍ସ ଦେଇ ଏକପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଆଉଟ୍ କରିବା କ୍ଷେତ୍ରରେ ଧୋନୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ।

{"id":131931}

ତେବେ ବିଶ୍ବକପ୍ ପ୍ଲେଇଂ ଇଲେଭେନ୍ ରେ ସ୍ଥାନ ନପାଇବା ଯୋଗୁଁ କ୍ଷୁବ୍ଧ ହୋଇ କ୍ରିକେଟ୍ ର ସବୁ ଫର୍ମାଟରୁ ଅମ୍ବାତି ରାୟିଡୁଙ୍କ ସନ୍ୟାସ ଘୋ।ଣା ପରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟରୁ ସନ୍ୟାସ ନେବା ନେଇ ପୂର୍ବାନୁମାନ ଓ ଆଲୋଚନା ଆରମ୍ଭ ହୋଇଥିଲା । ବିଶ୍ବକପ୍ ପରେ ପରେ ଧୋନୀ ଏକଦୀବସୀୟ କ୍ରିକେଟ୍ ରୁ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

{"id":131927,"width":575,"height":323}

ସୂଚନାଯୋଗ୍ୟ ଯେ, ଧୋନୀ ଟେଷ୍ଟ କ୍ରିକେଟ୍ ରୁ ସନ୍ୟାସ ନେଇସାରିଛନ୍ତି । ଏବେ ଏକଦୀବସୀୟ କ୍ରିକେଟ୍ ରୁ ଧୋନୀଙ୍କ ସନ୍ୟାସ ସଂପର୍କରେ ଆଲୋଚନା ଚାଲିଥିବା ବେଳେ ଗତକାଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ମନ୍ତବ୍ୟ ରଖିଛନ୍ତି । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ, ଧୋନୀଙ୍କ ଅଧିନାୟକତ୍ବ ସମୟରେ ସେ ଭାରତୀୟ ଦଳରେ ଖେଳିବା ଆରମ୍ଭ କରିଛନ୍ତି । ତାଙ୍କ ଅଧିନାୟକତ୍ବରେ ଖେଳ ଆରମ୍ଭ କରିଥିବା ଯେକୌଣସି ଖେଳାଳି କେବେ ତାଙ୍କ ସନ୍ୟାସ ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରିବ ନାହିଁ । ଭାରତୀୟ କ୍ରିକେଟ୍ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇବା କ୍ଷେତ୍ରରେ ଧୋନୀଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେନାହିଁ । ଧୋନୀ ଦଳ ପାଇଁ ଏକ ଅମୂଲ୍ୟ ରତ୍ନ ଏକଥାକୁ ନେଇ କେହି ବିବାଦ କରିପାରିବେ ନାହିଁ । କୋହଲିଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଶାନ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.