Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଶପଥ ନେଲେ କୋହଲି, ‘ଆରସିବି ସହ ଆଉ ୩ ବର୍ଷ, ମୋର ଶ୍ରେଷ୍ଠ ପ୍ରଦର୍ଶନ ଏବେ ବାକି ଅଛି’

1/12/2021 at 3:07 PM

ନୂଆଦିଲ୍ଲୀ ୦୧/୧୨ : ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଓ ଦିନିକିଆ କ୍ୟାପଟେନ ବିରାଟ କୋହଲି କହିଛନ୍ତି ଯେ ଆଇପିଏଲର ଆଉ ୩ଟି ସିଜନ ପାଇଁ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସହ ରହିବାକୁ ତାଙ୍କ ପାଖରେ ଆଉ କିଛି ବିଚାର ନାହିଁ। ଆରସିବି ମେଗା ନିଲାମୀ ପୂର୍ବରୁ ନିଜେ ରିଟେନ କରିଥିବା ଖେଳାଳିଙ୍କର ଖୁଲାସା କରିଛି। ଫ୍ରାଞ୍ଚାଇଜି ବିରାଟ କୋହଲିଙ୍କୁ ୧୫ କୋଟି, ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୧ କୋଟି ଓ ମହମ୍ମଦ ସିରାଜଙ୍କୁ ୭ କୋଟି ଟଙ୍କାରେ ରିଟେନ କରିଛି।

ଆରସିବି ଦ୍ୱାରା ରିଟେନ କରାଯିବା ପରେ ବିରାଟ କୋହଲି ଫ୍ରାଞ୍ଚାଇଜିର ୟୁଟ୍ୟୁବ ଚାନେଲରେ ଏକ ଭିଡିଓରେ କହିଛନ୍ତି ଯେ, “ଯାତ୍ରା ଜାରି ରହିଛି, ମୋତେ ଆରସିବି ରିଟେନ କରିଛି। ମୋତେ ଯେତେବେଳେ ଯୋଗାଯୋଗ କରାଯାଇଥିଲା ଆଉ କିଛି ଦ୍ୱିତୀୟ ବିଚାର ଆସିନଥିଲା। ଗତ କିଛି ବର୍ଷ ହେଲା ଏହା ଅଦ୍ଭୁତ ଯାତ୍ରା ରହିଛି। ଫ୍ରାଞ୍ଚାଇଜି ସହ ଆଉ ୩ ବର୍ଷ ରହିବାର ଅଛି ଏବଂ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ। ମୋ ମତରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବାକି ଅଛି ଏବଂ ଆଗାମୀ ସିଜନରେ କଣ ହେବ ସେନେଇ ମୁଁ ବହୁତ ଉତ୍ସାହିତ।”

ଆଗକୁ ସେ କହିଛନ୍ତି, ‘ଆମର ପ୍ରଶଂସକ ଆଧାର ଅଦ୍ଭୁତ। ପ୍ରବନ୍ଧନ ମୋର ଓ ଅନ୍ୟ ସବୁ ଖେଳାଳିଙ୍କ ସହ ବହୁତ ଭଲ। ନୂଆ ଉର୍ଜା ଓ ମଇଦାନରେ ମୋର ଏକ ଅଲଗା ରୂପ, କିନ୍ତୁ ମୁଁ ହୃଦୟ ଓ ଆତ୍ମା ସହ ଆରସିବି ସହ ରହିଛି।’ ଆଇପିଏଲ ୨୦୨୧ ପୂର୍ବରୁ ବିରାଟ କୋହଲି ଘୋଷଣା କରିଥିଲେ ଯେ ସେ ୨୦୨୨ ରୁ ଆରସିବି ପାଇଁ କ୍ୟାପିଟେନ୍ସି କରିବେନି। କ୍ୟାପିଟେନ୍ସି ଛାଡିବା ପଛରେ କାମ ଚାପ ଅଛି ବୋଲି କୋହଲି କହିଥିଲେ।

ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କା ଅନୁବନ୍ଧରେ ରଖାଯାଇଛି ଯାହା ଗତ ୩ ବର୍ଷରେ ତାଙ୍କ ଆୟରୁ ୨ କୋଟି ଟଙ୍କା କମ୍। କୋହଲି ଅଧିକ ରାଶି ସହ ମେଗା ନିଲାମୀରେ ପ୍ରବେଶ କରିବାକୁ ଫ୍ରାଞ୍ଚାଇଜିର ଆବଶ୍ୟକତା ପୁରା କରିବାକୁ ବେତନ କମ୍ କରିଦେଇଛନ୍ତି।

   Related Posts