Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ୱାଲର୍ଡ କପ୍ ୨୦୧୯: ବିରାଟ କୋହଲି ଖୋଲିଲେ ବହୁ ଗୁରୁତ୍ବପୂର୍ଣ୍ଣ ରାଜ

3/06/2019 at 4:57 PM

ଭରତୀୟ କ୍ରିକେଟ ଟିମର କ୍ୟାପଟେନ ଭିରାଟ କୋହଲି କ୍ରିକେଟ ୱାଲର୍ଡ କପ୍‌ ୨୦୧୯ ମ୍ୟାଚ୍‌ ପୂର୍ବରୁ ଅନେକ ରାଜ ଖୋଲିଛନ୍ତି।  ଭାରତୀୟ କ୍ରିକେଟ୍‌ ତାରକା ବିରାଟ ପ୍ରଶଂସକଙ୍କ ସହ ସାକ୍ଷାତକାରରେ ଅନେକ ଅଜଣା କଥା କହିଛନ୍ତି।  ସାକ୍ଷାତକାରରେ ସେ ଏମଏସ୍‌ ଧୋନି ଏବଂ ୱାଲର୍ଡ କପ୍‌ ବିଷୟରେ କିଛି ବିଶେଷ ସୂଚନା ଦେଇଛନ୍ତି।

୨୦୧୯ ୱାଲର୍ଡ କପ୍‌ ବିରାଟଙ୍କର ତୃତୀୟ ୱାଲର୍ଡକପ୍‌ ହେବ ଯେଉଁଥିରେ ସେ ଖେଳିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ୨ଟି ୱାଲର୍ଡ କପ୍‌ ଓ ଏହି ୱାଲର୍ଡ କପ୍‌ରେ ବହୁତ ଫରକ ଅଛି। ୨୦୧୧ ମସିହା ୱାଲର୍ଡ କପ୍‌ରେ ତାଙ୍କ ଉପରେ କୌଣସି ଚାପ ନଥିଲା। ୧୦୧୫ର ଭାବନା କିଛି ନିଆରା ଥିଲା। କିନ୍ତୁ ଏଥର ତାଙ୍କ ଉପରେ ଅନେକ ଚାପ ଅଛି। ସେ ଏମଏସ ଧୋନିଙ୍କର ବହୁତ ସମ୍ମାନ କରନ୍ତି ବୋଲି କହିଥିଲେ।

ବିଗତ ଦିନ ଖେଳ ସମୟରେ ସେ ଟିମ୍‌ ବସରେ ଯିବା ବେଳେ ସବୁବେଳେ ପଛରେ ବସୁଥିଲେ କାରଣ ସଚିନ ଆଗରେ ବସୁଥିଲେ। ସେ ପ୍ରଥମ ଥର ପାଇଁ ଯେତେବେଳେ ଧୋନିଙ୍କ ପାଖକୁ ଯାଇଥିଲେ ତାଙ୍କ ହାର୍ଟ ବିଟ୍‌ ବଢିଯାଇଥିଲା। ଆଜି ଯାଏଁ ତାଙ୍କୁ ସେ ମୂହୁର୍ତ୍ତ ମନେ ଅଛି। ସେ ଜୀବନ ସାରା ଏହି ମୂହୁର୍ତ୍ତକୁ ଭୁଲି ପାରିବେ ନାହିଁ।

ଧୋନି ତାଙ୍କୁ କ୍ରିକେଟ୍‌ରେ ଓପନିଗଂ କରିବାର ସୁଯୋଗ ଦେଇଥିଲେ। ଧୋନି ସବୁବେଳେ ତାଙ୍କର କ୍ୟାପଟେନ୍‌ ରହିବେ ବୋଲି ବିରାଟ କହିଥିଲେ। ବିରାଟ ଓ ଧୋନି ଟିମ୍‌ ଇଂଡିଆ ପାଇଁ ସବୁକିଛି କରିପାରିବେ। ଉଭୟଙ୍କ ସଚ୍ଚୋଟ ପଣିଆ ଓ ଟିମ୍‌ ପାଇଁ ଥିବା ଭଲ ପାଇବା ଯୋଗୁଁ ପରସ୍ପରଙ୍କ ସଂପର୍କ ଆଜି ମଧ୍ୟ ଭଲ ଅଛି। ସେ ରାଗିଲେ ତାଙ୍କୁ ନୂଆ ଯୁବ ଖେଳାଳୀ ଶାନ୍ତ କରାନ୍ତି ବୋଲି କହିଥିଲେ ବିରାଟ୍‌। ଯେତେ ଯାହା ହେଲେ ମଧ୍ୟ ସବୁବେଳେ ମନ ଖୋଲି ଖେଳିବା ଉଚିତ୍‌।

ସେ କ୍ୟାପଟେନ ହେଲା ପରେ ସଂଜୟ ବାଂଗଡଙ୍କ କଥା ତାଙ୍କୁ ଖୁବ୍‌ ସାହାଯ୍ୟ କରିଛି। ତାଙ୍କ କଥା ଶୁଣିବା ପରେ କ୍ରିକେଟ ଖେଳିବା ପୂର୍ବରୁ ସେ କେବେ ଚାପରେ ଖେଳନ୍ତି ନାହିଁ। ୨୦୧୪ରେ ଇଂଲଣ୍ଡରେ ନିଜର ଖରାପ ପ୍ରଦର୍ଶନ ବିଷୟରେ ମଧ୍ୟ କହିଥିଲେ ବିରାଟ। ସେ କହିଥିଲେ ଯେ, ଏହି ଖରାପ ଅନୁଭୂତି ତାଙ୍କ ସହ ଦେଢ ବର୍ଷ ଯାଏଁ ଥିଲା। ଅଷ୍ଟ୍ରେଲିଆରେ ରନ କରିବା ପରେ ଓ ଭଲ ଖେଳିବା ପରେ ସେହି ଭାବନା ତାଙ୍କ ମନରୁ ଦୂର ହୋଇଥିଲା।

   Related Posts