ଏହି ଖେଳାଳିଙ୍କୁ ଖୁବ୍ ପ୍ରଶଂସା କଲେ କୋହଲି, କହିଲେ- 'ଟି୨୦ ବିଶ୍ୱକପରେ ନେବେ ଗୁରୁତ୍ୱପୂର୍ଣ୍ଣ ଭୂମିକା'

Published By : Prameya-News7 Bureau | December 09, 2020 IST

ସିଡନୀ,୯/ ୧୨: ଅଷ୍ଟ୍ରେଲିଆକୁ ଟି୨୦ ସିରିଜରେ ପରାସ୍ତ କରିଛି ବିରାଟ ବାହିନୀ । ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସିରିଜ ହାରିବା ପରେ ଭାରତ ଟି-୨୦ ସିରିଜ ନିଜ ନାମରେ କରିଛି । ‌ ଅପରପକ୍ଷେ ସଦ୍ୟ ସମାପ୍ତ ଟି-ଟ୍ୱେଣ୍ଟି ସିରିଜ୍‌ରେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ଯୁବ ପେସ ବୋଲର ଟି ନଟରାଜନଙ୍କୁ ଅଧିନାୟକ ବିରାଟ କୋହଲି ବେସ୍ ପ୍ରଶଂସା କରିଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେ ଭାରତୀୟ ଦଳର ଷ୍ଟାର୍‌ ବୋଲର ବିବେଚିତ ହେବେ ବୋଲି କହିଛନ୍ତି ରନ୍ ମେସିନ୍ ବିରାଟ ।

ବିରାଟ କହିଛନ୍ତି ଯେ, ନଟରାଜନଙ୍କ ବୋଲିଂ ତାଙ୍କୁ ଖୁବ୍ ପ୍ରଭାବିତ କରିଛି। ସେ ସିରିଜରେ ଶୃଙ୍ଖଳିତ ବୋଲିଂ କରିଛନ୍ତି। ନଟରାଜନ୍  ଜଣେ ନବାଗତ ବୋଲର ଭଳି ମନେ ହୋଇନଥିଲେ। ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ସେ ଦଳକୁ ସୁଯୋଗ ଦେଇ ନଥିଲେ। ଦଳ ଚାପରେ ଥିବା ସମୟରେ ତାଙ୍କ ବୋଲିଂ ସବୁଠୁ ଅଧିକ ପ୍ରଭାବଶାଳୀ ରହିଥିଲା। ଆହୁରି ମଧ୍ୟ ନଟରାଜନ ଶୃଙ୍ଖଳିତ ଓ କଠିନ ପରିଶ୍ରମୀ ଖେଳାଳି କହିଛନ୍ତି କୋହଲି ।

{"id":374917,"sizeSlug":"large","linkDestination":"none"}

ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ନଟରାଜନ ଅନେକ ସଫଳତା ଅର୍ଜନ କରିବେ। ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଦଳ ଯୋଗ୍ୟ ବୋଲର ପାଇଛି। ଆଶା କରୁଛି ସେ ଆଗାମୀ ଦିନରେ ଏଭଳି କଠିନ ପରିଶ୍ରମ ଜାରି ରଖି ଦଳ ପାଇଁ ଅନେକ ସଫଳତା ଆଣିବେ ବୋଲି ବିରାଟ ଆଶା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.