ଏବି ଡିଭିଲିୟର୍ସଙ୍କ ପ୍ରସିଦ୍ଧ ‘ସ୍କୁପ ସଟ୍’ ଖେଳିଲେ ବିରାଟ କୋହଲି, ମିଷ୍ଟର ୩୬୦ ଦେଲେ ଏମିତି ପ୍ରତିକ୍ରିୟା

Published By : Prameya-News7 Bureau | December 06, 2020 IST

ସିଡନୀ ୦୬।୧୨: ଭାରତ ଶିଖର ଧାଓ୍ଵନଙ୍କ ୩୬ ବଲରୁ ୫୨ ରନର ଇନିଂସ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରବିବାର ସିଡନୀରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ସିରିଜ୍ ଜିତି ନେଇଛି। ଏଥିସହ ଭ୍ରମଣକାରୀ ଭାରତ ଦିନିକିଆ ସିରିଜ୍‌ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଦମଦାର ବ୍ୟାଟିଂ କରି ୪୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ କୋହଲି ଆଣ୍ଡ୍ର୍ୟୁ ଟାଇଙ୍କ ବଲରେ ଦକ୍ଷିଣ ଆଫ୍ରିକାର କ୍ରିକେଟ୍‌ର ଏବି ଡିଭିଲିୟର୍ସଙ୍କ ପ୍ରସିଦ୍ଧ ସ୍କୁପ୍‌ ସଟ୍‌ ଖେଳି ଛକା ମାରିଛନ୍ତି। ଏହି ଚମତ୍କାର ସଟ୍ ଦେଖିବା ପରେ ଏବି ଡିଭିଲିୟର୍ସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବିରାଟ କୋହଲି ମ୍ୟାଚ୍‌ ପରେ ‘ସ୍କୁପ ସଟ୍‌’ ଉପରେ ଆଲୋଚନା କରି କହିଛନ୍ତି, ଏହା ଏକ ହାସ୍ୟାସ୍ପଦ ମୁହୂର୍ତ୍ତ ଥିଲା। ମୁଁ ଏବି ଡିଭିଲିୟର୍ସଙ୍କୁ ମେସେଜ୍ କରିଛି ଏବଂ ଦେଖିବାକୁ ଚାହିଁବି ସେ କଣ କହୁଛନ୍ତି। ଡିଭିଲିୟର୍ସ ମଧ୍ୟ କାଳ ବିଳମ୍ବ ନକରି ପ୍ରତି ଉତ୍ତରରେ ଥମ୍ସ ଅପ୍‌ ଇମୋଜି ଟ୍ଵିଟ୍ କରିଛନ୍ତି। ଏବି ଡିଭିଲିୟର୍ସଙ୍କ ଏହି ସ୍କୁପ ସର୍ଟ ବହୁତ ଲୋକପ୍ରିୟ। ଏଥିରେ ବ୍ୟାଟସମ୍ୟାନ ଆଣ୍ଠୁ ମାଡି ଫାଇନ ଲେଗ୍ ଉପରେ ସଟ୍ ଖେଳିଥାନ୍ତି।

wp:html /wp:html

ପ୍ରଥମେ ବ୍ୟାଟିଂ କରି ମାଥ୍ୟୁ ଓ୍ଵାଦେଙ୍କ ୫୮ ରନ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ୪୬ ରନ ଇନିଂସ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୪ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ୫୨ ରନ, ବିରାଟ କୋହଲିଙ୍କ ୪୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୩୫ ରନ ଇନିଂସ ବଳରେ ଭାରତ ୨ଟି ବଳକା ଥାଇ ୫ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.