Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟଙ୍କ ପ୍ରେସମିଟ୍: ଦଳ ଚାପ ମୁକ୍ତ, ହେଲେ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ

2/06/2021 at 9:26 PM

ମୁମ୍ବାଇ ୦୨।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ପାଇଁ ଆଜି ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ହେଲେ ଇଂଲଣ୍ଡ ଗସ୍ତ ପୂର୍ବରୁ ବୁଧବାର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅନଲାଇନ୍‌ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିରାଟ କୋହଲି କହିଛନ୍ତି, ବିଶ୍ଵ ଟେଷ୍ଟ ଚମ୍ପିଆନସିପର୍‌ ମୁକାବିଲା ପୂର୍ବରୁ ଦଳ ଉପରେ କୌଣସି ଚାପ ନାହିଁ। ଟାଇଟଲ୍ ମୁକାବିଲା ପାଇଁ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ। କିନ୍ତୁ ସେ ଏହା ମଧ୍ୟ ମାନିଛନ୍ତି ଯେ, ଟାଇଟଲ୍ ମୁକାବିଲା ସେତେଟା ସହଜ ହେବ ନାହିଁ। ଦଳ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କୋହଲି କହିଛନ୍ତି। ଫାଇନାଲ୍ ମୁକାବିଲା ପରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେବେ ଫାଇନାଲ୍ ମୁକାବିଲା ଏବଂ ଟେଷ୍ଟ ସିରିଜ୍ ମଧ୍ୟରେ ଲମ୍ବା ବ୍ୟବଧାନ ରହିଛି। ଏହି ସମୟକୁ ନିଜ ଖେଳ ଉପରେ ଧ୍ୟାନ ଦେବା, ବିଶ୍ରାମ ନେବା ଏବଂ ସ୍ଵାଧୀନ ଭାବେ ବୁଲିବାର ସୁଯୋଗ ମିଳିବ ବୋଲି ଭାରତୀୟ ଅଧିନାୟକ କହିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଗୋଟିଏ ଫାଇନାଲ୍ର ଫର୍ମାଟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଟାଇଟଲ୍ ମୁକାବିଲା ଗୋଟିଏ ମ୍ୟାଚ୍ ବଦଳରେ ତିନୋଟି ମ୍ୟାଚ୍ ରହିବା ଉଚିତ୍। ଗୋଟିଏ ଖରାପ କିମ୍ବା ଭଲ ମ୍ୟାଚ୍‌ ଆପଣଙ୍କ ପ୍ରତିଭାର ମାପକାଠି ହୋଇ ପାରିବ ନାହିଁ। ଗୋଟିଏ ମ୍ୟାଚ୍‌ ହାରିଲେ ବର୍ଷକର ସବୁ ପ୍ରୟାସ ବ୍ୟର୍ଥ  ହୋଇଯିବ। ତେଣୁ ତିନୋଟି ମୁକାବିଲା ହେଲେ ଦଳକୁ ନିଜକୁ ସାବ୍ୟସ୍ତ କରିବାକୁ ସମୟ ମିଳିବ ବୋଲି ଶାସ୍ତ୍ରୀ କହିଛନ୍ତି।

ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ଆଜି ଇଂଲଣ୍ଡ ଗସ୍ତ କରିବ। ଏହା ପରେ ଦଳ ସେଠାରେ ମଧ୍ୟ କଡା କ୍ଵାରେଣ୍ଟାଇନ୍‌ରେ ରହିବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଇଂଲଣ୍ଡରେ ପହଞ୍ଚି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତୀୟ ଦଳ ପାଇଁ ଅଭ୍ୟାସ୍ ମ୍ୟାଚ୍‌ର କୌଣସି ବ୍ୟବସ୍ଥା ନାହିଁ।

   Related Posts