ଆଇପିଏଲ ୨୦୨୧ ପାଇଁ ଏମିତି ରହିବ ବିରାଟଙ୍କ ପ୍ଲାନ୍, ଏହି ୧୧ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଆରସିବି !

Published By : Prameya-News7 Bureau | March 08, 2021 IST

ବେଙ୍ଗାଲୁରୁ,୦୮/୦୩:   ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭଲ ପ୍ରଦର୍ଶନ କରି ପ୍ଲେ-ଅଫରେ ପ୍ରବେଶ କରିଥିଲା । କିନ୍ତୁ ଦଳ ଏଲିମିନେଟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ଲଗାତର ୪ଟି ମୁକାବିଲା ହାରିବା ସତ୍ତ୍ନେ ପ୍ଲେ-ଅଫରେ ପାଦ ଦେଇଥିଲା । ଆରସିବି ୨୦୨୦ ଆଇପିଏଲରେ ନିଜର ଅଭିଯାନ ହାଇଦ୍ରାବାଦକୁ ପରାସ୍ତ କରି ଆରମ୍ଭ କରିଥିଲା ।  ଏବେ ଆସନ୍ତା ଏପ୍ରିଲ ୯ରୁ ଆଇପିଏଲ-୨୦୨୧ ଆରମ୍ଭ ହେବ ।

ଆରସିବି ଏବେଯାଏଁ ଟ୍ରଫି ଜିତିପାରି ନାହିଁ । ବିରାଟ ୨୦୨୧ରେ ଦଳକୁ ଟ୍ରଫି ଉପହାର ଦେବା ନେଇ ପ୍ରୟାସ କରିବେ । ଆଗାମୀ ମୁକାବିଲା ପୂର୍ବରୁ ଦଳ ୧୦ ଖେଳାଳିଙ୍କୁ ରିଲିଜ କରି ୮ ନୂଆ ଖେଳାଳି କିଣିଛି । ଦଳ ଗ୍ଲେନ ମ୍ୟାକ୍ସଓ୍ୱେଲ ଓ କାଇଲ୍ ଜେମିସନଙ୍କୁ କିଣିଛି ।  ଦଳ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ । ଆସନ୍ତୁ ନଜର ପକାଇବା ପ୍ଲେଇଂ ଇଲେଭେନ୍ ଉପରେ ।

ଓପନର

ଟି୨୦ରେ ଅଷ୍ଟ୍ରେଲିଆ ତରଫରୁ ଓପନିଂ କରି ମ୍ୟାକ୍ସଓ୍ୱେଲ ଶତକ ଲଗାଇଥିଲେ । ଚଳିତ ଥର ସେ ଓପନିଂ କରିପାରନ୍ତି । ଦଳ ପାଖରେ ଏବି ଡିଭିଲର୍ସ ରହିଛନ୍ତି । ସେ ମଧ୍ୟକ୍ରମରେ ଖେଳାଳି ୧୩ ମ୍ୟାଚରୁ ୧୦୮ ରନ୍ କରିଥିଲେ । ଗୋଟିଏ ହେଲେ ଛକା ଲଗାଇପାରି ନଥିଲେ । କିନ୍ତୁ ଦେବଦତ୍ତ ପାଦିକଲ ୪୭୩ ରନ୍ କରିଥିଲେ ।

ମଧ୍ୟକ୍ରମରେ ବିରାଟ କୋହଲି ରହିଛନ୍ତି । ସେ ଚଳିତ ଥର ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି । ୨୦୨୦ରେ ସେ ଓପନର ହୋଇ ଫେଲ୍ ମାରିଥିଲେ ।

ଦଳ ପାଖରେ ଅନେକ ଅଳରାଉଣ୍ଡର ଅଛନ୍ତି । ଓ୍ୱାଶିଂଟନ ସୁନ୍ଦର, ଡାନିଏଲ କ୍ରିଷ୍ଟିୟନ ଉଭୟ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଖେଳିପାରନ୍ତି । ହର୍ଷଲ ପଟେଲ ୭ନମ୍ବରରେ ବ୍ୟାଟିଂ କରିପାରନ୍ତି ।

ବୋଲର ଭାବରେ ଦଳ ପାଖରେ ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ଅଛନ୍ତି । ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଚହଲ ସ୍ପିନର ଭୂମିକା ତୁଲାଇବେ । ସିରାଜ ଓ କାଇଲ ଜେମିସନ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ ।ଆଡାମ ଜାମ୍ପା, କେନ୍ ରିଚାର୍ଜସନ୍ ଓ ନବଦୀପ ସୈନୀଙ୍କ ଭଳି ବୋଲର ମଧ୍ୟ ଦଳରେ ଅଛନ୍ତି ।

ଆରସିବି ୨୦୨୧ ପାଇଁ ଆରସିବିର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍-

ଗ୍ଲେନ ମ୍ୟାକ୍ସଓ୍ୱେଲ, ଦେବଦତ୍ତ ପେଦିକଲ, ବିରାଟ କୋହଲି, ଏବି ଡିଭିଲର୍ସ, ଓ୍ୱାଶିଂଟନ ସୁନ୍ଦର, ଡାନିଏଲ କ୍ରିଷ୍ଟିୟନ, ହର୍ଷଲ ପଟେଲ, କାଇଲ ଜେମିସନ, ଓ୍ୱାଇ ଚହଲ, ମହମ୍ମଦ ସିରାଜ, କେନ୍ ରିଚାର୍ଡସନ୍ କିମ୍ବା ନବଦୀପ ସୈନୀ କିମ୍ବା ଆଡାମ ଜାମ୍ପା   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.