ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ କୋହଲି: ବ୍ୟାଟ୍ସମ୍ୟାନଙ୍କୁ କଲେ ଦାୟୀ, କହିଲେ-ଜିତିବାର ଜୋସ୍ ଦେଖିବାକୁ ମିଳିନଥିଲା

Published By : Prameya-News7 Bureau | December 19, 2020 IST

ଆଡିଲେଡ୍ ୧୯/୧୨ : ଅଷ୍ଟ୍ରେଲିଆ ବିପକ୍ଷରେ ଳଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି ପ୍ରଥମ ଦିବା-ରାତ୍ର ମ୍ୟାଚ୍‌ରେ ଖେଳାଳୀଙ୍କ ଜିତିବାର ମନୋବଳ ଆଦୌ ନଥିଲା । ଭାରତୀୟ ଦଳ ଦ୍ବିତୀୟ ପାଳିରେ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଯାଇଥିଲା ଯାହାକି ଭାରତ ପାଇଁ ସର୍ବନିମ୍ନ ସ୍କୋର । ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଓ୍ବିକେଟରେ ଜିତି ନେଇ ସିରିଜରେ ୧-୦ରେ ଆଗୁଆ ହୋଇଛି ।

{"id":379871,"sizeSlug":"large","linkDestination":"none"}

ମ୍ୟାଚ୍ ଶେଷ ହେବା ପରେ କୋହଲି କହିଛନ୍ତି, 'ଶବ୍ଦରେ ପ୍ରକାଶ କରିବା ଅତ୍ୟନ୍ତ କଷ୍ଟକର । ଆମ ପାଖରେ ୬୦ ରନର ଲିଡ ଥିଲା କିନ୍ତୁ ଦ୍ବିତୀୟ ଇଂନିସରେ ବ୍ୟାଟ୍ସମ୍ୟାନ୍‌ମାନେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ସେ କହିଛନ୍ତି ୨ ଦିନ କଠିନ ପରିଶ୍ରମ କରି ଦଳକୁ ମଜଭୁତ ସ୍ଥିତିରେ ଆଣିବା ପରେ ମାତ୍ର ଘଣ୍ଟାଏ ମଧ୍ୟରେ ସ୍ଥିତି ପଲଟିଯିବା ଅତ୍ୟନ୍ତ ଦୁଃଖ ଦାୟକ’ ।

{"id":379872,"sizeSlug":"large","linkDestination":"none"}

କୋହଲି କହିଛନ୍ତି ଯେ ଅଷ୍ଟ୍ରେଲୀୟ ବୋଲରମାନେ ଭଲ ବୋଲିଂ କରିଥିଲେ କିନ୍ତୁ ପ୍ରଥମ ଇନିଂସ ତୁଳନାରେ ସେମାନେ କିଛି ନୂଆ କରିନଥିଲେ । ଦ୍ବିତୀୟ ଇଂନିସରେ ରନ କରିବା କଷ୍ଟ ସାଧ୍ୟ ହୋଇଥିଲା ଯାହାଫଳରେ କି ଅଷ୍ଟ୍ରେଲୀୟ ବୋଲରମାନଙ୍କର ମନୋବଳକୁ ଆହୁରି ଦୃଢ କରିଥିଲା । ସେମାନେ ଭଲ ଲାଇନ ଏବଂ ଲେନ୍ଥରେ ବୋଲିଂ କରିଥିଲେ ବୋଲି କୋହଲି କହିଛନ୍ତି । ତେବେ ବର୍ତ୍ତମାନ କୋହଲି ଭାରତ ଫେରିବାକୁ ଥିବାରୁ ଅବଶିଷ୍ଟ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ହିଁ ଅଧିନାୟକ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.