Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଓ୍ବାର୍ଲଡ କପ୍ ପୂର୍ବରୁ ଗୋଆରେ ପତ୍ନୀଙ୍କ ସହ ରିଲାକ୍ସ କରୁଛନ୍ତି ବୀରାଟ, ସୋସାଲ ମିଡିଆରେ ଫଟୋ ଭାଇରାଲ

15/05/2019 at 9:26 PM

ଇଂଲଣ୍ଡ ଓ୍ବାଲେସ୍ ରେ ମେ ୩୦ରୁ ଆରମ୍ବ ହେବ ଆଇସିସି ଓ୍ବାର୍ଲଡ କପ୍। ବିଶ୍ବ କପ୍ କ୍ରିକେଟ ପାଇଁ ଆହୁରି ୧୫ ଦିନ ବାକି। ଏଣୁ ଖାଲି ସମୟକୁ ବେଶ ଉପଭୋଗ କରୁଛନ୍ତି ଟିମ ଇଣ୍ଡିଆ କ୍ୟାପ୍ଟେନ ବୀରାଟ କୋହଲୀ। ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୀରାଟ ଏବେ ଗୋଆରେ ରିଲାକ୍ସ କରୁଛନ୍ତି। ଏଠାରେ ବୀରାଟ ଓ ଅନୁଷ୍କାଙ୍କ ରିଲାକ୍ସ ମୁଡର ଫଟୋ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସାଲ ମିଡିଆର ଏହି ଫଟୋ ଗୁଡିକ ଏବେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ବେଶ କ୍ରେଜ ସୃଷ୍ଟି କରିଛି । ଏହି ଫଟୋ ସବୁ ଏବେ ଖୁବ ସେୟାର ହେଉଛି । ଯେଉଁଥିରୁ ବୀରାଟ ଗୋଆରେ କ୍ବାଲିଟି ଟାଇମ ସ୍ପେଣ୍ଡ କରୁଥିବା ଦେଖାଯାଇଛି। ନିକଟରେ ଭାରତୀୟ ଟିମ୍ ର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ ବିଶ୍ବକପ୍ କ୍ରିକେଟ ପାଇଁ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଥିଲେ। ତେବେ ଟିମ ଅଧିନାୟକଙ୍କ ଭେକେସନରୁ ଟିମର ପ୍ରସ୍ତୁତି ନେଇ କ୍ରିକେଟ ପ୍ରେମୀ ଏବେ ଚିନ୍ତାରେ ପଡିଛନ୍ତି।

ଆଇପିଏଲ ବିଜି ସ୍ୟୁଡଲରୁ ଏବେ କ୍ରିକେଟରଙ୍କୁ ମୁକ୍ତି ମିଳିଛି। ଆଗକୁ ବିଶ୍ବକପ୍, ଏଣୁ ବୀରାଟ ଆଇପିଏଲରୁଛୁଟି ପାଇବା ପରେ ସିଧା ପହଞ୍ଚିଛନ୍ତି ଗୋଆରେ। ଏଣୁ କୋଚଙ୍କ କହିବା ବି ଠିକ୍। ଟିମ୍ ଇଣ୍ଡିଆର ୧୫ ଜଣ ଖେଳାଳି ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। କେବଳ ଯାହା ବାକି ରହିଛି ତାହା ହେଲା ଓ୍ବଲସରେ ପହଞ୍ଚିବା । ଏଣୁ ବୀରାଟ ତାଙ୍କର ପ୍ରସ୍ତୁତି ଶେଷକରିଥିବା ଆଶା କରାଯାଉଛି।

   Related Posts